ଜ୍ୱାଳା ଗୁଟ୍ଟା
Jwala Gutta | |||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||||||
ଜନ୍ମ | Wardha, Maharashtra, India | ୭ ସେପ୍ଟେମ୍ବର ୧୯୮୩||||||||||||||||||||||||||||||||||||||||||||||||||||||||
ବାସସ୍ଥାନ | Hyderabad, Telangana, India | ||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.83 m (6 ft 0 in)[୧] | ||||||||||||||||||||||||||||||||||||||||||||||||||||||||
ଓଜନ | 60 kg (130 lb; 9.4 st) | ||||||||||||||||||||||||||||||||||||||||||||||||||||||||
ଦେଶ | ଭାରତ | ||||||||||||||||||||||||||||||||||||||||||||||||||||||||
ସକ୍ରିୟ କାଳ | 2001–Present | ||||||||||||||||||||||||||||||||||||||||||||||||||||||||
କେଉଁ ହାତ ବ୍ୟବହାର କରନ୍ତି | Left | ||||||||||||||||||||||||||||||||||||||||||||||||||||||||
Mixed Doubles/ Women's Doubles | |||||||||||||||||||||||||||||||||||||||||||||||||||||||||
ସର୍ବୋଚ୍ଚ ରାଙ୍କ | 6 (in XD) (Aug 2010) 10 (in WD) (20 August 2015) | ||||||||||||||||||||||||||||||||||||||||||||||||||||||||
ବର୍ତ୍ତମାନ ରାଙ୍କ | 14 (in WD) (5 May 2016) | ||||||||||||||||||||||||||||||||||||||||||||||||||||||||
Medal record
| |||||||||||||||||||||||||||||||||||||||||||||||||||||||||
BWF Profile |
ଜ୍ଵାଳା ଗୁଟ୍ଟା , ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ତାଙ୍କୁ ଭାରତ ର ସର୍ବଶ୍ରେଷ୍ଠ ମହିଳା ଦବଳସ୍ ଖେଳାଳି ର ମାନ୍ୟତା ଦିଆଯାଇଥାଏ । ସେ ୧୪ ଥର ଜାତୀୟ ବେଡମିଣ୍ଟନ ଚମ୍ପିୟାନଶିପ ରେ ମହିଳା ଦବଳସ୍ ରେ ବିଜୟୀ ହେଇଛନ୍ତି । ପ୍ରଥମେ ଶ୍ରୁତି କୁରିଏନ ଙ୍କ ସହ ପାର୍ଟନରଶିପ ଓ ପରେ ଅଶ୍ଵିନୀ ପୋନାପ୍ପା ଙ୍କ ସହ ମିଶି ସେ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗୀତା ଜିତି ପରିଛନ୍ତି । ବିଶ୍ଵ ରେଙ୍କିଙ୍ଗ ରେ ସେ ଅଶ୍ଵିନୀ ଙ୍କ ସହ ୨୦ ରେଙ୍କ ଭିତରେ ବହୁଦିନ ଧରି ରହିଛନ୍ତି ।ଅର୍ଜୁନ ପୁରସ୍କାର ସମେତ ଅନେକ ପୁରସ୍କାର ର ବିଜେତା ଜ୍ଵାଳା ମହିଳା ସଶକ୍ତିକରଣ ର ଜଣେ ବଳିଷ୍ଠ କର୍ମୀ ।
ପ୍ରାରମ୍ଭିକ ଜୀବନୀ ଓ ଜୁନିଅର ସ୍ତର ରେ ଉପଲବ୍ଧି
