Jump to content

ହମ୍ପି କୋନେରୁ

ଉଇକିପିଡ଼ିଆ‌ରୁ
୧୫:୦୮, ୧୪ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Humpy Koneru") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Humpy Koneru
Humpy in 2012
ନାମKoneru Humpy
ଦେଶIndia
ଜନ୍ମ (1987-03-31) ୩୧ ମାର୍ଚ୍ଚ ୧୯୮୭ (ବୟସ ୩୭)
Vijayawada, Andhra Pradesh, India
ଉପାଧୀGrandmaster
ଫିଡେ ମାନ୍ୟତା2597 (ଜାନୁଆରୀ ୨୦୨୫)
ସର୍ବଶ୍ରେଷ୍ଠ ରେଟିଂ2623 (July 2009)

ହମ୍ପି କୋନେରୁ ,  (ଜନ୍ମ ୩୧  ମାର୍ଚ ୧୯୮୭ , ବିଜଯବାଦା ଠାରେ ) ଜଣେ ଭାରତୀୟ ମହିଳା ଚେସ ଖେଳାଳି । ସେ ଭାରତ ର ସର୍ବକନିଷ୍ଠ ମହିଳା ଗ୍ରାଣ୍ଡମାଷ୍ଟର । ସେ ୨୦୦୭ ମସିହା ରେ ଆନ୍ତର୍ଜାତିକ ମହିଳା ଚେସ ରେ ୨୬୦୬ ରେଟିଙ୍ଗ ପାଏଣ୍ଟ ପାଇ ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ବିବେଚିତ ହେଇଥିଲେ । .[][]

୨୦୦୩ ମସିହା ରେ ସେ ମାତ୍ର ୧୫ ବର୍ଷ ବୟସ ରେ ମହିଳା ଗ୍ରାଣ୍ଡମାଷ୍ଟର ଉପାଧି ପାଇ ଯୁଡିଥ ପୋଲାଗାର ଙ୍କ ରେକର୍ଡ ଭାଙ୍ଗିଥିଲେ । ପରେ ୨୦୦୮ ମସିହା ରେ ଚୀନ ର ହାଉ ୟିଫାନ ସେହି ରେକର୍ଡ ଭାଙ୍ଗି ଥିଲେ । ;[]  

କ୍ରିଡା ଜୀବନୀ 

୧୯୯୭ ମସିହା ରେ ହାମ୍ପି ବିଶ୍ଵ ଜୁନ ଚେସ ଚମ୍ପିଅଂଶିପ ରେ 10 ବର୍ଷ ରୁ କମ ବାଳିକା ବର୍ଗ ରେ ୩ ଟି ସ୍ଵର୍ଣ ପଦକ ପାଇଥିଲେ । ସେ ୧୯୯୮ ମସିହା ରେ ୧୨ ବର୍ଷ ବର୍ଗ ରେ ଓ ୨୦୦୦ ମସିହା ରେ ୧୪ ବର୍ଷ ବର୍ଗ ରେ ଏସୀୟ ଚେସ ଚମ୍ପିୟାନଶିପ ରେ ପ୍ରତିଯୋଗୀତା କରି ବାଳକ ମାନଙ୍କ []ସହ ମଧ୍ୟ ଖେଳିଥିଲେ । ୨୦୦୧ ମସିହା ରେ ସେ ବିଶ୍ଵ ଜୁନିଅର ବାଳିକା ଚମ୍ପିୟାନଶୀପ ରେ ବିଜୟୀ ହେଇଥିଲେ । ପର ବର୍ଷ ସେ ଚୀନ ର ଝଅ କ୍ଷୁଇ ଙ୍କ ସହ ସମାନ ପଏଣ୍ଟ  ରଖି ଦ୍ଵିତୀୟ ସ୍ଥାନ ରେ ରହିଥିଲେ ।[] ୨୦୦୪ ମସିହା ବିଶ୍ଵ ଚମ୍ପିୟାନଶିପ ରେ ସେ ବାଳକ ମାନଙ୍କ ସହ ଖେଳିଥିଲେ । ସେଥିରେ ଭାରତ ର ହରିକୃଷ୍ଣ ଚମ୍ପିୟାନ ହେଇଥିଲେ । ସେଥିରେ ହାମ୍ପି ୫ ମ ସ୍ଥାନ ପ୍ରାପ୍ତ ହେଇଥିଲେ । .[]

 ୨୦୦୦ ଓ ୨୦୦୨ ମସିହା ରେ ସେ ବ୍ରିଟିଶ ମହିଳା ଚେସ ଚମ୍ପିୟାନଶୀପ , ୨୦୦୩ ମସିହା ରେ ଏସୀୟ ମହିଳା ଚେସ ଚମ୍ପିୟାନଶୀପ ରେ ବିଜୟୀ ହେଇଥିଲେ । .[][] ୨୦୦୫ ମସିହା ରେ ସେ ରୁଷିଆ ର ବରିଷ୍ଠ ମହିଳା ପ୍ରତିଯୋଗୀ ମାନଙ୍କ ସହ ଖେଳି ନର୍ଥ ଉରାଲ କପ ରେ ବିଜୟିନୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । .[]

ହାମ୍ପି ବିଶ୍ଵ ମହିଳା ଚେସ ଚମ୍ପିୟାନଶୀପ ରେ ୨୦୦୪ ମସିହା ରେ ପ୍ରଥମେ ଅଂଶ ଗ୍ରହଣ କରି ତାହା ପରବର୍ତୀ ସମସ୍ତ ବିଶ୍ଵ କପ ରେ ଭାଗ ନେବା ସହ ୨୦୦୪ , ୨୦୦୮ ଓ ୨୦୧୦ ମସିହା ରେ ସେମିଫାଇନାଲ ଯାଏ ପହଞ୍ଚିଥିଲେ । .

