ବଟୁ ଗୁମ୍ଫା
Batu Caves | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Gombak |
Location | |
Country | Malaysia |
Architecture | |
Type | Dravidian Architecture |
K. Thamboosamy Pillay | |
Website | |
www.batucaves.org |
ବଟୁ ଗୁମ୍ଫା , ମାଲୟେସିଆ ଦେଶ ର ସେଲଙ୍ଗର ଠାରେ ଅବସ୍ଥିତ ଏକ ଚୂନ ପଥର ପାହାଡ ଓ ସେଠାରେ ଗୁମ୍ଫା ରେ ମନ୍ଦିର ରହିଛି । ଏହି ପର୍ବତ ନିକଟ ରେ ପ୍ରବାହିତ ହାଉଥିବା ସାନଗାଇ ବଟୁ ନଦୀ ର ନାମ ଅନୁସାରେ ଏହି ଗୁମ୍ଫା ର ନାମ ବଟୁ ଗୁମ୍ଫା କୁହାଯାଇଥାଏ । ଏହା ଏହିପର୍ବତ ଶ୍ରେଣୀ ର ଦଶମ ଚୂନ ପଥର ପାହାଡ ଓ ନିକଟ ରେ ଥିବା ଗ୍ରାମ କୁ ମଧ୍ୟ ବଟୁ ଗୁମ୍ଫା କୁହାଯାଇଥାଏ । .
ଏହା ଭାରତ ବାହାରେ ଥିବା ହିନ୍ଦୁ ଧର୍ମ ସ୍ଥଳୀ ମଧ୍ୟ ରୁ ସର୍ବାଧିକ ଜନପ୍ରିୟ । ମାଲେସିଆ ଦେଶ ରେ ମଧ୍ୟ ହିନ୍ଦୁ ପର୍ବ ଥାଇପୁସମ ଏଠାରେ ପାଳିତ ହୁଏ ।
ବଟୁ ଗୁମ୍ଫା କୁ ଭଗବାନ ମୁରୁଗା ଙ୍କ ଦଶମ ଗୁମ୍ଫା ଭାବରେ କୁହାଯାଇଥାଏ । ଏଠି ମଧ୍ୟ ରୁ 6 ତୀ ଭାରତ ରେ ଓ 4 ତୀ ମାଲୟେସିଆ ରେ ରହିଛି । ମାଲୟେସିଆ ର ଅନନ୍ୟ ତିନୋଟି କଲ୍ଲୁମଲାଇ ମନ୍ଦିର , ଇୟଫ ଠାରେ , ତନିମାଳୟ ମନ୍ଦିର ପେନଙ୍ଗ ଠାରେ ଓ ସନ୍ନସୀମାଳୟ ମନ୍ଦିର ମାଲକ୍କା ଠାରେ ଅବସ୍ଥିତ ।
ଏହା ନିକଟ ରେ ସେଲାୟଙ୍ଗ ନାମକ ଏକ ବୃହତ ଥୋକ ବଜାର ରହିଛି । .
ଇତିହାସ
ଏହି ଗୁମ୍ଫା 400 ମିଲିୟନ ବର୍ଷ ପ୍ରାଚୀନ ବୋଲି କୁହାଯାଏ । ଏଠାରେ ପ୍ରାଚୀନ ଆଦିମ ତେମୁଆନ ଜାତି ର ଲୋକ ରହୁଥିଲେ । 1860 ମସିହା ର ଆଦ୍ଯ ଭାଗ ରେ ଚାଇନୀଜ ମାନେ ଆସି ସେଠାରେ ଖନନ କରି ସାରା ବାହାର କରୁଥିଲେ ଓ ତାହାକୁ କୃଷି କାର୍ଯ୍ୟ ରେ ବ୍ୟବହାର କରୁଥିଲେ । ତେବେ ବ୍ରିଟିଶ ମାନେ ଆସିବା ପରେ ଆମେରିକୀୟ ପ୍ରକୃତିବିଦ ୱିଲିୟମ ହାରନାଡେ ପ୍ରଥମେ ସେ ବିଷୟ ଲିପିବଦ୍ଧ ଆକାର ରେ ପ୍ରସାର କରିଥିଲେ ।
1980 ମସିହା ରେ ଭାରତୀୟ ବଣିକ ଥମ୍ବୁଶମୀ ପିଲାଇ ପ୍ରଥମେ ବଟୁ ଗୁମ୍ଫା ରେ ଉପାସନା ର ବ୍ୟବସ୍ଥା କରି ସେଠାରେ ଭଗବାନ ମୁରୂଗନ ଙ୍କ ମନ୍ଦିର ଗୁମ୍ଫା ଭିତରେ ସ୍ଥାପନ କରେଇ ଥିଲେ । 1892 ମସିହା ରୁ ସେଠାରେ ଥାଇପୁସମ ଯାତ୍ରା ହେଇଆସୁଛି ।
1920 ମସିହା ରେ ସେଟାକୁ କାଷ୍ଠା ନିର୍ମିତ ସୋପାନ ନିର୍ମିତ ହେଇଥିଲା । ତାହା ପରେ 272 ତୀ କଂକ୍ରିଟ ନିର୍ମିତ ସୋପାନ ସେ ସ୍ଥାନ ରେ କରଯାଇଥିଲା । ଏଠାରେ 3 ତୀ ମୁଖ୍ୟ ଗୁମ୍ଫା ସହ କେତେତି କ୍ଷୁଦ୍ର ଗୁମ୍ଫା ମଧ୍ୟ ରହିଛି । ପାହାଡ ତଳ ଦେଶ ରେ ଆର୍ଟ ଗଲେରୀ ଓ ମିଉଜିଆମ ରହିଛି ।
Religious site
ପ୍ରଶାସନ
