ମହାବୀର ମନ୍ଦିର
Mahavir Mandir महावीर मंदिर | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
Location | |
ସ୍ଥାନ | Patna |
State | Bihar |
Country | India |
Architecture | |
Type | Nagri Architecture |
unknown | |
Website | |
http://www.mahavirmandirpatna.org/ |
ମହାବୀର ମନ୍ଦିର (Hindi: महावीर मंदिर or हनुमान मंदिर)ଭଗବାନ ହନୁମାନ ଙ୍କୁ ଉତ୍ଶାର୍ଗୀକୃତ ଓ ଏହା ଭାରତୀୟ ରାଜ୍ୟ ବିହାର ର ପାଟଣା ସହର ରେ ଅବସ୍ଥିତ । ଏହି ମନ୍ଦିର କୁ ସମଗ୍ର ଭାରତ ରୁ ଲକ୍ଷ୍ୟାଧିକ ଭକ୍ତ ପ୍ରତିବର୍ଷ ଆସିଥାନ୍ତି । ଏହା ଉତ୍ତର ଭାରତ ର ଦ୍ଵିତୀୟ ସର୍ବାଧିକ ଲୋକପ୍ରିୟ ମନ୍ଦିର ଭାବରେ ଖ୍ୟାତ । ମହାବୀର ଟ୍ରଷ୍ଟ ର ସମ୍ପାଦକ ଭାବେ ଆଚାର୍ଯ୍ୟ କିଶୋର କୁନାଲ ଏହାର ପରିଚାଳନା କରନ୍ତି । [୧]
ଏହି ଟ୍ରଷ୍ଟ ର ଆଯ ଓ ବଜେଟ ମଧ୍ୟ ଉତ୍ତର ଭାରତ ରେ ଦ୍ଵିତୀୟ ସର୍ବାଧିକ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାଁ ବାଇସ୍ନୋଦେବୀ ଙ୍କ ମନ୍ଦିର ର ଆୟସର୍ବାଧିକ । [୨] ଏହି ମନ୍ଦିର ର ଦୈନିକ ଆୟ ହାରାହାରି 1 ଲକ୍ଷ୍ ରୁ ଅଧିକ ହେଇଥାଏ । [୩]
ଇତିହାସ
ମଦିର ର ପ୍ରଥମ ସ୍ଥାପନ କାଳ ବର୍ତମାନ ସୁଦ୍ଧା ଜଣାପଡି ନାହି । 1947 ମସିହା ରେ ଏହି ମନ୍ଦିର ଭାରତୀୟ ବିଭାଜନ ପରେ ହିନ୍ଦୁ ମାନେ ପାଟଣା କୁ ଆସିଲା ପରେ ଜନପ୍ରିୟତା ହାସଲ କଳା । ସେହି ସମୟ ରେ ମନ୍ଦିର ର ପୁନର ନିର୍ମାଣ ମଧ୍ୟ ହେଇଥିଲା । ଏହି ମନ୍ଦିର ପୁଣି 1987 ମସିହା ରେ ରୁଗଣ ହେଇଯିବାରୁ ତାହାକୁ ବିଶାଳ କାୟ ମରବଲ ନିର୍ମିତ ମନ୍ଦିର ରେ ପରିଣତ କରାଯାଇଥିଲା । ମନ୍ଦିର ରେ ସଙ୍କଟ -ମୋଚନ ଙ୍କ ପ୍ରତିମୂର୍ତି ରହିଛି । [୪]
ଦର୍ଶନ
ପ୍ରତି ଶନିବାର ଓ ମଙ୍ଗଳବାର ଦିନ ବହୁ ସଂଖ୍ୟା ରେ ଭକ୍ତ ମନ୍ଦିର କୁ ଆସି ଆରାଧନା କରିଥାନ୍ତି । ରାମ ନବମୀ ଓ ନବବର୍ଷ ଦିନ ଏଠାରେ ବହୁ ଅଞ୍ଚଳ ରୁ ସହସ୍ରାଧିକ ଭକ୍ତ ମାନେ ଆସିଥାନ୍ତି ଓ ମନ୍ଦିର କୁ ଯିବା ପାଇଁ ଲମ୍ବା ଧାଡି ରେ ଲାଗି ଯାନ୍ତି । [୫]
-
Mahavir Mandir, Patna
-
Mahavir Mandir front gate and shoe stand
ଶ୍ରୀ ମହାବୀର ନ୍ୟାସ ସମିତି
ମନ୍ଦିର ର ଉନ୍ନତି , ପରିଚାଳନା ତଥା ସାମାଜିକ ସେବା ପରିଚାଳନା ପାଇଁ ମହାବୀର ସ୍ଥାନ ନ୍ୟାସ ନାମରେ ସମିତି ରହିଛି । ଏହା ତରଫ ରୁ ମହାବୀର କାନସର ପ୍ରତିଷ୍ଠାନ ଓ ଗବେଷଣା କେନ୍ଦ୍ର ପରିଚାଳନା କରାଯାଇଥାଏ । [୬] ବାର୍ଷିକ 35.13 କୋଟି ବଜେଟ ରେ ଏହି ନ୍ୟାସ ତରଫ ରୁ ମହାବୀର ବାତଶଲ୍ୟ ଚିକିସ୍ଥାଲୟ , ମହାବୀର ଆରୋଗ୍ଯ ଚିକିସ୍ଥାଲୟ ଓ ଅନାଥାଶ୍ରମ ବିହାର ର କୃଷି ଅଞ୍ଚଳ ରେ ସ୍ଥାପିତ ହେଇଛି . .[୨]।ରାମ ସେତୁ ଅଞ୍ଚଳ ରୁ ଭାସମାନ ପ୍ରସ୍ତର ଅଣାଯାଇ ଏଠାରେ ରଖାଯାଇଛି ।
ପୁନଶ୍ଚ ଦେଖଣା
- Viraat Ramayan Mandir
- Mahavir Cancer Institute & Research Centre
- Patan Devi mandir
- Baba Garib Sthan Mandir
ଆଧାର ସମୂହ
- ↑ "Mahavir Mandir to have its twin in Houston". Times of India. 9 July 2009.
- ↑ ୨.୦ ୨.୧
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ http://patna.bih.nic.in/html/mahavirtemple.htm
- ↑
{{cite web}}
: Empty citation (help) - ↑ [୧][dead link]
ବାହ୍ୟ ସଂଯୋଗ ସବୁ
- Mahavir Mandir published an ebook on Ayodhya debate written by Acharya Kishore Kunal that was at this link www.mahavirmandirpatna.org/prakashan/ebook/bookindex.html
- Mahavir Mandir Patna official website
- http://mahavirmandir.com/
- History of Mahavir Mandir on "Official website Patna"