ସପ୍ତକାଣ୍ଡ ରାମାୟଣ
ସପ୍ତକାଣ୍ଡ ରାମାୟଣ , 14 ଶ ଶତାବ୍ଦୀ ରେ ଅସମୀୟ ଭାଷା ରେ ରାମାୟଣ ର ରୂପାନ୍ତର ଆସାମ ର କବି ମାଧବ କାଣ୍ଡଳୀ ଙ୍କ ଦ୍ଵାରା କରାଯାଇଥିଲା । ଏହା କୁ ସଂସ୍କୃତ ଭାଷା ରେ ଲିଖିତ ମୂଳ ରାମାୟଣ ର ପ୍ରଥମ କରି ଇଣ୍ଡୋ-ଅର୍ଜୟନ ଭାଷା ରେ ଭାଷାନ୍ତର ଅନୁବାଦ କୁହାଯାଇଥାଏ । ଏହା ଅସମୀୟ ଭାଷା ରେ ଲିଖିତ ଏକ ପ୍ରଥମ ଲେଖା ପୁସ୍ତକ ବୋଲି ମଧ୍ୟ ଗଣନା କରାଯାଇଥାଏ ।
ମୂଳ ରାମାୟଣ ଠାରୁ ଏହା ବିଭିନ୍ନ ପ୍ରକାର ବ୍ୟତିକ୍ରମ ଅନୁସାରେ ଲିଖିତ ହେଇଛି । ଏଥିରେ ରାମ , ସୀତା ଓ ଅନନ୍ୟ ଚରିତ୍ର ଗୁଡିକୁ ମୂଳ ରାମାୟଣ ପରି ଅତିମାନବୀୟ ଭାବରେ ଚିତ୍ରଣ କରାନ ଯାଇ ସାଧାରଣ ଚରିତ୍ର ଭାବରେ ଚିତ୍ରଣ କରାଯାଇଛି । ତେଣୁ ଏହା ଧାର୍ମିକ ଗ୍ରନ୍ଥ ପରି ବ୍ଯ୍ବହାର ନ ହେଇ ସାଧାରଣ କାବ୍ୟ ଭାବରେ ଗଣିତ ହେଇଥାଏ । ଏଥିରେ ପ୍ରଥମ ଖଣ୍ଡ , ଯାହା , ଆଦିଖଣ୍ଡ ଭାବରେ ପରିଚିତ ଓ ଶେଷ କାଣ୍ଡ , ଯାହା ଉତ୍ତରାକାଣ୍ଡ ହିସାବ ରେ ପରିଚିତ ତାହା ମୂଳ ଲେଖା ରୁ ବିଛିନ୍ନ ହେଇ ଯାଇଥିଲା । ପରେ 16 ଶ ଶତାବ୍ଦୀ ରେ ମାଧବଦେବ ନାମକ କବି ନିଜେ ତାହା ଲେଖି ଯୋଗ କରିଥିଲେ । ଏହି ମହାକାବ୍ୟ କୁ ଇଂରେଜୀ ଭାଷା ରେ ମଧ୍ୟ ସାଂପ୍ରତିକ ଅନୁବାଦ ହେଇଛି ।
ରାମାୟଣ
ଏହି ରାମାୟଣ ମହାମଣିକ୍ୟ ରାଜ୍ୟ ର ରାଜା କଚେରୀ ଙ୍କ ଅନୁରୋଧ ରେ ଲେଖା ଯାଇଥିଲା । ସେତେବେଳେ ଏହି ରାଜ୍ୟ ବର୍ତମାନ ର ନଗାଁଓ ଠାରେ ଅବସ୍ଥିତ ଥିଲା । କୁଣ୍ଡଳୀ ଲେଖିଥିବା କିଛି ଅଂଶ ର ଇଂରେଜୀ ଅନୁବାଦ ଏହି ପାରିଥିଲା
kavirāj kandali ye āmākese buliwāyā kariloho sarvajana bodhe. ramayana supa yara, shri mahamanike ye, baraha rajar anurudhe. sat kanda ramayana padabandhe nibandhilo lambha parihari sarodhrite. mahamanikyoro bolo kavyarasa kicho dilon dugdhak mathilo yena ghrite pandit lokar yebe asantosa upajaya hat yore bolon shudha bak pustak bichari yebe taite katha napawaha tebe sabe nindiba amak.
ଏହି କାବ୍ଯ ରେ ବିଭିନ୍ନ ପରିସ୍ଥିତି ପାଇଁ ବିଭିନ୍ନ ପ୍ରକାର ପଦ , ଝୁମୁରା , ଦୁଲାରି ଓ ଛବି ବ୍ୟବହାର ହେଇଥିଲା । ତାହା ପରେ ଅସମୀୟ ଭାଷା ର ଅନନ୍ୟ ଲେଖକ ମାନଙ୍କୁ ସେହି ପ୍ରକାର ଶୈଳୀ ବ୍ୟବହାର ପାଇଁ ମାର୍ଗ ଦର୍ଶନା କରିଥିଲା ।
ପରବର୍ତୀ ସଂଯୋଗ ଓ ପ୍ରଭାବ
ପଞ୍ଚଦଶ ଶତାବ୍ଦୀ ବେଳକୁ ଆଦିକାଣ୍ଡ ଓ ଉତ୍ତର କାଣ୍ଡ ବିଲୁପ୍ତ ହେଇଯିବା ପରେ ମାଧବ ଦେବା ଓ ସଙ୍କରଦେବା ଙ୍କ ପ୍ରଚେଷ୍ଟା ବଳ ରେ ଠିକ ଅନ୍ନଯାଂଶ ପରି ପୁନର୍ଗଠନ କରି ଯୋଡା ଯାଇପାରିଥିଲା , ଓ ତାହା ଦ୍ଵାରା ଏହି ପୁସ୍ତକ ପୁରଣତା ଲାଭ କରିଥିଲା । 16 ଶ ଶତାବ୍ଦୀ ରେ ଅନନ୍ତ କୁଣ୍ଡଳୀ ଅନ୍ୟ କିଛି ଅଂଶ ରେ ମଧ୍ୟ ନୂତନ ଲେଖା ଯୋଗ କରିଥିଲେ ।
ପ୍ରାଚୀନ କାଳ ରେ ରଚିତ ଏହି ଲେଖା ପରବର୍ତୀ କାଳ ରେ ଅସମୀୟ ଭାଷା ର ଲେଖା କୁ ବହୁଳ ପରିମାଣ ରେ ପ୍ରଭାବିତ କରିଥିଲା ଓ ସଙ୍କର ଦେବ ଏହା ଢାଞ୍ଚା ରେ ବହୁ ନୂତନ ଲେଖବାଳି ପ୍ରକାଶ କରିଥିଲେ । ଏହା ଦ୍ଵାରା ପ୍ରେରିତ ହେଇ ନୂତନ ପ୍ରସ୍ଥ ର "କାର୍ବୀ ରାମାୟଣ" ନାମକ ଆଉ ଏକ ଆସାମୀ ଭାଷା ରାମାୟଣ ଲେଖା ଯାଇଥିଲା ।
ଆଧାର ସମୂହ
- Kandali, Madhava. সপ্চকাণ্ড ৰামায়ন (in Assamese). Banalata.
{{cite book}}
: CS1 maint: unrecognized language (link) - Goswami, Indira (1996). Ramayana from Ganga to Brahmaputra. B.R. Pub. Corp. ISBN 81-7018-858-X.