ଜ୍ଵାଳା ଗୁଟ୍ଟା ୧୯୮୩ ମସିହା ସେପ୍ଟେମ୍ବର ୭ ରେ ୱାର୍ଦ୍ଧା , ମହାରାଷ୍ଟ୍ର ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ପରେ ହାଇଦ୍ରାବାଦ , ଆନ୍ଧ୍ରପ୍ରଦେଶ ରେ ରହିଥିଲେ । ତାଙ୍କର ପିତା କ୍ରାନ୍ତି ଗୁଟ୍ଟା ଜେନ ସ୍ଵାଧୀନତା ସଂଗ୍ରାମୀ ପରିବାର ରୁ ଆସିଥିଲେ ଓ ମାତା ଚାଇନୀଜ ଥିଲେ । ମହାତ୍ମା ଗାନ୍ଧୀ ଙ୍କ ସେବାଶ୍ରମ ଆଶ୍ରମ ରେ ତାଙ୍କ ପିତା ମାତା ଙ୍କ ପରିଚୟ ହେବା ପରେ ବିବାହ ହେଇଥିଲା । ପ୍ରଥମେ ଟେନିସ ଖେଳିବାକୁ ଆଗ୍ରହୀ ଥିବା ଜ୍ଵାଳା ତାଙ୍କ ପିତା ଓ କୋଚ ଏସ . ଏମ . ଆରିଫ ଙ୍କ ସୁପାରିସ କ୍ରମେ ଜିମ୍ନାଷ୍ଟିକ ଓ ସନ୍ତରଣ ରେ ୨ ବର୍ଷ ତାଲିମ ନେବା ପରେ ୬ ବର୍ଷ ବୟସ ରୁ ବେଡମିଣ୍ଟନ ରେ ତାଲିମ ନେଲେ । ଏଥିରେ ତାଙ୍କର ଚାଇନୀଜ ମା ଙ୍କ ପ୍ରେରଣା ମୁଖ୍ୟ ଅବଦାନ ରହିଥିଲା । ମାତ୍ର ୧୩ ବର୍ଷ ବୟସ ରେ ଜ୍ଵାଳା ମିନି ଜାତୀୟ ବେଡମିଣ୍ଟନ ପ୍ରତିଯୋଗୀତା ରେ ଜୁନିଅର ବାଳିକା ଚମ୍ପିୟାନ ହେଇ ସେହି ବର୍ଷ ମହିଳା ଜୁନିଅର ଜାତୀୟ ଡବଲସ ଚମ୍ପିୟାନ ହେଇଥିଲେ । ପରେ ଶ୍ରୁତି କୁରିଏନ ଙ୍କ ସହ ମିଶି ସିନିଯର ଡବଲସ ମଧ୍ୟ ବିଜୟିନୀ ହେଇଥିଲେ । ଏହି କ୍ରମ ସେ ୨୦୦୨ ରୁ ୨୦୦୮ ପର୍ଯ୍ୟନ୍ତ ଜାରି ରଖିଥିଲେ ।
ଜାତୀୟ ସ୍ତର ରେ ପ୍ରଦର୍ଶନ
ଜାତୀୟ ସ୍ତର ରେ ଜ୍ଵାଳା ପ୍ରଥମ ମହିଳା ଭାବରେ ଡବଲସ ରେ ୧୪ ଥର ଚମ୍ପିୟାନ ହେଇଥିଲେ । ୨୦୧୪ ଥୋମାସ ଓ ଉବାର କପ ରେ ସେ ବ୍ରୋଞ୍ଜ ପଦକ ପାଇଥିଲେ । ୨୦୦୯ ମସିହା ରେ ସେ ଦିଜୁ ଙ୍କ ସହ ମିଶି ମିକ୍ସ ଦବାଲ୍ସ ରେ ବହୁ ପ୍ରତିଯୋଗୀତା ଜିତି ଥିଲେ । ଜ୍ଵାଳା ବେଡମିଣ୍ଟନ ରେ ପ୍ରଥମ କରି ତୀବ୍ର ଗତି ରେ ଖେଳିବା ଶୈଳୀ ଆରମ୍ଭ କରିଥିଲେ । ତାଙ୍କର ସ୍ମାଶ ଶଟ ଅତ୍ୟନ୍ତ ଶକ୍ତିଶାଳୀ ହେଇଥିଲେ ମଧ୍ୟ କୋର୍ଟ ଭିତରେ ତାଙ୍କର ମୁଭମେଣ୍ଟ ସେତେଟା ପ୍ରଭାବୀ ହେଇପାରୁ ନଥିବାରୁ ସେ କିଛି ଭୁଲ କରିଥାନ୍ତି । ଆହତ ଜନିତ ସମସ୍ୟା ମଧ୍ୟ ତାଙ୍କର ଅନେକ ସମୟ ରେ ରହୁଥିଲା ।
ଆନ୍ତର୍ଜାତିକ ପ୍ରଦର୍ଶନ
ଆନ୍ତର୍ଜାତିକ ସ୍ତର ରେ ସେ ମିକ୍ସ୍ଡ ଡବଲସ ରେ ଭାଲିୟବେଟ୍ଟୀ ଦିଜୁ ଙ୍କ ସହ ମିଶି ଆନ୍ତର୍ଜାତିକ ପ୍ରତିଯୋଗୀତା ମାନଙ୍କୁ ଯୋଗ ଦେଇ ବିଶ୍ଵ ର ୧୦ ନମ୍ବର ରେଙ୍କିଙ୍ଗ ଭିତରେ ରହିଥିଲେ । ୨୦୧୦ ମସିହା ରେ ସେ ବିଶ୍ଵ ର ୬ ନମ୍ବର ଯୋଡି ହେଇଥିଲେ । ସେ ଅଲିମ୍ପିକ ବ୍ଯତୀତ ଅନ୍ୟ ସମସ୍ତ ଆନ୍ତର୍ଜାତିକ ପ୍ରତିଯୋଗୀତା ରେ ଦବାଲ୍ସ ଓ ମିକ୍ସ ଦବାଲ୍ସ ରେ ପଦକ ପାଇଛନ୍ତି । ୨୦୧୧ ବିଶ୍ଵ ଚମ୍ପିଅଂଶିପ ରେ ସେ ବ୍ରୋଞ୍ଜ ପଦକ ପାଇବା ସହ କମନୱେଲ୍ଥ ଗେମ ରେ ୨୦୧୦ ରେ ସ୍ଵର୍ଣ ଓ ୨୦୧୪ ରେ ରୌପ୍ୟ ପଦକ ପ୍ରାପ୍ତ ହେବା ତାଙ୍କର