Jump to content

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ଭାରତ)

ଉଇକିପିଡ଼ିଆ‌ରୁ
୨୧:୧୯, ୨୩ ଜାନୁଆରୀ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "University Grants Commission (India)") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
University Grants Commission
ଫାଇଲ:UGC India Logo.png
ଛୋଟ ନାଆଁUGC
ମୂଳ ଲକ୍ଷGyan-Vigyan Vimuktaye (Knowledge Liberates)
ସ୍ଥାପନା1956 (1956)
ମୁଖ୍ୟାଳୟNew Delhi
ଅବସ୍ଥାନIndia
ChairmanProf. Ved Prakash
ଅନୁମୋଦନDepartment of Higher Education, Ministry of Human Resource Development, NCERT
ୱେବ୍‌ସାଇଟwww.ugc.ac.in

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ,  (UGC India) , ଭାରତ ସରକାର ଙ୍କ ଏକ ସାମ୍ବିଧାନିକ ସଂସ୍ଥାନ । ଏହା ଇଉଜିସି ଆକ୍ଟ -୧୯୫୬[] ଦ୍ଵାରା ଭାରତ ର ମାନବ ସମ୍ବଳ ବିକାଶ ବିଭାଗ ଅଧୀନ ରେ ସ୍ଥାପିତ ହେଇ ଦେଶ ରେ ଉତ୍ଚ ଶିକ୍ଷ୍ୟା କ୍ଷେତ୍ର ରେ ସହଯୋଗ , ନିର୍ଣାୟ ଓ ମାନ ରକ୍ଷଣ ଦିଗ ରେ କାର୍ଯ୍ୟ କରିଥାଏ । ଏହି ପ୍ରତିଷ୍ଠାନ ଭାରତ ର ବିଶ୍ୱବିଦ୍ୟାଳୟ ମାନଙ୍କୁ ସ୍ବୀକୃତି ପ୍ରଦାନ କରିବା ସହ ସ୍ବୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ମାନଙ୍କୁ ଅନୁଦାନ ରାଶି ବଣ୍ଟନ ର ବ୍ୟବସ୍ଥା କରିଥାଏ । ଏହାର ମୁଖ୍ୟାଳୟ ନୂଆ ଦିଲ୍ଲୀ  ଠାରେ ଅବସ୍ଥିତ ଓ ଏହାର ୬ ଗୋଟି ଆଞ୍ଚଳିକ କାର୍ଜ୍ୟାଳୟ ପୁନେ , ଭୋପାଲ, କଲିକତା , ହାଇଦରାବାଦ , ଗୁଆହାଟି ଓ ବାଙ୍ଗାଲୋର[][University_Grants_Commission_(India)#cite_note-3 [3]] ଠାରେ ରହିଛି ।   ପ୍ରଫେସର ବେଦ ପ୍ରକାଶ[] ଏହାର ପ୍ରଥମ ଚେୟାର ମେନ ଭାବରେ ଅଧିଷ୍ଠିତ ହେଇଥିଲେ । 

ଭାରତ ର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଇଂଲଣ୍ଡ ର ବିଶ୍ୱବିଦ୍ୟାଳୟ ଆୟୋଗ ର ଢାଞ୍ଚା ରେ ଗଠିତ ହେଇଥିଲା । ଇଂଲଣ୍ଡ ର ଆୟୋଗ ବ୍ରିଟିଶ ସରକାର ଙ୍କୁ ସେଠାକାର ବିଶ୍ୱବିଦ୍ୟାଳୟ ମାନଙ୍କୁ ଅନୁଦାନ ଦେବା ବିଷୟ ରେ ସରକାର ଙ୍କୁ ପରାମର୍ଶ ପ୍ରଦାନ କରୁଥିଲା ଓ ତାହା ୧୯୧୯ ମସିହା ରେ ସ୍ଥାପିତ ହେଇ ୧୯୮୯ ମସିହା ଯାଏ କାର୍ଯ୍ୟ କରିଥିଲା । 