ମୁମ୍ବାଇ ଠାରେ ସେ ୨୦୦୯ ମସିହା ମେୟର କପ ରେ ସେ ବିଶ୍ଵ ର ପୋଖତ ପୁରୁଷ ଚେସ ଖେଳାଳି ଙ୍କ ସହ ମଧ୍ୟ ଖେଳି ପ୍ରଥମ ୪ ଟି ସ୍ଥାନ ମଧ୍ୟ ରେ ରହିଥିଲେ । .[୧୦]

୨୦୦୯ ମସିହା ରେ ତାଙ୍କୁ ତୁରୀଣ ଠାରେ ଚାଲିଥିବା ୩୭ ତମ ବିଶ୍ଵ ଚେସ ଅଲିମ୍ପିଆଡରେ  ଜାଣି ଶୁଣି ଭାଗ ନ ନେଇଦେବାର ଅଭିଯୋଗ ଭାରତୀୟ ଚେସ ଫେଡେରେସନ ବିରୁଦ୍ଧ ରେ ଆଣିଥିଲେ । .[୧୧][୧୨] ତାଙ୍କ କୋଚ ଭାବରେ ରହିଥିବା ତାଙ୍କ ପିତା କୋନେରୁ ଅଶୋକ ଙ୍କୁ ତାଙ୍କ ସଙ୍ଗେ ଯିବାକୁ ନ ଦେବାର ଅଭିଯୋଗ ମଧ୍ୟ ସେ କରିଥିଲେ ଓ ସେହି ବିବାଦ ବର୍ତମାନ ଯାଏ ରହିଛି । 

ବ୍ୟକ୍ତିଗତ ଜୀବନୀ 

ତାଙ୍କ ପିତା କୋନେରୁ ଅଶୋକ ଓ ମାତା ଲତା ଅଶୋକ ଥିଲେ ।ସେ ୨୦୧୪ ମସିହା ରେ ଦସାରୀ ଅନ୍ବେଷ ଙ୍କୁ ବିବାହ କରିଥିଲେ । ବର୍ତମାନ ସେ ONGC ଅଧୀନ ରେ କାର୍ଯ୍ୟରତ । [୧୩][୧୪]

ପୁରସ୍କାର ଓ ଅବଦାନ ସବୁ 

Wijk aan Zee, 2006
  •  ୧୯୯୦ ମସିହା ରେ ସେ ଏସିଯା ର ସର୍ବକନିଷ୍ଠ ମହିଳା ଇଣ୍ଟରନାସନାଳ ମାଷ୍ଟର ( WIM) ହେଇଠିଲେ । 
  • ୨୦୦୧ମସିହା ରେ ସେ ଭାରତ ର ସର୍ବକନିଷ୍ଠ ମହିଳା ଗ୍ରାଣ୍ଡମାଷ୍ଟର ହେଇଥିଲେ ।
  • ୨୦୦୩ ମସିହା ରେ ତାଙ୍କୁଅର୍ଜୁନ ପୁରସ୍କାର ମିଳିଥିଲା । i
  • ୨୦୦୭ ମସିହା ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । 
    [୧୫]

ଆଧାର ସମୂହ 

  1. "Anand crosses 2800 and leads the October 2007 FIDE ratings". Chess News. Retrieved 17 February 2015.
  2. FIDE: Koneru's rating progress chart FIDE
  3. "Humpy beats Judit Polgar by three months". Chess News. Retrieved 17 February 2015.
  4. {{cite web}}: Empty citation (help)
  5. Goa 2002 – 20° Campeonato Mundial Juvenil Feminino BrasilBase
  6. Cochin 2004 – 43° Campeonato Mundial Juvenil BrasilBase
  7. 10th Asian Women's Individual Chess Championship FIDE
  8. {{cite web}}: Empty citation (help)
  9. {{cite web}}: Empty citation (help)
  10. {{cite web}}: Empty citation (help)
  11. {{cite web}}: Empty citation (help)
  12. {{cite web}}: Empty citation (help)
  13. "Humpy beats Judit Polgar by three months". 31 May 2002.
  14. "Humpy's moves". The Tribune. Chandigarh, India. 8 April 2006.
  15. "Padma Awards". Ministry of Home Affairs, Government of India. 2015. Archived from the original (PDF) on 15 November 2014. Retrieved 21 July 2015. {{cite web}}: Unknown parameter |deadurl= ignored (|url-status= suggested) (help)

ବାହ୍ୟ ସଂଯୋଗ ସବୁ