Jump to content

ଉଦୟଗିରି, ଆନ୍ଧ୍ରପ୍ରଦେଶ

ଉଇକିପିଡ଼ିଆ‌ରୁ
୧୪:୫୭, ୨୬ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Udayagiri, Andhra Pradesh") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Udayagiri
Udayagiri fort
Udayagiri fort
Country India
StateAndhra Pradesh
DistrictNellore District
Elevation
230 m (750 ft)
Languages
Time zoneUTC+5:30 (IST)
PIN
524 226
Telephone code08620
ଯାନବାହାନ ପଞ୍ଚୀକରଣAP-26

ଉଦୟଗିରି,  ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶ ର ନେଲଲୋର ଜିଲ୍ଲା ର  ଏକ ମଣ୍ଡଳ ସ୍ତରୀୟ ସହର । []

ଭୌଗୋଳିକ ଅବସ୍ଥିତି 

ଉଦୟଗିରି ର ଭୌଗୋଳିକ ଅବସ୍ଥିତି  14°52′00″N 79°19′00″E / 14.8667°N 79.3167°E / 14.8667; 79.3167.[] ଠାରେ । ସମୁଦ୍ରପତ୍ତାନ ଠାରୁ ଏହା 757 ଫୁଟ ଉପରେ । 

ଇତିହାସ 

ଉଦୟଗିରି ର ଜଣା ଇତିହାସ 14 ଶ ଶତାବ୍ଦୀ ର । ଏହା ଓଡିଶା ର ତତ୍ କାଳୀନ  ଲାଙ୍ଗୁଳା ଗଜପତି ଙ୍କ ରାଜ୍ୟ ର ରାଜଧାନୀ ରହିଥିଲା । 1512 ମସିହା ସମୟ କୁ ଏହା ବିଜଯନଗର ର କୃଷ୍ଣଦେବ ରାୟ ଙ୍କ ଅଧୀନ କୁ ଆସିଥିଲା ।ଲାଙ୍ଗୁଳା ଗଜପତି ନିରଣନ କରିଥିବା ଉଦୟଗିରି ଦୁର୍ଗ ଚତୁର୍ଦିଗ ରୁ ଦୁର୍ଗମ ଥିଲା । ପୂର୍ବ ଦିଗ ରେ ଥିବା ଏକମାତ୍ର ଜଙ୍ଗଲ ରାସ୍ତା ଦେଇ ଏହା ଭିତରକୁ ପ୍ରବେଶ ସମ୍ଭବ ଥିଲା । କୃଷ୍ଣଦେବ ରାୟ ଏହାକୁ 18 ମାସ କାଳ ଘେରେଇ ରାଖୀ ଯୁଦ୍ଧ କରିବା ପରେ ଏହାକୁ ଅଧିକାର କରିବାକୁ ସକ୍ଷମ ହେଇଥିଲେ ।  ଏହି ଯୁଦ୍ଧ ରେ ଗଜପତି ରାଜା ପ୍ରତପୁରୁଦ୍ର ଦେବ ଙ୍କ ପରାଜୟ ହେଇଥିଲା । 

ଗଜପତି ଓ ବିଜଯନଗର ସାମ୍ଭ୍ରାଜ୍ୟ ର ଶାସନ କାଳ ରେ ଦୁର୍ଗ ର ପରିବର୍ଦ୍ଧନ କାର୍ଯ୍ୟ ହେଇଥିଲା । ସମୁଦାଯ ସହର ଓ ଚତୁପାର୍ଶ୍ଵ ରେ ଥିବା ପାହାଡ କୁ ପ୍ରାଚୀର ଦ୍ଵାରା ଅବଦ୍ଧ କରଯାଇଥିଲା । ଏହି ପ୍ରାଚୀର ପାହାଡ ଉପର ର 1000 ଫୁଟ ଉତ୍ଛ ସ୍ଥାନ ପାଇଁ ମଧ୍ୟ ନିର୍ମିତ ହେଇଥିଲା । ଦୁର୍ଗ ମଧ୍ୟ ରେ 13 ଟି ପ୍ରସାଦ ଥିଲା । ଏସଡ଼ବଲଇଉ ମଧ୍ୟ ରୁ 8 ଟି ପାହାଡ ଉପରେ ଓ ଅନନ୍ୟ ଗୁଡିକ ପାହାଡ ର ତଲଦେଶ ରେ ଥିଲା । ଏହା ମଧ୍ୟ ରେ ସୁନ୍ଦର ମନ୍ଦିର ଓ ଉଦ୍ୟାନ ମାନ ମଧ୍ୟ ନିର୍ମିତ ହେଇଥିଲା । 

ବିଜଯନଗର ସମ୍ଭ୍ରାଜ୍ୟ  ର ପାଟଣା ପରେ ଗୋଲୁଣ୍ଡା ମୁଖିଆ ମାନଙ୍କ ଦ୍ଵାରା ଏହା ଶାସିତ ହେଲା । ଗୋଳକୁନ୍ଦା ର ମୁଖ୍ୟ ସୁଲତାନ ଅବଦୁଲ୍ଲା ମନ୍ଦିର ଉପରେ ଥିବା ମସ୍ଜିଦ ନିର୍ମାଣ କରିଥିବା କଥା ମସଜିଦ ର କାନ୍ଥ ରେ ଲେଖା ରହିଛି । ଏହା ପରେ ଏହା ଆର୍କଟ ର ନବାବ ଙ୍କ ଅଧୀନ କୁ ଆସିଲା । ସେ ମୁସ୍ତାଫା ଅଲି ଖାନ ଙ୍କୁ ତାହା ଜାଗିର ଭାବରେ ପ୍ରଦାନ କରିଥିଲେ । ତାଙ୍କ ବଂଶଧର ମାନେ ଏହାକୁ 1839 ମସିହା ଯାଏ ଶାସନ କରିଥିଲେ ଓ ସେମାନେ ବିଶ୍ଵାସ ଘାତକତା କରିବାରୁ ତାହା ପୁନଶ୍ଚ ନବାବ ଙ୍କ ଅଧୀନ କୁ ଗଲା । 

ବର୍ତମାନ ଏହି ସହର କୁ ' ନବାବି ଆଡ୍ଡା " କୁହାଯାଇଥାଏ । ଏଠାରେ ସଂଖ୍ୟାଧିକ ମୁସଲମାନ ସଂପ୍ରଦାଯ ଲୋକ ରହିବା ସହ ଏଠାରେ ଉର୍ଦୁ ଓ ହିନ୍ଦୀ ଉଭୟ ଭାଷା ତେଲୁଗୁ ସହ ପ୍ରଚଳିତ । ଏହି ସ୍ଥାନ ନେଲଲୋର ଠାରୁ 96 କିଲୋମିଟର ଦୂର । 

ଆଧାର ସମୂହ 

  1. "List of Sub-Districts". Census of India. Retrieved 2007-03-26.
  2. Falling Rain Genomics.

ବାହ୍ୟ ସଂଯୋଗ