ଇତିହାସ 

ପ୍ରଥମେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୧୯୪୫ ମସିହା ରେ ସ୍ଥାପିତ ହେଇ ତାହା ତତ୍ କାଳୀନ ୩ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ , ଯଥା , ଆଲିଗଡ , ବନାରସ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ଦେଖ ରେଖ କରୁଥିଲା । କ୍ରମଶଃ ଏହି ବ୍ୟବସ୍ଥା ୧୯୪୭ ମସିହା ରେ ଭାରତ ରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ ପରିବର୍ଧିତ ହେଇଥିଲା । []

ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷ୍ୟା ର ମାନ ବୃଦ୍ଧି ଓ ଉନ୍ନୟନ କାର୍ଯ୍ୟ ତଦାରଖ କରି ସରକାର ଙ୍କୁ ସୁପାରିସ କରିବା ନିମନ୍ତେ ୧୯୪୯ ମସିହା ରେ ସର୍ବପଲ୍ଲୀ ରାଧାକୃଷ୍ଣାନ ଙ୍କ ଅଧ୍ୟକ୍ଷତା ରେ " ବିଶ୍ୱବିଦ୍ୟାଳୟ ଶିକ୍ଷ୍ୟା କମିଶନ " ଗଠିତ ହେଲା । ଏହାର ସୁପାରିସ ଅନୁସାରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ କୁ ଇଂଲଣ୍ଡ ର ବିଶ୍ୱବିଦ୍ୟାଳୟ ଆୟୋଗ ର କାର୍ଯ୍ୟକାରିତା ଢାଞ୍ଚା ରେ ପୁନର୍ଗଠନ କରାଯାଇଥିଲା । ୧୯୫୨ ମସିହା ରେ କେନ୍ଦ୍ର ସରକାର ଦେଶ ର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଅନ୍ୟ ପ୍ରମୁଖ ଉଚ୍ଛଶିକ୍ଷା ପ୍ରତିଷ୍ଠାନ ମାନଙ୍କୁ UGC ଅଧୀନ ରେ ରଖି UGC ମାଧ୍ୟମ ରେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ର ନିଷ୍ପତ୍ତି ନେଲେ । ୧୯୫୩ ମସିହା ଡିସେମ୍ବର ୨୮ ତାରିଖ ରେ ଭାରତ ର ତତ୍ କାଳୀନ ଶିକ୍ଷ୍ୟା , ପ୍ରକୃତିକ ସମ୍ପଦ ଓ ବୈଜ୍ଞାନିକ ଗବେଷଣା ମନ୍ତ୍ରୀ ମୌଳନା ଅବଦୁଲ କାଲାମ ଆଜାଦ ପୁନଃ ଗଠିତ  UGC କୁ ଉଦ୍ ଘାଟନ କରିଥିଲେ ।  

ନଭେମ୍ବର ୧୯୫୬ ମସିହା ରେ ଭାରତୀୟ ପାର୍ଲିଆମେଣ୍ଟ ରେ " ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ ଆଇନ , ୧୯୫୬ " ଗୃହିତ ହେଲା ପରେ ଏହା ଏକ ସାମ୍ବିଧାନିକ ପ୍ରତିଷ୍ଠାନ ଭାବରେ ସ୍ବୀକୃତ ହେଇ ରହିଲା । 

ଏହାର ମୁଖ୍ୟାଳୟ ବାହାଦୁର ଶାହ ଜାଫର ମାର୍ଗ , ନୂଆ ଦିଲ୍ଲୀ ଠାରେ ରହିଥିଲା । ୧୯୯୪ଓ ୧୯୯୫ ମସିହା ରେ ଏହାକୁ ବିକେନ୍ଦ୍ରିୟ-କରଣ କରାଯାଇ ପୁନେ , ହାଇଦରାବାଦ , କଲିକତା , ଭୋପାଲ , ଗୁଆହାଟି ଓ ବାଙ୍ଗାଲୋର ଠାରେ ୬ ଟି ଆଞ୍ଚଳିକ କେନ୍ଦ୍ର ସ୍ଥାପନ କରାଗଲା ।[] ନୂଆ ଦିଲ୍ଲୀ ମୁଖ୍ୟାଳୟ କୁ ମଧ୍ୟ ପରିବର୍ଦ୍ଧନ କରାଯାଇ ଦୁଇଟି ନୂତନ କେନ୍ଦ୍ର ଫିରୋଜ ଶାହ ମାର୍ଗ ଓ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ଦକ୍ଷିଣ ପରସର ରେ କର୍ଜୟାଳୟ ଖୋଳାଗଲା । []

