ଧନ ନନ୍ଦ
ମହାବୋଧ୍ବଂଶ ର ବର୍ଣନା ଅନୁସାରେ ଧନ ନନ୍ଦ (Sanskrit: धनानन्द) ନନ୍ଦ ବଂଶ ର ଶେଷ ଶାସକ ଥିଲେ । ସେ ମହାପଦ୍ମ ନନ୍ଦ ଙ୍କ 9 ଜଣ ପୁତ୍ର ଙ୍କ ମଧ୍ୟ ରୁ ଅନ୍ୟତମ ଥିଲେ । ପ୍ଳତାର୍ଚ ନ୍ଲ୍କା ମତ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ କହିଥିଲେ ଯେ ନନ୍ଦ ତାଙ୍କର କ୍ରୁରତା ଓ କୁଣ୍ଠିତତା ଯୋଗୁଁ ଅଧିନସ୍ଥ ମାନଙ୍କ ଦ୍ଵାରା ଘୃଣିତ ହଉଥିଲେ । [୧][୨][୩]
ନାମ
ଗ୍ରୀକ ଏଇତିହାସିକ ଦୀଓଦୋରସ ଧନ ନନ୍ଦା ଙ୍କୁ ଅଗ୍ରମ୍ମେସ ବା କ୍ଷନ୍ଦ୍ରାମେସ ଭାବରେ ବର୍ଣନା କରିଥିଲେ । ବୋଧ ହୁଏ ଏହି ଶବ୍ଦ ସଂସ୍କୃତ ର ଅଗ୍ରସୈନ୍ୟ ର ଅପଭ୍ରଂଶ ହେଇଥାଇପାରେ । .[୪]
ସ୍ରୋତ
ଧନ ନନ୍ଦା ଙ୍କ ବିଷୟ ରେ ବିଶେଷ ବିବରଣୀ କରଟିଆସ ,ଦୀଓଦୋରସ , ପ୍ଲତାର୍ଛ ଙ୍କ ଗ୍ରୀକ ଲେଖା ରୁ ମିଳିଥାଏ । [୫]
ଜୀବନୀ
ମହାପ୍ରସାଦ ମନ୍ଦ ଙ୍କ ଉତ୍ତରାଧିକାରୀ ଭାବରେ ଧନ ନନ୍ଦ ସିଂହାସନ ପାଇଥିଲେ । ସେ ସମୟ ରେ ନନ୍ଦା ବଂଶ ରହୟ ର ଲୋକ ସମୂହ ଓ ଅଧିନସ୍ଥ କର୍ମଚାରୀ , ଏପରିକି ନିକଟସ୍ଥ ରାଜ୍ୟ ମାନଙ୍କରେ ମଧ୍ୟ ଜନପ୍ରିଯ ନଥିଲେ । ଏହା ତାଙ୍କର କୃପଣତା ଓ ଅର୍ଥ ଲୋଭ ପାଇଁ ହେଇଥାଇ ପାରେ । [୬]
ଶାସନ କାଳ
ଧନ ନନ୍ଦ ଜଣେ ଶକ୍ତିଶାଳୀ ଶାସକ ଥିଲେ ।ସେ ପ୍ରାଚ୍ଯ , ତଳ ଗଙ୍ଗା ଉପତ୍ୟକା ଅଞ୍ଚଳ ଶାସନ କରୁଥିଲେ । ତାଙ୍କ କାଳ ରେ ନନ୍ଦା ସମ୍ଭରଜ୍ୟ ବିହାର ଓ ବେଙ୍ଗଲ ରୁ ପୌର୍ବ ପଞ୍ଜାବ ଓ ପଶ୍ଚିମ ସିନ୍ଧ ଯାଏ ବ୍ୟାପ୍ତ ହେଇଥିଲା । ତାଙ୍କର 4 ଜଣ ମନ୍ତ୍ରୀ ବନ୍ଧୁ , ସୁବନ୍ଧୁ , କୁବେର ଓ ଶକଟାଳ ରହିଥିଲେ । ଶକଟାଳ ନନ୍ଦ ଙ୍କ ତହବିଲ ରୁ ଅର୍ଥ ନେଇ ମ୍ଳେଚ୍ଛ ଆକ୍ରମଣ କାରୀ ଙ୍କୁ ଦେଇଦେଇ ସମ୍ଭ୍ରାଜ୍ୟ ତାଙ୍କ ଆକ୍ରମଣ ରୁ ରକ୍ଷ୍ୟା କରିଥିଲେ କିନ୍ତୁ ରାଜା ତାଙ୍କୁ ସେଥି ନିମନ୍ତେ ସପରିବାର ଦେଶାନ୍ତର କରି ସେଠାରେ ବନ୍ଦୀ କରିଥିଲେ । କେବଳ ଜଣକ ପାଇଁ ଯଥେଷ୍ଟ ଖାଦ୍ୟ ଓ ଜଳ ତାଙ୍କୁ ଦିଆ ଯାଉଥିଲା । ଶକଟାଳ ଙ୍କ ବ୍ଯତୀତ ଅନନ୍ୟ ସମସ୍ତେ ମୃତ୍ୟୁ ବରଣ କଲେ । ଏହା ମଧ୍ୟ ରେ ପୁନର୍ବାର ବିଦେଶୀ ମାନେ ନନ୍ଦା ସମ୍ଭ୍ରାଜୀ ଆକ୍ରମଣ କରିବାରୁ ଧନ ଶକଟାଳ ଙ୍କୁ ତାଙ୍କର ସାହାଯ୍ୟ ଲୋଡିଥିଲେ । କିନ୍ତୁ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଚାଣକ୍ୟ ଙ୍କ ସହାୟତା ରେ ନନ୍ଦ ବଂଶ ଦ୍ବଂଶ କରି ଶକଟାଳ ପ୍ରତିଶୋଧ ନେଇଥିଲେ । [୭]
କଳିଙ୍ଗ ରାଜ୍ୟ ସହ ସମ୍ବନ୍ଧ
କଳିଙ୍ଗ ରାଜ୍ୟ ସହ ନନ୍ଦା ବଂଶ ର ସମ୍ପର୍କ ଭଲ ନଥିଲେ ମଧ୍ୟ ରାଜପୁତ୍ର ସୂର୍ଯ୍ୟ ନନ୍ଦ କଳିଙ୍ଗ ର ରାଜକୁମାରୀ ଦମୟନ୍ତୀ ଙ୍କୁ ବିବାହ କରିବା ପରେ କିଛି କାଳ ପାଇଁ ତାହା ଉତ୍ତମ ରହିଥିଲା ।ତେବେ ସେହି ବିବାହ ପରି ତାହା କ୍ଷଣ ସ୍ଥାୟୀ ଥିଲା । କଳିଙ୍ଗ ର ପ୍ରଜା ଓ ରାଜପୁତ୍ର ଖାରବେଳ ଧନ ନନ୍ଦ ଙ୍କୁ ବର୍ବର ଆଖ୍ୟା ଦେଇଥିଲେ ।
ନନ୍ଦ ସେନାବାହିନୀ
ଧନ ନନ୍ଦ ପିତା ଙ୍କ ଠାରୁ ବିଶାଳ ରାଜ୍ୟ ସହ ଏକ ବୃହତ ସୈନ୍ୟ ବାହିନୀ ର ଉତ୍ତରାଧିକାରୀ ହେଇଥିଲେ ।ଗ୍ରୀକ ଏଇତିହାସିକ ଙ୍କ ବର୍ଣନା ଅନୁସାରେ ନନ୍ଦ ଙ୍କ 2000,000 ପଦାତିକ , 20,000 ଘୋଡାସବାର , 2000 ଯୁଦ୍ଧ ରଥ , 3000 ଯୁଦ୍ଧ ହସ୍ତୀ ରହିଥିଲେ । [୮]
