ଗୀତା ଜୁତସୀ
ଗୀତା ଜୁତସୀ ଜଣେ ଭାରତୀୟ ମହିଳା ଟ୍ରକ ଓ ଫୀଲ୍ଡ ଆଥଲେଟ । ସେ ୮୦୦ ମିଟର ଓ ୧୫୦୦ ମିଟର ଦୌଡ ପ୍ରତିଯୋଗୀତା ରେ ଅନେକ ଜାତୀୟ ଓ ଏସୀୟ କ୍ରିଡା ରେକର୍ଡ ହାସଲ କରିଥିଲେ । ତାଙ୍କର ଜନ୍ମ ଡିସେମ୍ବର ୨ ତଋ୮କ୍ଷ ୧୯୫୬ ମସିହା ରେ ହେଇଥିଲା ।
ଗୀତା ୧୯୭୮ ମସିହା ଏସୀୟ କ୍ରିଡା ରେ ବେଂକକ ଠାରେ ସ୍ଵର୍ଣ ପଦକ ହାସଲ କରିବା ସହ ୧୯୮୨ ମସିହା ରେ ରୌପ୍ୟ ପଦକ ପାଇଥିଲେ । ସେହି ପ୍ରତିଯୋଗୀତା ଗୁଡିକ ରେ ସେ ୧୫୦୦ ମିଟର ଦୌଡ ରେ ମଧ୍ୟ ରୌପ୍ୟ ପଦକ ପାଇଥିଲେ । ୧୯୮୨ ମସିହା[୧] ରେ ନୂଆ ଦିଲ୍ଲୀ ଠାରେ ହେଇଥିବା ଏସୀୟ କ୍ରିଡା ରେ ତାଙ୍କୁ ଭାରତୀୟ ଆଥଲେଟ ଦଳ ତରଫ ରୁ ଶପଥ ନେବାର ସମ୍ମାନ ଦିଆ ଯାଇଥିଲା ।[୨] ତାଙ୍କର କ୍ରିଡା ଉପଲବ୍ଧି ପାଇଁ ଭାରତ ସରକାର ଙ୍କ ତରଫ ରୁ ତାଙ୍କୁ ସମ୍ମାନଜନକଅର୍ଜୁନ ପୁରସ୍କାର ତଥା ପଦ୍ମଶ୍ରୀ ପୁରସ୍କାର ଦିଆ ଯାଇଥିଲା ।
ସେ ଅନେକ ଭାରତୀୟ ମହିଳା କ୍ରୀଡାବିଦ ମାନଙ୍କ ପାଇଁ ଉଦାହରଣ ଓ ଆଦର୍ଶା ପାଲଟିଥିଲେ । ଏଭେରେଷ୍ଟ ପର୍ବତ ଚଢିବାରେ ପ୍ରଥମ ଭାରତୀୟ ମହିଳା ହେଇଥିବା ବଛେନ୍ଦ୍ରି ପାଲ ତାଙ୍କ ଦ୍ଵାରା ପ୍ରେରଣା ପାଇଥିଲେ । ଗୀତା ଯୁତସୀ ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ସହ ଉଠେଇ ଥିବା ଫୋଟୋ ଦେଖି ପିଲା ଦିନ ରୁ ବଛେନ୍ଦ୍ରି ନିଜେ ମଧ୍ୟ ଜାତୀୟ ସ୍ତର ର ଆଥଲେଟ ହେବା ପାଇଁ ପ୍ରେରଣା ପାଇଥିଲେ । [୩]
ଗୀତା ଙ୍କ କୋଚ ଥିଲେ ମହମ୍ମଦ ଇଲିୟାସ ବାବର । ଗୀତା ୧୭ ବର୍ଷ ଧରି ଆମେରିକା ରେ ଅବସ୍ଥାନ କରିବା ପରେ ୨୦୦୨ ମସିହା ରେ ଭାରତ ପ୍ରତ୍ୟାବର୍ତନ କରି ଭାରତୀୟ ଜୁନିଅର ବାଳିକା ଆଥଲେଟ ମାନଙ୍କୁ ୮୦୦ ମିଟର ଓ ୧୫୦୦ ମିଟର ଦୌଡ ରେ ତାଲିମ ଦଉଛନ୍ତି ।
ଆନ୍ତର୍ଜାତିକ ପ୍ରଦର୍ଶନ
ପୁନଶ୍ଚ ଦେଖଣା
- List of Indian sportswomen