ବୃତ୍ତିଗତ ପରିଷଦ 

UGC,  CSIR ର ସହାୟତା ରେ କଲେଜ ଓ ବିଶ୍ବବିଡାଳୟ []ମାନଙ୍କ ରେ ଶିକ୍ଷକ ନିଯୁକ୍ତି ପାଇଁ ଜାତୀୟ ଶିକ୍ଷୟକ ନିଯୁକ୍ତି ପରିକ୍ଷ୍ୟା ପରିଚାଳନା କରିଥାଏ । ୨୦୦୯ ମସିହା ରୁ ଭାରତୀୟ ସ୍ନାତକ ସ୍ତରୀୟ ଓ ସ୍ନାତକୋତ୍ତର ସ୍ତରୀୟ  ଶିକ୍ଷାଦାନ ପାଇଁ ଏହି ପରିକ୍ଷ୍ୟା ରେ ଉତ୍ତୀର୍ଣ ହେବା ବାଧ୍ୟତାମୂଳକ କରାଯାଇଥାଏ ।Ph. D . ଡିଗ୍ରୀ ପାଇଥିବା କଶେତର ରେ ଏହି ଯୋଗ୍ୟତା ରେ ୫ ପ୍ରତିଶତ କୋହଳ କରାଯାଇଥାଏ ।  

ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କୁ ମାନ୍ୟତା ଦେବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିମ୍ମ ଉଲ୍ଲିଖିତ ୧୫ ଟି ସ୍ଵଯାଂଶାସିତ ସାମ୍ବିଧାନିକ ଅନୁଷ୍ଠାନ ର ସହାୟତା ନେଇଥାଏ । [][]

  • All India Council for Technical Education (AICTE)
  • Distance Education Council (DEC)
  • Indian Council of Agricultural Research (ICAR)
  • Bar Council of India (BCI)
  • National Council for Teacher Education (NCTE)
  • Rehabilitation Council of India (RCI)
  • Medical Council of India (MCI)
  • Pharmacy Council of India (PCI)
  • Indian Nursing Council (INC)
  • Dental Council of India (DCI)
  • Central Council of Homoeopathy (CCH)
  • Central Council of Indian Medicine (CCIM)
  • National Council for Rural Institutes (NCRI)
  • State Councils of Higher Education (SCHE)
  • Council of Architecture

