ମହାଭୈରବ ମନ୍ଦିର
ମହାଭୈରବ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Sonitpur |
Location | |
Country | India |
Website | |
www |
ମହାଭୈରବ ମନ୍ଦିର, ଭାରତୀୟ ରାଜ୍ୟ ଆସାମ ର ଉତ୍ତରାଞ୍ଚଳ ର ତେଜପୁର ସହର ଠାରେ ଏକ ପାହାଡ ଉପରେ ରହୁଥିବା ଏକ ମନ୍ଦିର । ଏହି ମନ୍ଦିର ଟି ପ୍ରାକ-ଏଈତିହାସିକ[୧] ସମୟ ରେ ବନ ରାଜା ଙ୍କ ଦ୍ଵାରା ସ୍ଥାପିତ ହେଇଥିବା ବିଶ୍ଵାସ କରାଯାଇଥାଏ । ମୂଳ ଶିବ ମନ୍ଦିର ଟି ପ୍ରସ୍ତର ନିର୍ମିତ ହେଇଥିବା ବେଳେ ବର୍ତମାନ ରହିଥିବା ପୁନରନିର୍ମିତ ମନ୍ଦିର ଟି କଂକ୍ରିଟ ରେ ନିର୍ମିତ । ଆହୋମ ଶାସନ କାଳ ରେ ବିଶେଷତଃ " ତୁଙ୍ଗଖୁଙ୍ଗୀୟ ବଂଶ " ରାଜୁତି କାଳ ରେ ଏହି ମନିର ପାଇଁ ଅନେକ ଦେବୋତ୍ତର ଜମି ପ୍ରଦାନ ହେବା ସହ ମନ୍ଦିର ନିମନ୍ତେ ପୂଜକ ଓ ପାଇକ ନିଯୁକ୍ତି କରାଯାଇଥିଲା । ମନ୍ଦିର ର ପରିଚାଳନା ଭାର " ବୋରଠାକୁର "ଙ୍କୁ ପ୍ରଦାନ କରାଯାଇଥିଲା । ଅଧୁନା ମନ୍ଦିର ର ପରିଚାଳନା ସରକାର ଙ୍କ ଦ୍ଵାରା ନିଯୁକ୍ତ ଏକ କମିଟି ର ମୁଖ୍ୟ ଭାବରେ ଡେପୁଟି କମିଶନର ରହିଛନ୍ତି । ଏହି ମନ୍ଦିର ରେ ଶିବରାତ୍ରି ଉତଶବ ବଡ ଜାକ୍ ଜମକ ସହ ପାଳନ କରାଯାଏ ଓ ଦେଶ ର ବିଭିନ୍ନ ପ୍ରାନ୍ତ ରୁ ଅନେକ ଲୋକ ଆସନ୍ତି । ଏଠାରେ ଶିବରାତ୍ରି ମେଳା ରେ ଭୋଗ ହିସାବ ରେ ବିକ୍ରି ହଉଥିବା " ଆସାମ ଭାଙ୍ଗ ଲଡୁ " ଏକ ବହୁଳ ଆଦୃତ ଦ୍ରବ୍ୟ । ଏହି ମନ୍ଦିର ରେ ବିବାହ ମଧ୍ୟ ହେଇଥାଏ । ଏଠାରେ ସ୍ଵତନ୍ତ୍ର ପରମ୍ପରା ହିସାବ ରେ ପାରା ଛଡା ଯାଇଥାଏ ଓ ଶତାଧିକ ପରା ଛଡା ଯାଉଥିବା ଦୃଶ୍ୟ ଆକର୍ଷକ ହେଇଥାଏ ।
କିମ୍ବଦନ୍ତୀ
ମନ୍ଦିର ଟି ରାଜା ବନାସୁର ଙ୍କ ଶିବ ଉପାସନା ପାଇଁ ନିର୍ମିତ ହେଇଥିବାର ଜଣା ଯାଏ । ଏଠାରେ ଥିବା ଶିବ ଲିଙ୍ଗ କୁ ଜୀବନ୍ତ ଶିବ ଲିଙ୍ଗ କୁହାଯାଇଥାଏ । ତାହାର ଆକାର ପ୍ରତି ବର୍ଷ ବୃଦ୍ଧି ହାଉଥିବାର ଦାବି କରାଯାଇଥାଏ । ଲୋକବାଦ ଅଛି ଯେ ରାଜା ବନସୁର ଏଠାରେ ଶିବ ଙ୍କୁ ଆରାଧନା କରି ବାର ପ୍ରାପ୍ତ ହେଇଥିଲେ ।
ଇତିହାସ
ପ୍ରତ୍ନତତ୍ଵ ବିଶାରଦ ମାନଙ୍କ ମତ ଯେ ମନ୍ଦିର ଟି ୮ ମ ରୁ ୧୦ ମ ଶତାବ୍ଦୀ ମଧ୍ୟ ରେ " ସଳାସ୍ଥମ୍ଭ ବଂଶ " ଶାସନ ସମୟ ରେ ନିର୍ମିତ ହେଇଥିଲା । ପ୍ରାଚୀନ ମନ୍ଦିର ରେ ଥିବା ପ୍ରସ୍ତର ସ୍ତମ୍ଭ ସବୁ ର ଭଗ୍ନାବଶେଷ ଏବେ ମଧ୍ୟ ମନ୍ଦିର ନିକଟ ରେ ରହିଛି । ମଧ୍ୟ ଯୁଗୀୟ [୨]ଇସ୍ଲାମିକ ଆକ୍ରମଣ ସମୟ ରେ ମନ୍ଦିର କୁ ଦ୍ବଂଶ କରାଯାଇଥିଲା । ପରେ ରାଜୁତି କରିଥିବା ରାଜା ମାନଙ୍କ ଦ୍ଵାରା ଏହା ପୁନର ନିର୍ମିତ ହେଇଥିଲା । ତେବେ ପୁନର୍ବାର ଏହା ୧୮୯୭ ମସିହା ର ଭୂମିକମ୍ପ ରେ ବହୁଳ କ୍ଷ୍ଷ୍ୟତିଗ୍ରସ୍ତ ହେଇଥିଲା । [୩][୪]
ବର୍ତମାନ ରହିଥିବା ମନ୍ଦିର ଟି ବିଂଶ ଶତାବ୍ଦୀ ର ପ୍ରାରମ୍ଭିକ ଭାଗ ରେ ନାଗା ବାବା ନାମରେ ପରିଚିତ ସନ୍ଥ ସ୍ଵୟଂବର ଭାରତୀୟ ଙ୍କ ଦ୍ଵାରା ନିର୍ମିତ ହେଇଥିଲା । କିଛି ବର୍ଷ ପରେ ସେହି ମନ୍ଦିର ନିକଟ ରେ ଅନନ୍ୟ ଜେନ ସନ୍ଥ ଶ୍ରୀ ମହାଦେଓ ଭାରତୀ " ନାଟ ମନ୍ଦିର " ନିର୍ମାଣ କରିଥିଲେ । ତାହାର କିଛି ବର୍ଷ ପରେ ଆଉ ଜଣେ ଭକ୍ତ ମନ୍ଦିର ସମ୍ମୁଖ ଭାଗ ରେ " ଦ୍ଵାରପାଳ " ଭାବରେ ଗଣେଶ ଓ ହନୁମାନ ଙ୍କ କଂକ୍ରିଟ ନିର୍ମିତ ମୂର୍ତି ସ୍ଥାପନ କରିଥିଲେ । .