ଭାବନାଥ ମନ୍ଦିର , ମଊ
ଦେଖଣା
ଜୁନା ଭାବନାଥ ମନ୍ଦିର, ଭାରତୀୟ ରାଜ୍ୟ ଗୁଜୁରାଟ ର ଆରାବଳି ଜିଲା ର ଭିଲୋଡା ତାଲୁକ ର ମଉ ଗ୍ରାମ ରେ ଅବସ୍ଥିତ ଏକ ଶିବ ମନ୍ଦିର ।
ଏହାର ପ୍ରସ୍ତର ଖୋଦନ ରୁ ଜଣାପଡେ ଯେ ଏହାର ନିର୍ମାଣ 1300 ବର୍ଷ ପୂର୍ବରୁ ହେଇଥିଲା । ଏଠାରେ ଏକ ଜଳାଶୟ ବା କୁଣ୍ଡ ରହିଛି । ତାହାର ନାମ ବୃଗୁକୁଣ୍ଡ ଓ କୁହାଯାଏ ଏହାର ପବିତ୍ର ଜଳ କୁଷ୍ଠ ରୋଗ ରୁ ମୁକ୍ତି ପ୍ରଦାନ କରିଥାଏ । ମନ୍ଦିର ଭଗବାନ ଶିବ ଙ୍କ ଆରାଧନା ପାଇଁ ରହିଛି । ହଠମାରୀ ନଦୀ ନିକଟ ରେ ଏହି ମନ୍ଦିର ରହିଛି । ଶ୍ରବଣ ମାସ ଶେଷ ସୋମବାର ଦିନ ଏଠାରେ ବୃହତ ମେଳା ଅନୁଷ୍ଠିତ ହେଇଥାଏ । ଏଠାରେ ମହଶିବରାତ୍ରି ମଧ୍ୟ ଭଲ ଭାବରେ ପାଳିତ ହେଇଥାଏ । .[୧][୨]
ଆଧାର ସମୂହ
- ↑ http://sabarkanthadp.gujarat.gov.in/sabarkantha/juna-bhavnath-mandir.htm
- ↑ Gazetteer of the Bombay Presidency: Cutch, Palanpur, and Mahi Kantha. Printed at the Government Central Press. 1880. p. 433.