Jump to content

ଶ୍ରୀ ରାମାୟଣ ଦର୍ଶନମ

ଉଇକିପିଡ଼ିଆ‌ରୁ
୧୦:୪୩, ୧୯ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sri Ramayana Darshanam") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ଶ୍ରୀ ରାମାୟଣ ଦର୍ଶନମ (ಶ್ರೀ ರಾಮಾಯಣ ದರ್ಶನ) ଭାରତୀୟ ଭାଷା କନ୍ନଡ ରେ ଏହା ଏକ ସର୍ବୋତ୍ତମ ଅନୁବାଦ । ମହାକାବ୍ୟ ରାମାୟଣ କୁ କନ୍ନଡ ଭାଷା ରେ କୁଭେମ୍ପୁ ନାମକ କବି ଖୁବ ଉନ୍ନତ ଶୈଳୀ ରେ  ଅନୁବାଦ କରିଥିଲେ ।ଏହା ଅପେକ୍ଷୟକୃତ ନୂତନ ଯୁଗ ର ଅନୁବାଦ ହେଇଥିଲେ ମଧ୍ୟ ଏଥିରେ ମୂଳ ରାମାୟଣ ର ସମସ୍ତ ବଇଶିଷ୍ଟତା କୁ ଅକ୍ଷୁର୍ଣ ରକ୍ଷା ଯାଇ ପ୍ରକାଶିତ ହେଇଥିଲା । ଏଠି ପାଇଁ କବି କୁଭେମ୍ପୁ ସାହିତ୍ଯ ଏକାଡେମି ତଥା 1967 ମସିହା ରେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ର ଅଧିକାରୀ ହେଇଥିଲେ । [] []

ବିଷୟବସ୍ତୁ 

ବାଲ୍ମୀକି ରାମାୟଣ ରେ ଥିବା ମୂଳ କଥାବସ୍ତୁ କୁ ଅକ୍ଷୁର୍ଣ ରାଖୀ କବି ଏହାକୁ ଦିବ୍ୟ ଦ୍ରୁଷ୍ଟି ଅନୁସାରେ ନୂତନ ଶୈଳୀ ରେ ଉପସ୍ଥାପନା କରିଛନ୍ତି । ଏଥିରେ ସମସ୍ତ ପାର୍ଥିବ ବିଷୟ ବସ୍ତୁ ର ସତ୍ୟତା , କ୍ରୂରତା ଓ ପାପ କର୍ମ ର ଅଧ୍ୟାତିମିକ ବର୍ଣନା କଥା ଶୈଳୀ ସହ ମିଶ୍ରଣ ପୂର୍ବକ ଉପସ୍ଥାପନା କରି ସମ୍ପୂର୍ଣ ସତ୍ୟତା ର ବିଷୟ ମଧ୍ୟ ବର୍ଣନା କରିଛନ୍ତି ।  

ମୂଳ କାହାଣୀ ର ପରିବର୍ତନ 

ବାଲ୍ମୀକି ରାମାୟଣ ର ମୂଳ ଓ ମୁଖ୍ୟ ବିଷୟ ବସ୍ତୁ କୁ ପରିବର୍ତନ ନ କରି କୁଭେମ୍ପୁ ଏଥିରେ ଆହୁରି କିଛି ପ୍ରଯୁକ୍ତିକ ବିଷୟ ସଂଯୋଗ କରିଛନ୍ତି , ଯାହା ଦ୍ଵାରା କାହାଣୀ ଆହୁରି ଜୀବନ୍ତ ହେଇପାରିଛି । କିଛି ନୂତନ ଚରିତ୍ର ମଧ୍ୟ ସେ ଯୋଗ କରିଛନ୍ତି , ଯାହାର ଆବଶ୍ୟକତା ଅନୁଭୂତ ହେଇଥିଲା । 

ସିତା ଙ୍କ ଅଗ୍ନି ପ୍ରବେଶ କାହାଣୀ 

ସିତା ଙ୍କ " ଅଗ୍ନି ପ୍ରବେଶ " ନାମ ରେ ଏକ ନୂତନ ଅଧ୍ୟାୟ ସେ ଯୋଡିଛନ୍ତି । ସୀତା ଜୀବନ ପ୍ରତି ବିତଶ୍ରୁହ୍ୟ ହେଇ ଲକ୍ଷ୍ମଣ ଙ୍କୁ ଆଦେଶ ଦେଇଥିଲେ ତାଙ୍କ ପାଇଁ ଚିତା ପ୍ରସ୍ତୁତ କରିବାକୁ । ସେ ସେହି ଚିତା ଉପରେ ଉପବେଶନ ମଧ୍ୟ କରିଥିଲେ ନିଜକୁ ଆତ୍ମାହୁତି ଦେବା ପାଇଁ । ଅଗ୍ନି ପ୍ରଜ୍ଵଳିତ ହେଇଥିବା ସମୟ ରେ ରାମ ଅଗ୍ନି ଭିତର କୁ ପ୍ରବେଶ କରି ସିତା ଙ୍କୁ ଉଦ୍ଧାର କରିଥିଲେ । ଏହି ଘଟନା ରାମା ଙ୍କ ସୀତା ଙ୍କ ପ୍ରତି ଅଗାଢ ପ୍ରେମ କୁ ସୁଚେଇବା ସହ ସୀତା ଙ୍କ ନିର୍ମଳତା କୁ ସ୍ବଚ୍ଛ ଭାବରେ ପ୍ରତିପାଦନ କରେ । 

ପୁସ୍ତକ ବିଷୟ ରେ 

 ଅକବି ଏହି ଲେକା ପୂର୍ଣା କରିବାକୁ 9 ବର୍ଷ ସମୟ ନେଇଥିଲେ । ଏହି ପୁସ୍ତକ ମାତ୍ର ଗୋଟିଏ ପୁସ୍ତକ ଆକାର ରେ 877 ପ୍ରୁଷ୍ଠା ବିଶିଷ୍ଟ ହେଇ ଏଥିରେ 22284 ଧାଡି ରହିଛି । ପ୍ରତି ଟି ଧାଡି ଅତି ସୁନ୍ଦର ଭାବରେ ସଂଗୀତା ମୟ ଭାବରେ ସଜ୍ଜିତ ହେଇଛି । ଏହାକୁ ଗିତିନାଟ୍ୟ ହିସାବ ରେ ବ୍ୟବହାର କରାଯାଇପାରେ । ଏହାକୁ ଭଗବାନ ରାମା ଙ୍କ ପାଇ ଉପଯୁକ୍ତ ସମ୍ମାନ ବୋଲି କୁହାଯାଇଥାଏ । []

ଆଧାର ସମୂହ 

  1. "Nine Indian Writers Who Should Have Won The Nobel". Swarajya mag. Retrieved 10 December 2016.
  2. "Shadow On The Glen". Outlook. Retrieved 10 December 2016.
  3. {{cite web}}: Empty citation (help)

ବାହ୍ୟ ସଂଯୋଗ ସବୁ