ଖୁସବିର କୌର
ଖୁସବିର କୌର , ଜନ୍ମ ୯ ଜୁଲାଇ , ୧୯୯୩ )ଜେନ ଭାରତୀୟ ମହିଳା ଆଥଲେଟ । ସେ 20 କିଲୋମିଟର ଚାଲି ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥାନ୍ତି । [୧] ଶ୍ରୀଲଙ୍କା ର କଲମ୍ବୋ ଠାରେ ଅନୁଷ୍ଠିତ ହେଇଥିବା ୨୦୧୨ ଜୁନିଅର ଏସିଆ ଆଠଲେଟିକ ଚମ୍ପିୟାନଶିପ ରେ 10.000 ମିଟର ଚାଲି ପ୍ରତିଯୋଗୀତା ରେ ବ୍ରୋଞ୍ଜ ପଦକ ହାସଲ କରି ସେ ସମସ୍ତଙ୍କର ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ୨୦୧୩ ମସିହା ର ବିଶ୍ଵ ଚମ୍ପିୟାନଶିପ ରେ ଭାଗ ନେଇ ସେ ୩୯ ତମ ସ୍ଥାନ ରେ ରହିଥିଲେ । ୨୦୧୪ ମସିହା ରେ ଜାପାନ ଠାରେ ସେ ଏସିଆ ଚାଲି ଚମ୍ପିୟାନଶିପ ରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ସେହି ପ୍ରତିଯୋଗୀତା ରେ ସେ ତାଙ୍କର ଜାତୀୟ ରେକର୍ଡ ମଧ୍ୟ କରିଥିଲେ । .[୨]
ଆଙ୍ଗଳିକାନ ମେଡାଲ ହୁଣ୍ଟ କମ୍ପାନୀ ତାଙ୍କର ପ୍ରଯୋଜକ ଭାବରେ ରହିଛି । .[୩]
ଜୀବନୀ
ପଞ୍ଜାବ ର ଅମୃତସର ନିକଟ ରେ ଏକ କ୍ଷୁଦ୍ର ସହର ରସୁଲପୁର କାଲାନ ନାମକ ସ୍ଥାନ ରେ ଜନ୍ମ ଗ୍ରହଣ କରିଥିବା ଖୁସବିର 5 କିଲୋମିଟର ଓ 10 କିଲୋମିଟର ଚାଲି ରେ ଜୁନିଅର ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ଯୁବ ଏସିଆ କ୍ରିଡା ରେ ସେ ଦ୍ଵିତୀୟ ସ୍ଥାନ ଓ ଜୁନିଅର ଏସିଆ କ୍ରିଡା ରେ ତୃତୀୟ ସ୍ଥାନ ପ୍ରାପ୍ତ ହେଇଥିଲେ । ସିନିଯର ଏସିଆ ଚାଲି ପ୍ରତିଯୋଗୀତା ରେ ସେ ପଞ୍ଚମ ସ୍ଥାନ ରେ ରହିଥିଲେ । ୨୦୧୩ ମସିହା ରେ ସେ ମସ୍କୋ ଠାରେ ବିଶ୍ଵ ଚାଲି ଚମ୍ପିୟାନଶିପ ରେ ସେ ତାଙ୍କର ଶ୍ରେଷ୍ଠ ସମୟ ହାସଲ କରି 39 ତମ ସ୍ଥାନ ରେ ରହିଥିଲେ ।[୪][୫]
ଆଧାର ସମୂହ
- ↑
{{cite web}}
: Empty citation (help) - ↑ http://indianathletics.in/?p=1872
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ Kaur, Khushbir (14 August 2013). "Khushbir Kaur finishes 39th but creates national record in 20-kilometre walk". Mid Day.
{{cite news}}
: More than one of|work=
and|newspaper=
specified (help)