ରାମାକାନ୍ତ ଦେଶାଇ
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Right-hand bat (RHB) | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Right-arm fast-medium | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ରାମାକାନ୍ତ ଭିକାଜୀ ଦେଶାଇ pronunciation (help·info) (ଜନ୍ମ 20 ଜୁନ 1939, ମୁମ୍ବାଇ ,- ପରଲୋକ 28 ଏପ୍ରିଲ , 1998, ମୁମ୍ବାଇ ) ଜଣେ ଭାରତୀୟ କ୍ରିକେଟ ଖେଳାଳି । ସେ ଦ୍ରୁତ ଗତି ବୋଲର ଭାବେ ଟେଷ୍ଟ କ୍ରିକେଟ ରେ ଭାରତ ର ପ୍ରତିନିଧିତ୍ଵ କରିଥିଲେ ।
ରାମାକାନ୍ତ 5 ଫୁଟ 6 ଇଞ୍ଚ ରୁ କମ ଥିଲେ ମଧ୍ୟ ଜଣେ ସଫଳ ଦ୍ରୁତ ଗତି ବୋଲର ଥିଲେ । ତାଙ୍କୁ ତାଙ୍କର ଉଚ୍ଚତା ପାଇଁ "ଟିନୀ" ବୋଲି ଡକାଯାଉଥିଲା । ସେ ତାଙ୍କର ପ୍ରଥମ ଟେଷ୍ଟ ରେ ୱେଷ୍ଟ ଇଣ୍ଡିଜ ବିରୁଦ୍ଧ ରେ 1958-1959 ରେ 49 ଓଭର ରେ 169 ରନ ଦେଇ 4 ଟି ୱିକେଟ ନେଇଥିଲେ । ସେ ସେହି ସମୟ ରେ ମଧ୍ୟ ବୌନ୍ସର ବଲ ପକାଇ ପାରୁଥିଲେ ଯାହା କମ ଭାରତୀୟ ବୋଲର ପାରୁଥିଲେ ।
ଅନ୍ତର୍ଜାତିକ ପ୍ରଦର୍ଶନ
ସେ 1959 ରେ ଇଂଲଣ୍ଡ , 1961-62 ରେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ଗସ୍ତ କରିଥିଲେ । 1960-61 ମସିହା ରେ ପାକିସ୍ତାନ ସହ ସିରିଜ ରେ ସେ 21 ୱିକେଟ ନେବା ସହ ବମ୍ବେ ଠାରେ 10 ନମ୍ବର ରେ ବେଟିଙ୍ଗ କରି ଦ୍ରୁତ 85 ରନ କରିଥିଲେ ଯାହା ଭାରତ ପାଇଁ ରେକର୍ଡ ଥିଲା । ସେ ସେହି ମେଚ ରେ ନାନା ଯୋଶୀ ଙ୍କ ସହ 9 ତମ ୱିକେଟ ଯୋଡି ପାଇଁ 149 ରନ କରିଥିଲେ । ଟେଷ୍ଟ କ୍ରିକେଟ ରେ ତାଙ୍କର ଶ୍ରେଷ୍ଠ ବୋଲିଂ ନିଉଜିଲାଣ୍ଡ ବିପକ୍ଷ ରେ 1964-65 ସିରିଜ ରେ 6/56 ଥିଲା । ଦୁନେଦିନ ଠାରେ ସେ ଆହତ ହେଇ ମଧ୍ୟ ଶେଷ ୱିକେଟ ପାଇଁ ବେଦି ଙ୍କ ସହ ମିଶି 57 ରନ କରିଥିଲେ ।
ଘରେଇ ପ୍ରଦର୍ଶନ
ତାଙ୍କର ପ୍ରଥମ ଘରେଇ ସିଜନ ରେ ରଣଜୀ ଟ୍ରଫି ରେ ସେ7 ଟି ମେଚ ରେ 11.10 ହାର ରେ 50 ୱିକେଟ ନେଇଥିଲେ । .[୧] ଏହା ବୋମ୍ବେ ପାଇଁ ଏବେ ସୁଦ୍ଧାଏକ ରେକର୍ଡ ରହିଛି । ଏଥିରେ ସେ ସୌରସ୍ତ୍ର ବିପକ୍ଷ ରେ 5/10 ଓ 6/28 ନେଇଥିଲେ। [୨] 1960-61 ମସିହା ରଣଜୀ ଟ୍ରଫି ଫାଇନାଲ ରେ ରାଜସ୍ଥାନ ବିପକ୍ଷ ରେ ସେ 7/46 ଓ 4/74 ନେବା ଫଳ ରେ ବୋମ୍ବେ ଚମ୍ପିୟାନ ହେଇପାରିଥିଲା । [୩] ଦୁଇବର୍ଷ ପରେ ସେ ରାଜସ୍ଥାନ ସହ ପୁଣି ଫାଇନାଲ ରେ ସେ ତାଙ୍କର ଏକମାତ୍ର ଶତକ 107 ରନ କରି ପୁଣି ବୋମ୍ବେ କୁ ଜିତବାରେ ସାହାଯ୍ୟ କରିଥିଲେ । [୪] ସେ ତାଙ୍କର 11 ବର୍ଷ ରଣଜୀ ଖେଳ ରେ କେବେ ହାରିନଥିଲେ ।
ସେ ଭାରତୀୟ ଢିମା ପିଚ ରେ ମଧ୍ୟ ଦ୍ରୁତ ବୋଲିଂ ରେ ସଫଳତମ ବୋଲର ଥିଲେ ଓ ତାଙ୍କୁ ବହୁତ ବେସୀ ବୋଲିଂ କରିବାକୁ ପଡୁଥିଲା । ତାଙ୍କୁ ମାତ୍ର 29 ବର୍ଷ ବୟଶ ରେ ଆହତ କାରଣ ରୁ ଅବସର ନେବାକୁ ପଡିଥିଲା ।[୫]
1996-97 ରେ ଦେଶାଇ କ୍ରିକେଟ ଚୟନ ସମିତି ର ଚେୟାର ମେନ ରହିଥିଲେ । ସେ ତାଙ୍କର ମୃତ୍ୟୁ ର ମାସକ ଆଗରୁ ଅବସର ନେଇଯାଇଥିଲେ ।
ଆଧାର ସମୂହ
- ↑ Wisden 1960, p. 886.
- ↑ Saurashtra v Bombay 1958-59
- ↑ Rajasthan v Bombay 1960-61
- ↑ Rajasthan v Bombay 1962-63
- ↑ Wisden 1970, p. 960.
- Obituary in Indian Cricket 1998
- Christopher Martin-Jenkins, The Complete Who's Who of Test Cricketers