ବେଦବତୀ ( ରାମାୟଣ ଚରିତ୍ର )
ବେଦବତୀ ( ରାମାୟଣ ଚରିତ୍ର )(Sanskrit:वेदवती)ହିନ୍ଦୁ ମହାପୁରାଣ ରାମାୟଣ ର ଏକ ଚରିତ୍ର । ତାଙ୍କୁ ଭଗବାନ ରାମା ଙ୍କ ପତ୍ନୀ ସୀତା ଙ୍କ ଆତ୍ମା ବୋଲି କୁହାଯାଇଥାଏ । ତାଙ୍କୁ ଦେବୀ ଲକ୍ଷ୍ମୀ ଙ୍କ ଅବତାର ବୋଲି ମଧ୍ୟ କୁହା ଯାଇଥାଏ ।
ପ୍ରାରମ୍ଭିକ ଜୀବନ
ବେଦବତୀ ବ୍ରାହମର୍ଷୀ କୁଶଦ୍ୱ୍ହାଜ ଙ୍କ କନ୍ୟା ଥିଲେ । ଦେବତା ମାନଙ୍କ ଗୁରୁ ବୃହସ୍ପତି .କୁଶଦ୍ଵାଜ ଙ୍କ ପିତା । ସେ ସାରା ଜୀବନ ବେଦ ପଠନ କରୁଥିବାରୁ ତାଙ୍କ କନ୍ୟା ର ନାମ ବେଦବତୀ ରଖିଥିଲେ । ତାଙ୍କ ମତ ଅନୁସାରେ ବେଦଭତୀ ତାଙ୍କ ଭକ୍ତି ଓ ତପସ୍ୟା ର ଫଳ ହିସାବ ରେ ତାଙ୍କୁ କନ୍ୟା ରୂପ ରେ ପ୍ରାପ୍ତ ହେଇଥିଲେ ।
ଭଗବାନ ବିଷ୍ଣୁ ଙ୍କୁ ସମର୍ପଣ
ବେଦବତୀ ଙ୍କ ପିତା ଭଗବାନ ବିଷ୍ଣୁ ଙ୍କୁ ତାଙ୍କ କନ୍ୟା ଙ୍କ ସ୍ଵାମୀ ହିସାବ ରେ ପାଇବାକୁ ଚାହୁଥିଲେ । ସେଥିପାଇଁ ସେ ଅନେକ ଶକ୍ତିଶାଳୀ ରାଜା ଓ ଦେବଲୋକ ତାଙ୍କୁ କନ୍ୟା କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ମନା କରିଥିଲେ । ଏଥିରେ କ୍ରୁଦ୍ଧ ହେଇ ରାଜା ଶମ୍ଭୁ ବେଦମତୀ ଙ୍କ ପିତା ଓ ମାତା ଙ୍କୁ ଅମାବାସ୍ୟା ର ନିଶାର୍ଦ୍ଧ ରାତ୍ର କାଳ ରେ ହତ୍ୟା କରିଥିଲେ ।
ବେଦମତୀ ତାହା ପରେ ମଧ୍ୟ ଆଶ୍ରମ ରେ ରହି ଭଗବାନ ବିଷ୍ଣୁ ଙ୍କୁ ତପସ୍ୟା କରିଚାଲିଥିଲେ ।
ରାମାୟଣ ରେ ବର୍ଣିତ ରହିଛି ଯେ ସେ ଋଷି ଙ୍କ ପରି କଳା ହରିଣ ଚମଡା ର ପୋଷାକ ପରିଧାନ କରି ରହୁଥିଲେ । ସେ ଅପୂର୍ବ ସୁନ୍ଦରୀ ଥିଲେ । ତପସ୍ୟା ବଳ ରେ ତାଙ୍କର ସୁନ୍ଦରତା ଆହୁରି ବୃଦ୍ଧି ଘଟିଥିଲା ।
ଆତ୍ମଦାହ
ରାକ୍ଷସ ରାଜା ରାବଣ ଥରେ ଅନନ୍ୟ ରକ୍ଷ୍ୟସ ମାନଙ୍କ ସହ ଅରଣ୍ୟ କୁ ଆସି ବେଦମତୀ ଙ୍କୁ ଦେଖିଲେ । ତାଙ୍କର ସୁନ୍ଦର ରୂପର ମୋହ ରେ ପଡି ତାଙ୍କୁ ବିଭାହ ର ପ୍ରସ୍ତାବ ଦେଲେ । ମାତ୍ର ବେଦମତୀ ତାହା ପ୍ରତ୍ୟାଖ୍ୟାନ କରିବାରୁ ରାବଣ ତାଙ୍କୁ ଅପମାନ ଦେଇ ତାଙ୍କ କେଶ ଧରି ଟାଣିଲେ । ବେଦମତୀ ନିକ କେଶ ସବୁ କାଟି ଦେଇ ରାବଣ ଆଗରେ ଆତ୍ମାହୁତି ଦେଲେ । ସେଇ ବେଦମତୀ ପୁନର୍ଜନ୍ମ ରେ ସୀତା ହେଇ ଜଣକ ରାଜାଙ୍କ କନ୍ୟା ରୂପ ରେ ଜନ୍ମ ହେଲେ ଓ ରାବଣ ର ମୃତ୍ୟୁ ର କାରଣ ହେଲେ ।
Prophecy
ବେଦମତୀ ଚାହିଥିଲେ ତପସ୍ୟା ବଳ ରେ ରାବଣ କୁ ଅଭିଶାପ ଦେଇ ପାରିଥାନ୍ତେ । କିନ୍ତୁ ତାହା ଦ୍ଵାରା ତାଙ୍କ ତପସ୍ୟା ର ଫଳ ନଷ୍ଟ ହେଇଯିବା ଭୟ ରେ ସେ ଅନନ୍ୟ ଜନ୍ମ ରେ ଆସି ପ୍ରତିଶୋଧ ନେବାକୁ ଇଚ୍ଛା କଲେ ।
ରାମାୟଣ ର କେତେକ ହାସ ରେ ଭିନ୍ନ ରୂପ ରେ ବେଦମତୀ ଙ୍କୁ ଦେଖାଯାଇଛି । ସେ ମାୟା ସୀତା ରୂପରେ ଆସି ରାବଣ ଦ୍ଵାରା ଅପହୃତ ହେଇଥିଲେ ଓ ପ୍ରକୃତ ସୀତା ଅଗ୍ନି ଭିତର ଗ୍ପାନ ଓ ନିରାପଦ ରେ ଥିଲେ ବୋଲି କୁହାଯାଇଛି ।
ରିଷି ଅଗସ୍ତ୍ୟ ଭଗବାନ ରାମା ଙ୍କୁ ବେଦମତୀ ସ୍ଵାହା ନାମରେ ପୁନର ଜନ୍ମ ନେଇ ଅଗ୍ନି ଙ୍କ ପତ୍ନୀ ହିସାବ ରେ ରହିଥିବା କଥା କହିଥିଲେ ବୋଲି କେତେକ ରାମାୟଣ ରେ ଉଲ୍ଲେଖ ।
ପୁନଶ୍ଚ ଦେଖଣା
- Vedavathi River