ହିମାଳୟାନ ଏକ୍ସପ୍ରେସୱେ
ଦେଖଣା
Himalayan Expressway | |
---|---|
Route information | |
Length: | 27.5 km (୧୭.୧ mi) |
Major junctions | |
South end: | Zirakpur |
North end: | Parwanoo |
Highway system | |
ହିମାଳୟାନ ଏକ୍ସପ୍ରେସୱେ, ଏକ 27.5 କିଲୋମିଟର ଦୀର୍ଘ ଏକ୍ସପ୍ରେସୱେ । ଏହା ହରିୟଣା , ପଞ୍ଜାବ ଓ ହିମାଚଳ ପ୍ରଦେଶ ର ତ୍ରିବେଣୀ ସୀମା ଅଞ୍ଚଳ ରେ ଥିବା ଶିବଲିକ ପର୍ବତ ମାଲା କୁ କାଟି ଯାଇଥାଏ । ଏହା ପଞ୍ଜାବ ର ଜାକିରପୁର ଠାରୁ ହିମାଚଳ ପ୍ରଦେଶ ର ପରୱାନୁ ପର୍ଯ୍ୟନ୍ତ ଯାଇଛି । ଏଥିରେ ପଞ୍ଜାବ ଅଞ୍ଚଳ ରେ 2 କିଲୋମିଟର , ହରିୟଣା ରେ 21 କିଲୋମିଟର ଓ ହିମାଚଳ ପ୍ରଦେଶ ରେ 4.5 କିଲୋମିଟର ଯାଇଛି । ଏହା JP ଗ୍ରୁପ ଦ୍ଵାରା ନିର୍ମିତ ହେଇଥିଲା ।
ଲାଭ ସମୂହ
ଏହି ରାସ୍ତା ଜାକିରପୁର ଠାରୁ ପରୱାନୁ ମଧ୍ୟ ରେ ମାତ୍ର 3 କିଲୋମିଟର ଦୁରତ୍ଵ କମ କରୁଥିଲେ ମଧ୍ୟ ବହୁ ସମୟ ବଞ୍ଚେଇ ଥାଏ । ଏହି ଦୂରତା ଅତିକ୍ରମ କରିବାକୁ ସାଧାରଣ ରାଜପଥ ରେ ଭିଡ ଯୋଗୁଁ 1 ଘଣ୍ଟା ରୁ 7 ଘଣ୍ଟା ଲାଗିଥାଏ । ଏହି ରାସ୍ତା ରେ ଯିବା ଦ୍ଵାରା ଯାତ୍ରୀମାନେ ଭିଡ ପୂର୍ଣ ପିଞ୍ଜୋରେ ଓ କାଳକା ରାସ୍ତା ଦେଇ ଯିବାକୁ ହୁଏ ନାହି ।
ବୈଶିଷ୍ୟ
- ଏହି ପଥ ରେ ଏକ ରେଳ ଓଭରବ୍ରିଜ ସହ 2 ଟି ଫ୍ଲାଇଓଭର ଓ 11 ଟି ବ୍ରିଜ ରହିଛି ।
- ପ୍ରକଳ୍ପ ପାଇଁ 412 କୋଟି ଟଙ୍କା ଖରଚ ହେଇଥିଲା ।
- ଜାକିରପୁର ଠାରେ ଥିବା ଟୋଲ ପ୍ଲାଜା ରେ 14 ଟି ଲେନ ରହିଛି ଓ ତାହା ସର୍ବଧୁନିକ ରେଡିଓ ଫ୍ରେକୁଏନ୍ସି ଆଇଡେନ୍ତିଫାଇୟାର (ଆରଏଫଆଇଡ଼ି) ଦ୍ଵାରା ଚାଳିତ ।
- ଏଠାରେ ରାସ୍ତା ରେ ଭିଡିଓ କାମେରା ରହିଛି ।