ବଡ ଉପଲବ୍ଧି । ୨୦୧୨ ଲଣ୍ଡନ ଅଲିମ୍ପିକ ପାଇଁ ସେ ଉଭୟ ମହିଳା ଦବାଲସ ଓ ମିକ୍ସ ଦବାଲସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ୨୦୧୬ ଅଲିମ୍ପିକ ପାଇଁ ମଧ୍ୟ ଡବଲସ ରେ ଯୋଗ୍ୟତା ଅର୍ଜନ କରିଥିଲେ । ମାତ୍ର ସେ ଉଭୟ ଅଲିମ୍ପିକ ରେ ପଦକ ପାଇବା ପାଇଁ ସଫଳ ହେଇନଥିଲେ । ୨୦୧୫ କାନାଡା ଗ୍ରାଣ୍ଡ ପ୍ରିକ୍ସ ରେ ସେ ସେମିଫାଇନାଲ ଯାଏ ପହଞ୍ଚିଥିଲେ ।ଏହା ବ୍ଯତୀତ ସେ ଶ୍ରୀଲଙ୍କା , ପାକିସ୍ଥାନ , ନେପାଲ ଓ ହଲାଣ୍ଡ ଠାରେ ପ୍ରତିଯୋଗୀତା ଜିତି ଥିଲେ । [୨]
ବ୍ୟକ୍ତିଗତ ଜୀବନ ଓ ଅନ୍ୟ ସମାଜସେବା କାର୍ଯ୍ୟ
୨୦୦୫ ମସିହା ରେ ଜ୍ଵାଳା ସାଥି ବେଡମିଣ୍ଟନ ଖେଳାଳି ଚେତନ ଆନନ୍ଦ ଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କର ୨୦୧୧ ରେ ବିବାହ ବିଚ୍ଛେଦ ଘଟିଥିଲା । ତାଙ୍କର କ୍ରିକେଟ ଖେଳାଳି ମହମ୍ମଦ ଅଝାରୁଦ୍ଦିନ ଙ୍କ ସହ ପ୍ରେମ ସମ୍ପର୍କ ର ଗୁଜବ ମଧ୍ୟ ଉଠିଥିଲା ।[୩] ତେବେ ତାହାର ପ୍ରମାଣ ମିଳି ନଥିଲା । ଜ୍ଵାଳା ସର୍ବଦା ମହିଳା ଖେଳାଳି ମାନଙ୍କ ଉନ୍ନତି ପାଇଁ ସ୍ଵର ଉତ୍ତୋଳନ କରିଥାନ୍ତି । ଏହା ବ୍ଯତୀତ ସେ ତମାଖୁ ବର୍ଜନ [୪], ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ[୫][୬] ରେ ସକ୍ରିୟ ଭାଗ ନେଇଥାନ୍ତି । ବେଡମିଣ୍ଟନ ର ପ୍ରସାର ପାଇଁ ସେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଦିଗରେ ମଧ୍ୟ ଧ୍ୟାନ ଦେଇଛନ୍ତି । .[୭]
ପୁରସ୍କାର ଓ ସମ୍ମାନ
ଜ୍ଵାଳା ୨୦୧୧ ମସିହା ରେ ଭାରତ ସରକାରଙ୍କ ଦ୍ଵାରା ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଇଥିଲେ । ଏହା ବ୍ୟତୀତ ସେ ଦେଶ ବିଦେଶ ରେ ଅନେକ ପୁରସ୍କାର ପାଇଥିଲେ ।
ଆଧାର ସମୂହ
- ↑ "Jwala Gutta". BWF. Retrieved 29 February 2016.
- ↑
{{cite web}}
: Empty citation (help) - ↑ "Azharuddin's 'new flame' Jwala too filing for divorce? | delhi". Hindustan Times. 2010-08-06. Retrieved 2016-02-17.
{{cite news}}
: More than one of|work=
and|newspaper=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)
ବାହ୍ୟ ସଂଯୋଗ
- Jwala GUTTA at BWFbadminton.comBWFbadminton.com
- Jwala GUTTA at BWF.tournamentsoftware.comBWFJwala GUTTA at BWF.tournamentsoftware.com
- "ଜ୍ୱାଳା ଗୁଟ୍ଟା". Olympics at Sports-Reference.com. Sports Reference LLC.