ଅନିତା ଦେଶାଇ
Anita Desai | |
---|---|
ଜନ୍ମ ଓ ଜନ୍ମସ୍ଥାନ | Anita Mazumdar ୨୪ ଜୁନ ୧୯୩୭ Mussorie, Garhwal Kingdom (present-day India) |
ବୃତ୍ତି | Writer, professor |
ଜାତୀୟତା | Indian |
ଶିକ୍ଷାନୁଷ୍ଠାନ | University of Delhi |
ସମୟ | 1963–present |
ଶୈଳୀ | Fiction |
ସନ୍ତାନ | Kiran Desai |
ଅନିତା ମଜୁମ୍ ଦାର ଦେଶାଇ , (ଜନ୍ମ ୨୪ ଜୁନ , ୧୯୩୭ )ଜଣେ ଭାରତୀୟ ଉପନ୍ୟାସ ଲେଖିକା ଓ ମାଶାଚ୍ୟୁସେତ୍ତ ବୈସେୟିକ୍ ପ୍ରତିଷ୍ଠାନ ର କଳା ବିଭାଗ ର ଜଣେ ଅତିଥି ପ୍ରଫେସର । ଉପନ୍ୟାସ ଲେଖିକା ଭାବରେ ସେ 3 ଥର ବୂକର ପୁରସ୍କାର ପାଇଁ ମନୋନୀତ ହେଇଥିଲେ । ତାଙ୍କର ପ୍ରଥମ ଉପନ୍ୟାସ " ଫାୟାର ଓଁ ଥି ମାଉଣ୍ଟେନ " ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଥିଲେ ।[୧] ସେ ତାଙ୍କର ଉପନ୍ୟାସ : ଥି ଭୀଲେଜ ବି ଥି ସୀ " ପାଇଁ ବ୍ରିଟିଶ ଗର୍ଡିଆନ ପୁରସ୍କାର ଲାଭ କରିଥିଲେ । [୨]
ପ୍ରାରମ୍ଭିକ ଜୀବନ
ଅନିତା ମଜୁମଦାର ଙ୍କ ମା ଜର୍ମାନ ଦେଶ ର ଥିଲେ ଓ ତାଙ୍କର ପିତା ବଙ୍ଗାଳୀ ବ୍ୟବସାୟୀ ପରିବାର ର ଡି . ଏନ . ମଜୁମଦାର ଥିଲେ । ଅନିତା ଙ୍କ ଜନମ ଭାରତୀୟ ରାଜ୍ୟ ରାଜସ୍ଥାନ ର ଜଯପୁର ଠାରେ ହେଇଥିଲା । ସେ ଘରେ ଜର୍ମାନ ଓ ବଙ୍ଗାଳୀ ଭାଷା ରେ କଥା ବର୍ତା ହାଉଥିବା ବେଳେ ବାହାରେ ଉର୍ଦୁ , ହିନ୍ଦୀ ଓ ଇଂରେଜୀ ରେ କଥା ହେଇ ପାରୁଥିଲେ । ସେ ୭ ବର୍ଷ [୩]ହେଇଥିବା ସମୟ ରେ ଇଂରେଜୀ ରେ ଭଲ ଭାବରେ ଲେଖି ଜାଣୁ ଥିଲେ ଓ ତାଙ୍କର ପ୍ରଥମ ଗଳ୍ପ ୯ ବର୍ଷ ବୟସ ରେ ପ୍ରକାଶିତ ହେଇଥିଲା । [୪]
ସେ ଦିଲ୍ଲୀ ର କୁଇନ ମାରି ଉଛ ବିଦ୍ୟାଳୟ ରୁ ପଢି ସାରି ମିରାଣ୍ଡା କଲେଜ ରୁ ଇଂରାଜୀ ସାହିତ୍ୟ ସହିତ ଡିଗ୍ରୀ କରିଥିଲେ । ତାହା ପରେ ସେ ଏକ କମ୍ପୁଟର ସଫ୍ଟୱେର କମ୍ପାନୀ ର ନିର୍ଦେଶକ ଅଶ୍ଵିନ ଦେଶାଇ ଙ୍କୁ ବିବାହ କରିଥିଲେ । ଅଶ୍ଵୀ ନିଜେ ଜଣେ ଲେଖକ ଥିଲେ ଓ "Between Eternities: Ideas on Life and The Cosmos. " ନାମକ ପୁସ୍ତକ ଲେଖିଥିଲେ । ଅନିତା ଙ୍କ ଚାରି ପୁତ୍ର କନ୍ୟା ଥିଲେ । ସେମାନଙ୍କ ମଧ୍ୟ ରୁ ବୂକର ପୁରସ୍କାର ଲାଭ କରିଥିବା କିରଣ ଦେଶାଇ ଅନ୍ୟତମ । ସେ ତାଙ୍କର ପରିବାର ସହ "ଠୁଳ " ନାମକ ଗ୍ରାମ କୁ ସପ୍ତାହନ୍ତ ବିତେଇବା ପାଇଁ ସର୍ବଦା ଯାଉଥିଲେ ଓ ସେହି ଗ୍ରାମ ଅନୁଭୂତି କୁ ନେଇ ସେ " ଥି ଭୀଲେଜ ବି ଥି ସୀ " ରଚନା କରିଥିଲେ ଯାହା ପାଇଁ ସେ ଗର୍ଡିଆନ ପତ୍ରିକା ର ଶିଶୁ ସାହିତ୍ୟ ପୁରସ୍କାର ପାଇଥିଲେ । .
