ଭୁବନେଶ୍ୱର ସିଟି ବସ ସେବା
ଭୁବନେଶ୍ବର ସିଟି ବସ ସେବା , ଏକ ସର୍ବସାଧାରଣ ଯାତାୟାତ ବସ ସେବା । ଏହା ଭାରତୀୟ ରାଜ୍ୟ ଓଡିଶା ର ଭୁବନେଶ୍ବର ସହର ର ଯାତାୟାତ ସୁବିଧା ପାଇଁ ଆରମ୍ଭ କରାଯାଇଛି । ଏହି ସେବା ପବ୍ଲିକ -ପ୍ରାଇଭେଟ ପାଟନରସିପ (PPP) ଭିତ୍ତି ରେ ପରିଚାଳିତ । ଏଥିରେ ଭୁବନେଶ୍ବର-ପୁରୀ ଟ୍ରାନ୍ସପୋର୍ଟ ଲିମିଟେଡ ( BPTSL) , ଦୃମ ଟୀମ ସାହାରା (DTS) , ଭୁବନେଶ୍ବର ମୁନସିପାଳ କର୍ପୋରେସନ ଓ ଭୁବନେଶ୍ବର ଉନ୍ନୟନ କରତୃପକ୍ଷ (BDA) ଅଂଶୀଦାର ରହିଛନ୍ତି । ଏଥିରେ ୧୨୫ଟି ସହର ବସ ରହି ସହର ର ବିଭିନ୍ନ ଅଞ୍ଚଳ କୁ ସକଳ 6 ତା ରୁ ରାତି 9 ତ ଯାଇ ଚଳାଚଳ କରିଥାଏ । କେତେକ ବସ ପୁରୀ , ଖୋର୍ଦ୍ଧା ଓ କଟକ ସହର କୁ ମଧ୍ୟ ଚଳାଚଳ କରେ । ଏହି ସେବା ୨୦୧୦ ମସିହା ରେ ଆରମ୍ଭ ରାଯାଇଥିଲା ।୨୦୧୪ ମସିହା ରେ ଏଥିରେ ବାତାନୁକୁଳିତ ବସ ସେବା ମଧ୍ୟ ଆରମ୍ଭ କରାଯାଇଥିଲା । ସାଧାରଣ ବସ ରେ ଏହାର ଭଡା ୫ଟଙ୍କା ରୁ ଆରଭ କରି ୩୭ ଟଙ୍କା ଯାଏ ଥିବା ବେଳେ ସହର ମଧ୍ୟ ରେ ବତାନୁକୁଳିତ ବସ ରେ ଏହାର ଭଡା ୧୬ ଟଙ୍କାରୁ ୪୨ ଟଙ୍କା ଯାଏ ରହିଛି ।
ଯାତ୍ରାପଥ
ଭୁବନେଶ୍ବର ସହର ମଧ୍ୟ ଦେଇ ବର୍ତମାନ ୧୭ ଟି ବିଭିନ୍ନ ଯାତ୍ରାପଥ ରେ ସକାଳ ୬ ତା ରୁ ରାତ୍ର ୯ ତା ଯାଏ ୧୫ ରୁ ୩୦ ମିନିଟ ବ୍ଯବଧାନ ରେ ବସ ସବୁ ଚାଲିଥାଏ ।
- ୨୦୭/୨୦୭A ନନ୍ଦନକାନନ-ବିଯୁପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର
- ୩୦୬/୩୦୬J କଳିଙ୍ଗ ବିଶ୍ୱବିଦ୍ୟାଳୟ - ବଳକାଟି ବଜାର
- ୪୦୫ ଡୁମ୍ଡୁମା -V.S.S. ନଗର
- ୫୦୪ ନାଖରା - ନୂଆଗାଁ
- ୬୦୩ ସାଇ ମନ୍ଦିର - କଳିଙ୍ଗ ବିହାର
- ୩୩୩ ଲିଙ୍ଗରାଜ ମନ୍ଦିର -ଘାଟିକିଆ
- ୮୦୧ ଖୋର୍ଦ୍ଧା -ମାଷ୍ଟର କେଣ୍ଟିନ
- ୪୧୪ ବିଜୁ ପଟ୍ଟନାୟକ ପାର୍କ( କଟକ ) -A.G. ଛକ
- ୧୭୧ ବରମୁଣ୍ଡ -ପୁରୀ
- ୩୨୪ ବିଡାନଶୀ ( କଟକ )-ମାଷ୍ଟର କେଣ୍ଟିନ
- ୩୧୫ GGP କଲୋନୀ-ମେଫେୟାର
- ୨୨୫ କଳିଙ୍ଗ ବିଶ୍ୱବିଦ୍ୟାଳୟ- କଳ୍ପନା ଛକ
- ୪୩୨ ଜଗନ୍ନାଥ ମନ୍ଦିର (ପୁରୀ) - ଲୋକନାଥ ମନ୍ଦିର ( ପୁରୀ )
- ୪୫୦ ତାଲାବଣିଆ(ପୁରୀ) - ଜଗନ୍ନାଥ ମନ୍ଦିର (ପୁରୀ)
- ୫୨୨ ମାଷ୍ଟର କେଣ୍ଟିନ -ଚନ୍ଦକା
- ୫୩୧ ମାଷ୍ଟର କେଣ୍ଟିନ -AIIMS ଭୁବନେଶ୍ବର
- ୧୦୮ ଗ୍ରିଡକୋ - ଜଗନ୍ନାଥ ମନ୍ଦିର (ପୁରୀ)