ପରାଜୟ ଓ ମୃତ୍ୟୁ
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କ ଦ୍ଵାରା ପରାଜିତ ହେଲା ପରେ ତାଙ୍କୁ ଦୁଇ ପତ୍ନୀ ଙ୍କ ସହ ପଳାଯନ ପାଇଁ ସୁଯୋଗ ଦିଆ ଯାଇଥିଲା । ସେ ତାଙ୍କର କନ୍ୟା ଙ୍କୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କ ସହ ବିବାହ ଦେଇଥିଲେ । [୯][୧୦]
ଧନ ନନ୍ଦ ଙ୍କ ମୃତ୍ୟୁ ର କାରଣ ସଠିକ ଭାବରେ ଜଣା ଯାଇନହୀନ । କେତେକ ତଥ୍ୟ ଅନୁସାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତାଙ୍କର ହତ୍ୟା କରେଇଥିଲେ । ଆଉ କେତେକ ତଥ୍ୟାନୁସାରେ ଚାଣକ୍ୟ ତାଙ୍କୁ ନିର୍ବାସନ ରେ ପଠେଇ ପରେ ହତ୍ୟା କରେଇଥିଲେ । ପୁଣି କେତେକ ମତ ଅନୁସାରେ ଧନ ନନ୍ଦା ବୌଦ୍ଧ ଧର୍ମ ଗ୍ରହଣ କରି ଭିକ୍ଷୁ ଜୀବନ ଜାପନ କରିଥିଲେ ।
ନୋଟ ସବୁ
- ↑ Mahajan, V.D. (2010), "Chapter XVIII : The Rise of Magadha Section (h) The Nandas", Ancient India, S.Chand, pp. 251–253, ISBN 8121908876
{{citation}}
: More than one of|ISBN=
and|isbn=
specified (help) - ↑ Bongard-Levin, G. (1979), A History of India, Moscow: Progress Publishers, p. 264
- ↑ http://www.perseus.tufts.edu/cgi-bin/ptext?doc=Perseus%3Atext%3A1999.01.0243&layout=&loc=62.1
- ↑ Sastri 1988, p. 14.
- ↑ Mookerji 1988, p. 6-7.
- ↑ Mahajan, V.D. (2010). "Chapter XVIII : The Rise of Magadha Section (h) The Nandas". Ancient India. S.Chand. pp. 251–253. ISBN 8121908876.
- ↑ Rice 1889, p. 9.
- ↑ Bongard-Levin, G. (1979). A History of India. Moscow: Progress Publishers. p. 264.
- ↑ Mookerji 1988, p. 14.
- ↑ Mookerji 1988, p. 34.
ଆଧାର ସମୂହ
- Mookerji, Radha Kumud (1988), Chandragupta Maurya and his times (4th ed.), Motilal Banarsidass, ISBN 81-208-0433-3
{{citation}}
: More than one of|ISBN=
and|isbn=
specified (help) - Singh, Upinder (2016), A History of Ancient and Early Medieval India: From the Stone Age to the 12th Century, Pearson Education, ISBN 978-93-325-6996-6
{{citation}}
: More than one of|ISBN=
and|isbn=
specified (help) - Sastri, K. A. Nilakanta, ed. (1988), Age of the Nandas and Mauryas (Second ed.), Delhi: Motilal Banarsidass, ISBN 81-208-0465-1
{{citation}}
: More than one of|ISBN=
and|isbn=
specified (help) - Rice, B. Lewis (1889), Inscriptions at Sravana Belgola : a chief seat of the Jains, Bangalore: Mysore Govt. Central Press