ଲେଖିକା ଜୀବନ
ତାଙ୍କର ପ୍ରଥମ ପୂର୍ଣାଙ୍ଗ ଉପନ୍ୟାସ " cry , The Peaocock " ୧୯୬୩ ମସିହା ରେ ପ୍ରକାଶିତ ହେଇଥିଲା । " Clear Light Day " ଉପନ୍ୟାସ କୁ ସେ ୧୯୮୦ ମସିହା ରେ ଲେଖିଥିଲେ ଓ ଏହି ପୁସ୍ତକ କୁ ସେ ନିଜର ଜୀବନୀ ସଦୃଶ ଲେଖା ଭାବରେ ବର୍ଣନା କରିଥାନ୍ତି । ଏଥିରେ ତାଙ୍କର ବାଲ୍ୟ କାଳ ର ଘଟଣା ବଳି[୫] ସହିତ ଜୀବନ ର ସୋପାନ କ୍ରମ ଅନୁସାରେ ବର୍ଣିତ ହେଇଛି । ୧୯୮୪ ରେ ସେ ଜଣେ ବୟସ୍କ ଉର୍ଦୁ କବି ଙ୍କ ଅପରାହ୍ନ ଜୀବନ ର ବର୍ଣନା କରି " In Custody" ନାମକ ଏକ ଉପନ୍ୟାସ ଲେଖିଥିଲେ ଯାହା ବୂକର ପୁରସ୍କାର ପାଇଁ ମନୋନୀତ ହେଇଥିଲା । ୧୯୯୩ ମସିହା ରେ ସେମାଶାଚ୍ୟୁସେତ୍ତ ବୈସେୟିକ୍ ପ୍ରତିଷ୍ଠାନ[୬] ରେ ସୃଜନଶୀଳ ଲେଖନ ଶିକ୍ଷା ଦେବା ପାଇଁ ଆମନ୍ତ୍ରିତ ହେଇଥିଲେ । ତାଙ୍କର ଉପନ୍ୟାସ " The Zigzag Way " ବିଂଶ ଶତାବ୍ଦୀ ର ମେକ୍ସିକୋ ଦେଶ ଉପରେ ପର୍ଜ୍ୟବେଶିତ ହେଇଥିଲା । ତାଙ୍କର ନବୀନତମ ଗଳ୍ପ ସଂକଳନ " The Artist of Disappearance " ୨୦୧୧ ମସିହା ରେ ପ୍ରକାଶିତ ହେଇଛି ।
ଫିଲ୍ମ
୧୯୯୩ ମସିହା ରେ ତାଙ୍କର ଉପନ୍ୟାସ " ଇନ କସ୍ତୋଡି " ହଲିୱୂଡ ଫିଲ୍ମ ନିର୍ମାତା ମାରଚେଣ୍ଟ- ଇଭୋରୀ ଙ୍କ ଦ୍ଵାରା ଫିଲ୍ମ ନିର୍ମାଣ ପାଇଁ ଅଧିଗୃହିତ ହେଇ ସେହି ନାମ ରେ ଫିଲ୍ମ ନିର୍ମାଣ ହେଇଥିଲା । ସେଥିରେ ଶଶୀ କପୁର , ସବାନା ଆଜମି ଓ ଓମ ପୁରୀ ଅଭିନୟ କରିଥିଲେ ଓ ୧୯୯୪ ମସିହା ରେ ଭାରତ ରାଷ୍ଟ୍ରପତି ଙ୍କ ଦ୍ଵାରା ଶ୍ରେଷ୍ଠ ଫିଲ୍ମ ଭାବରେ ପୁରସ୍କାର ପାଇଥିଲା ।
ପୁରସ୍କାର ଓ ସମ୍ମାନ ସମୂହ
- ୧୯୭୮- ୱିଲିୟମ ହଲଟବୀ ସ୍ମାରକୀ ପୁରସ୍କାର
- ୧୯୭୮-କେନ୍ଦ୍ର ସାହିତ୍ଯ ଏକାଡେମି ପୁରସ୍କାର
- ୧୯୮୦ - ବୂକର ପୁରସ୍କାର ପାଇଁ ମନୋନୟନ
- ୧୯୮୩- ଗାର୍ଡିଆନ ଦ୍ଵାରା ଶିଶୁ ସାହିତ୍ଯ ପାଇଁ ପୁରସ୍କାର
- ୧୯୮୪-ବୂକର ପୁରସ୍କାର ପାଇଁ ମନୋନୟନ
- ୧୯୯୩ - ନିଏଲ ଗୁନ୍ନ ପୁରସ୍କାର
- ୧୯୯୯-ବୂକର ପୁରସ୍କାର ପାଇଁ ମନୋନୟନ
- ୨୦୦୦- ଆଲ୍ବର୍ଟ ମୋରାଭିଆ ପୁରସ୍କାର
- ୨୦୦୩- ସାହିତ୍ଯ ପାଇଁ ରୟାଲ ସୋସାଇଟି ର ବେନସନ ପଦକ
- ୨୦୦୭- ସାହିତ୍ୟ ଏକାଡେମି ର ଫେଲୋଶିପ୨୦୧୪- ପଦ୍ମ ଭୂଷଣ
ବଛା ଲେଖା ସବୁ
- The Artist of Disappearance (2011)
- The Zigzag Way (2004)
- Diamond Dust and Other Stories (2000)
- Fasting, Feasting (1999)
- Journey to Ithaca (1995)
- Baumgartner's Bombay (1988)
- In Custody (1984)
- The Village by the Sea (1982)
- Clear Light of Day (1980)