ଭବିଷ୍ୟତ 

 ୧୯୭୬ ମସିହା ରେ ଭାରତ ର ଶିକ୍ଷ୍ୟ ରାଷ୍ଟ୍ର ମନ୍ତ୍ରୀ ଭାରତ ର ନୂତନ ଯୋଜନା ବିଷୟ ରେ ଘୋଷଣା କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ସର୍ବ ଭାରତୀୟ ବଇସେୟିକ ଶିକ୍ଷ୍ୟା ପରିଷଦ ସ୍ଥାନ ରେ ଏକ ଉଛ କ୍ଷ୍ୟମତା [୧୦]ପ୍ରାପ୍ତ କମିଶନ , " ଉଚ ଶିକ୍ଷ୍ୟା ଓ ଗବେଷଣା ପାଇଁ ଜାତୀୟ କମିଶନ " ( NCHER) ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ । ଏହା ଦ୍ଵାରା ଶିକ୍ଷ୍ୟାଓ ଗବେଷଣା  ର ମାନ ନିର୍ଧାରଣ , ସହଯୋଗ ସ୍ଥାପନ , ପରିଚାଳନା ଓ ନିରନ୍ତର ଉନ୍ନୟନ ପାଇଁ ବ୍ୟବସ୍ଥା ହେଇ ପାରିବ । ଏହି ନୂତନ ପ୍ରତିଷ୍ଠାନ ରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ସମେତ[୧୧] ଅନ୍ୟ ପ୍ରତିଷ୍ଠାନ ଗୁଡିକ ସମାର୍ଜିତ କରିବା ପାଇଁ ପାର୍ଲିଆମେଣ୍ଟ ରେ ବିଧେୟକ ଅଣା ଯାଇଛି । ଏଥିରେ ଡାକ୍ତରୀ ଓ ଆଇନ ଶିକ୍ଷ୍ୟା [୧୨]କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି  ।  ତେବେ ଏହି ବ୍ୟବସ୍ଥା କୁ ବିହାର , କେରଲ , ପଞ୍ଜାବ , ତାମିଲନାଡୁ ଓ ପଶ୍ଚିମ ବଙ୍ଗ ରାଜ୍ୟ ସମୂହ ବିରୋଧ ପ୍ରକଟ କରିଥିଲେ ମଧ୍ୟ ସାଧାରଣ ସମ୍ମତି ପ୍ରଦାନ କରିଥିଲେ ।  ୨୦୧୫ ମସିହା ରେ କେନ୍ଦ୍ର ସରକାର " National Institutional of Ranking Framework" ନାମକ ଏକ ପ୍ରତିଷ୍ଠାନ ଆରମ୍ଭ କଲେ ।ଏହି ପ୍ରତିଷ୍ଠାନ ଭାରତ ର ସମସ୍ତ ଉଛ ଶିକ୍ଷ୍ୟା ପ୍ରତିଷ୍ଠାନ କୁ ଗୁଣବତ୍ତା ଅନୁସାରେ ତାଲିକା କୃତ କରିବା । [୧୩]  ୨୦୧୬-୧୭ ମସିହା[୧୪] ରୁ ଦେଶ ର ସମସ୍ତ ଉଛ ଶିକ୍ଷ୍ୟାନୁଷ୍ଠାନ ରେ କେନ୍ଦ୍ରୀକୃତ ଓଁ ଲାଇନ ପ୍ରବେଶ ( ଏଡମିସନ ) ପାଇଁ ଆଦେଶ ପ୍ରଦାନ କରିଛନ୍ତି ।ଏତଡ ମଧ୍ୟ ରେ UGC ଦ୍ଵାରା ଭରତ ରେ ଭରତ ରେ ଚାଲି ଥିବା ୨୨ ଟି ନକଲି ବିଶ୍ୱବିଦ୍ୟାଳୟ ଠାବ କରିଛନ୍ତି । ସେହି ମଧ୍ୟ ରୁ ଉତ୍ତର ପ୍ରଦେଶ ରେ ୯ ଟି , ଦିଲ୍ଲୀ ରେ ୫ ଟି , ପଶ୍ଚିମ ବଙ୍ଗ ରେ ୨ ଟି ଓ ବିହାର , ଓଡିଶା , ମହାରାଷ୍ଟ୍ର , କେରଲ , କର୍ଣାଟକ ଓ ତାମିଲନାଡୁ ରେ ଗୋଟିଏ ଲେଖା ଅନ୍ତର୍ଭୁକ୍ତ । [୧୫]

ଆଧାର ସମୂହ 

  1. {{cite web}}: Empty citation (help)
  2. University Grants Commission Govt. of India website.
  3. Prof.
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)
  8. {{cite web}}: Empty citation (help)
  9. {{cite web}}: Empty citation (help)
  10. {{cite web}}: Empty citation (help)
  11. Reporter, BS (March 6, 2013). "States oppose national panel for higher education and research". Business Standard. Retrieved 10 December 2013.
  12. TNN (Oct 5, 2013). "Major push to change the face of higher education". Times of India. Retrieved 10 December 2013.
  13. {{cite web}}: Empty citation (help)
  14. {{cite web}}: Empty citation (help)
  15. {{cite web}}: Empty citation (help)

ବାହ୍ୟ ସଂଯୋଗ