ଟିଙ୍କିଟାମ
Tinkitam | |
---|---|
town | |
Country | India |
State | Sikkim |
District | South Sikkim |
Government | |
• Type | Municipal corporation |
• Body | Nagar Palika |
Languages | |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | SK |
ଟିଙ୍କିଟାମ ଭାରତୀୟ ରାଜ୍ୟ ସିକ୍କିମ ର ଦକ୍ଷିଣାଞ୍ଚଳ ରେ ଥିବା ଏକ ସହର । ଜିଲ୍ଲା ସଦର ମହକୁମା ନିମଚି ଠାରୁ ଏଠାକୁ ପହଞ୍ଚିବାକୁ 45 ମିନିଟ ସମୟ ଲାଗେ । ଏହା ନିକଟ ରେ ପ୍ରସିଦ୍ଧ କଞ୍ଚନଜଙ୍ଘା ପର୍ବତ ଅବସ୍ଥିତ । ଏହି ସ୍ଥାନ ର ଭୌଗୋଳିକ ଅବସ୍ଥିତି 27°14′0″N 88°19′32″E ଠାରେ ।
Tଏହି ଆଞ୍ଚଲ ରେ ବିରଳ ପ୍ରଜାତି ର ଅର୍ଚିଡ ବୃକ୍ଷୀ ଦେଖାଯାଇଥାଏ । ଏହାକୁ "Lady's slipper" କୁହାଯାଇଥାଏ । ଏଥିରେ ଅକ୍ଟୋବର ମାସ ରେ ଫୁଲ ଧରେ । ଏଠାରେ ପାର୍ବତ୍ଯ ଢାଲୁ ଆଞ୍ଚଳ ରେ ଚାହା ଚାଷ ମଧ୍ୟ ହେଇଥାଏ । ଦେହନାମ ଠାରୁ ତେନ୍ଦୋଙ୍ଗ ଜାତୀୟ ପାର୍କ ଯାଏ ଟ୍ରେକିଙ୍ଗ ରେ ଗଲେ ବାଟରେ ଏକ ମୃତ ଆଗ୍ନେୟଗିରି ଦେଖିବାକୁ ମିଳେ ।
ଏଠାକାର ସ୍ଥାନୀୟ ଲୋକ ସାଧାରଣତଃ ଭୁଟିଆ ଓ ନେପାଲୀ ବଂଶଜ । ତାଙ୍କର ମୁଖ୍ୟ ଜୀବିକା ଲବଙ୍ଗ ଚାଷ ଓ ଚାହା ଚାଷ । ଏଠାରେ ମୁଖ୍ଯତଃ ନେପାଲୀ ଭାଷା ର ପ୍ରଚଳନ ରହିଛି ।
ପ୍ରସିଦ୍ଧ ବ୍ୟକ୍ତିତ୍ବ
ଭାରତ ର ଜଣେ ଶ୍ରେଷ୍ଠ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆ ଏହି ସ୍ଥାନ ରେ ଜନ୍ମଗ୍ରହଣ କରିଥିଲେ । [୧] ବର୍ତମାନ ମଧ୍ୟ ତାଙ୍କ ପରିବାର ସେଠାରେ ରହନ୍ତି । .[୨]
ଆଧାର ସମୂହ
- Tinkitam's Little Buddha; Deepak Sharma; Mumbai Mirror; pg 10; Sunday, 27 November 2005.