- Games at Twilight (1978)
- Fire on the Mountain (1977)
- Cat on a Houseboat (1976)
- Where Shall We Go This Summer? (1975)
- The Peacock Garden (1974)
- Bye-bye Blackbird (1971)
- Voices in the City (1965)
- Cry, The Peacock (1963)
ପୁନଶ୍ଚ ଦେଖଣା
- Indian English literature
ଆଧାର ସମୂହ
- ↑
{{cite web}}
: Empty citation (help) - ↑ "Guardian children's fiction prize relaunched: Entry details and list of past winners". guardian.co.uk 12 March 2001.
- ↑
{{cite web}}
: Empty citation (help) - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;kirjasto
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Notes on the Biography of Anita Desai".
- ↑ [୧].
ସ୍ରୋତ ସମୂହ
- Abrams, M. H. and Stephen Greenblatt. "Anita Desai". The Norton Anthology of English Literature, Vol. 2C, 7th Edition. New York: W.W. Norton, 2000: 2768 – 2785.
- Alter, Stephen and Wimal Dissanayake. "A Devoted Son by Anita Desai". The Penguin Book of Modern Indian Short Stories. New Delhi, Middlesex, New York: Penguin Books, 1991: 92–101.
- Gupta, Indra. India's 50 Most Illustrious Women. (ISBN 81-88086-19-3)
- Selvadurai, Shyam (ed.). "Anita Desai:Winterscape". Story-Wallah: A Celebration of South Asian Fiction. New York: Houghton Mifflin, 2005:69–90.
- Nawale, Arvind M. (ed.). "Anita Desai's Fiction: Themes and Techniques". New Delhi: B. R. Publishing Corporation, 2011.
ବାହ୍ୟ ସଂଯୋଗ ସବୁ
- ଅନିତା ଦେଶାଇ at British Council: LiteratureBritish Councilଅନିତା ଦେଶାଇ at British Council: Literature
- Anita Desai discusses Fasting, Feasting on the BBC World Book Club
- Voices from the Gaps
- SAWNET bio
- MIT page
- Revisiting Anita Desai's "In Custody" for the Agrégation-Relire "Un héritage exorbitant" d'A. Desai
- ଇଣ୍ଟରନେଟ ମୁଭି ଡାଟାବେସରେ ଅନିତା ଦେଶାଇ