ଶ୍ରୀ ମହା ମାରିଆମ୍ମା ମନ୍ଦିର ଦେବସ୍ଥାନମ ପ୍ରତିଷ୍ଠାନ ଏହାର ପରିଚାଳନା କରେ ଓ ଏହାର ମୁଖ୍ୟ ଦପ୍ତର କୁଆଲାଲୁମ୍ପୁର ଠାରେ ରହିଛି । ସେମାନେ ମାଲୟେସିଆ ସରକାର ଙ୍କୁ ହିନ୍ଦୁ କଲେଣ୍ଡର ଓ ଅନନ୍ୟ ହିନ୍ଦୁ ସମ୍ପର୍କିତ ବିଷୟ ରେ ପରାମର୍ଶ ଦେଇ ଥାନ୍ତି ।
ପ୍ରକୃତି
ଏହି ଗୁମ୍ଫା ଅଗୁଡିକ ରେ ବିଭିନ୍ନ ପ୍ରଜାତି ର ବାନର ରହିଥାନ୍ତି । ଏହା ଛଡା ବହୁ ସଂଖ୍ୟା ରେ ବାଦୁଡି ମଧ୍ୟ ଦେଖାଯାଇଥାନ୍ତି । ଅନ୍ୟ ଗୁମ୍ଫା ଗୁଡିକର ପ୍ରକୃତିକ ଅବସ୍ଥା ବଜାୟ ରଖିବାକୁ ଗୁମ୍ଫା ମଧ୍ୟ କୁ ପ୍ରବେଶ ବରଣ କରାଯାଇଛି । ତେବେ ମାଲୟେସିଆ ପ୍ରକୃତି ସଂସ୍ଥାନ ଦ୍ଵାରା ଶିକ୍ଷା ପାଇଁ ଟୁର ଆୟୋଜନ କରାଯାଏ ।
Rock climbing
ବଟୁ ଗୁମ୍ଫା କୁ ପହଚିବାକୁ 160 ତୀ ଭିନ୍ନ ମାର୍ଗ ରହିଛି । .[୧] :[୨]
Festivals
ଉନ୍ନୟନ
1970 ମସିହା ରୁ ଏହି ଅଞ୍ଚଳ ରେ ବାସଗୃହ ସମୂହ ନିର୍ମିତ ହେଇ ବସ୍ତି ର ଉନ୍ନୟନ ଘଟିଛି ।
ବିଗତ ଦଶନ୍ଧି ରେ ଏହି ଅଞ୍ଚଳ ର ପ୍ରଭୁତା ଉନ୍ନତି ଘଟିଛି । ନୂତନ 515 ମିଲଲିଆନ ଖରଚ ରେ କୋମୁତର ରେଳ ପରିବର୍ଦ୍ଧନ କାର୍ଯ୍ୟକାରୀ ହେଲା ପରେ ବଟୁ ଗୁମ୍ଫା ଯାଏ ଟ୍ରେନ ଚଳାଚଳ ସମ୍ଭବ ହେଇଛି । ଏଠାରେ ଏକ କେବୁଲ କାର ମଧ୍ୟ 10 ମିଲିୟନ ମଲୟା ମୁଦ୍ରା ରେ ନିର୍ମିତ ହେଇ ପର୍ଯ୍ୟଟକ ଙ୍କ ପାଇଁ ରହିଛି ।[୩][୪]
On 1 January 2011, during the Thaipusam festival, it was announced that a cable car would be built for the following year's festival. It would cost around 10 million ringgit.[୫][୬]
ଯାତାୟାତ
ବଟୁ ଗୁମ୍ଫା ସ୍ଥଳ ରେ ଟ୍ରେନ ଯୋଗେ କୋମୁତର ଷ୍ଟେସନ ରୁ ଯାଇ ହୁଏ । ଥରେ ପହଞ୍ଚିବାକୁ ବସ ର ମଧ୍ୟ ସୁବିଧା ରହିଛି
ପୁନଶ୍ଚ ଦେଖଣା
- Malaysian Indian
- Indian Singaporean
- Kavadi
ଆଧାର ସମୂହ
- ↑ ("Rock Climbing @ Batu Caves".
- ↑
{{cite web}}
: Empty citation (help) - ↑ "Cable car service in Batu Caves next year". New Straits Times. Kuala Lumpur. 16 January 2011. Archived from the original on 29 June 2011. Retrieved 14 April 2011.
- ↑ "RM10 mil cable car for Batu Caves". Malaysia Kini. 20 January 2011. Retrieved 14 April 2011.
- ↑ "Cable car service in Batu Caves next year". New Straits Times. Kuala Lumpur. 16 January 2011. Archived from the original on 29 June 2011. Retrieved 14 April 2011.
- ↑ "RM10 mil cable car for Batu Caves". Malaysia Kini. 20 January 2011. Retrieved 14 April 2011.