ଚକ୍ରେଶ୍ୱରୀ ଶିବ ମନ୍ଦିର
Chakresvara Shiva temple | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Bhubaneswar |
State | Orissa |
Country | India |
Architecture | |
Type | Kalingan Style (Kalinga Architecture) |
ଚକ୍ରେଶ୍ଵରୀ ଶିବ ମନ୍ଦିର, ଭାରତୀୟ ରାଜ୍ୟ ଓଡିଶାର ରାଜଧାନୀ ଭୁବନେଶ୍ଵର ସହର ର ରାଜାରାଣୀ କଲୋନୀ ଠାରେ ଅବସ୍ଥିତ ଥିବା ଏକ ପ୍ରାଚୀନ ଶିବ ମନ୍ଦିର । ଏହା ୧୦ମ /୧୧ ଶ ଶତାବ୍ଦୀ ରେ ନିର୍ମିତ ହେଇଥିବାର ଜଣାଯାଏ । ଏଠାରେ ଶିବ ଲିଙ୍ଗା ଓ ଯୋନିପୀଠ ଆରାଧ୍ୟ ଦେବତା ହିସାବ ରେ ପୂଜା ପାଇଥାଏ । ଏହି ମନ୍ଦିର ର ପୂର୍ବ ଓ ଉତ୍ତର ଦିଗ ରେ ଘରେଇ ବାସ ଗୃହ ରହିଥିବା ବେଳେ ପଶ୍ଚିମ ଦିଗ ରେ ଚାକ୍ରେଶ୍ଵର ପୁଷ୍କରିଣୀ ରହିଛି । ଏଠାରେ ପାରମ୍ପାଇକ ରୀତି ରେ ଶିବରାତ୍ରି , ଦୀପାବଳି ଓ ମକର ସଙ୍କରାନ୍ତି ଆଦି ପାଳିତ ହଉଥିବା ବେଳେ ବ୍ରତୋପନୟନ , ରୁଦ୍ରାଭିଶେଖ ଓ ଚନ୍ଦ୍ରାଭିଶେଖ ଆଦି ମଧ୍ୟ ହେଇଥାଏ ।
ସ୍ଥାପତ୍ୟ ଶୈଳୀ
ଏକ ନିମ୍ମ ଚଟାଣ ଉପରେ ମନ୍ଦିର ର ନିର୍ମିତ ହେଇଥିବା ବେଳେ ଏହାର ଏକ ବିମାନ ଓ ପୁନର୍ନିର୍ମିତ ସାମ୍ନା ପ୍ରସ୍ତ ରହିଛି । ଉତ୍କଳୀଯ ରେଖା ଦେଉଳ ଢଙ ରେ ମନ୍ଦିର ନିର୍ମିତ । ମନ୍ଦିର ରେ ବାଡ , ଗଣ୍ଡି ଓ ମସ୍ତକ , ଏହିପରି ଭାବରେ ନିର୍ମିତ ।
ସ୍ଵତନ୍ତ୍ରତା
ମନ୍ଦିର ରେ ଅନ୍ୟ ଶିବ ମନ୍ଦିର ପରି ସାଧାରଣତଃ ରହୁଥିବା ଲଲାଟ ବିମ୍ବ ଠାରେ ଗଜ -ଲକ୍ଷ୍ମୀ ଙ୍କ ଙ୍କ ସ୍ଥାନ ରେ ଚତୁର୍ଦ୍ଧା ଗଣେଶ ପ୍ରତିମା ରହିଛି । ଏହା ଭୁବନେଶ୍ଵର ଠାରେ ଥିବା ମନ୍ଦିର ସମୂହ ଭିତରେ ଏକ ବ୍ୟତିକ୍ରମ ଭାବରେ ପରିଚିତ । ଏହି ପରି ଅନନ୍ୟ ଏକ ବ୍ୟତିକ୍ରମ କଳାରହଙ୍ଗା ସ୍ଥିତ ଶିବ ମନ୍ଦିର ରେ ପରିଲକ୍ଷିତ ହେଇଥାଏ । ସେଠାରେ ଲଲାଟ ବିମ୍ବ ଠାରେ ଉଭୟ ଗଣେଶ ଓ ସରସ୍ଵତୀ ଙ୍କ ପ୍ରତିମା ସ୍ଥାପିତ ହେଇଥିବାର ଦେଖାଯାଏ । ମନ୍ଦିର ସାମନା ରେ ପାର୍ବତୀ ଓ କର୍ତିକେୟ ପ୍ରତିମୂର୍ତି ସହ ଏକ ଅମାଲକା ପ୍ରସ୍ତର ମଧ୍ୟ ରହିଛି ।
ସାଜସଜ୍ଜ୍ୟା
ମନ୍ଦିର କବାଟ ରେ ସ୍ଥମ୍ବାକାର ଭାବରେ ଚିତ୍ର ସବୁ ସ୍ଥାନିତ ହେଇଛି । ସେଥିରେ ପୁଷ୍ପ ଶାଖା ,ନର ଶାଖା , ପତ୍ର ଶାଖା ସବୁ ରହିଛି । ଲଲାଟବିମ୍ବ ଠାରେ ରହିଥିବା ଗଣେଶ ତାଙ୍କର ବାହନ ମୂଷିକ ଉପରେ ରହିଛନ୍ତି । କବାଟ ନିକଟ ରେ ଦ୍ଵାରପାଳ ଭାବରେ ଦୁଇଟି ସଶସ୍ତ ଶୈବ୍ୟ ଦ୍ଵାରପାଳ ମୂର୍ତି ମଧ୍ୟ ରହିଛି । ଦୁଆର ଉପର ଅଂଶ ରେ ନବଗ୍ରହ ଙ୍କ ଖୋଦିତ ଚିତ୍ର ମଧ୍ୟ ରହିଛି । ସୂର୍ଯ୍ୟ ହସ୍ତ ରେ କମଳ ଧାରଣ କରି , ରାହୁ ଅର୍ଦ୍ଧ ଚନ୍ଦ୍ର କୁ ଧରି ଓ କେତୁ ସର୍ପ ଧରି ରହିଥିବା ଚିତ୍ର ରହିଛି ।
ପୁନଶ୍ଚ ଦେଖଣା
ଆଧାର ସମୂହ
- Book: Lesser Known Monuments of Bhubaneswar by Dr. Sadasiba Pradhan, date of documentation 19.09.2006, ISBN 81-7375-164-1.
- Dr.Sadasiba Pradhan [୧]
- Web page http://ignca.nic.in/asi_reports/orkhurda039.pdf