ରାଜକନିକା
Rajkanika | |
---|---|
Town | |
Country | India |
State | Odisha |
District | Kendrapara |
Tehsil | Kanika |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | OD-29 |
Website | odisha |
[୧]ରାଜକନିକା ଭାରତୀୟ ରାଜ୍ୟ ଓଡିଶା ର ଏକ ସହର ଓ ପର୍ଯ୍ୟଟନ ସ୍ଥଳୀ । ଏହା ଏକ ବ୍ଲୋକ ଅଞ୍ଚଳ । ଜାତୀୟ କୁମ୍ଭିତ ସଂରକ୍ଷର ପାର୍କ ଏଠାରେ ଥିବା ଭିତର କନିକା ଠାରେ ରହିଛି ଯାହା ଜାତୀୟ ଦ୍ରୁଷ୍ଟି ରୁ ଗୁରୁତ୍ବପୂର୍ଣ । ଏହି ଅଞ୍ଚଳ ରେ କନିକା ରାଜ୍ୟ ର ପୂର୍ବତନ ରାଜା ଙ୍କ ପ୍ରସାଦ ମଧ୍ୟ ଏକ ଦର୍ଶନୀୟ ସ୍ଥାପତ୍ୟ ।
History
ରାଜକନିକା ପୂର୍ବତନକନିକା ରାଜ୍ୟ ଥିଲା । ଏହାର ଶେଷ ରାଜା ନରେନ୍ଦ୍ର ନାରାୟଣ ସିଂହ ଦେଓ .ଥିଲେ ଓ ସ୍ଵାଧୀନତା ପରେ କନିକା ରହୟ ଭାରତୀୟ ରାଜ୍ୟ ସମୂହ ରେ ମିଳିତ ହେଇ ଅବିଭକ୍ତ କଟକ ଜିଲ୍ଲା ରେ ଏକ ବ୍ଲକ ଭାବରେ ରହିଲା ।ପରେ ଏହା କେନ୍ଦ୍ରାପଡା ଜିଲ୍ଲା ର ଅଂଶ ହେଇ ରହିଛି ।
ଓଡିଶା ଇତିହାସ ରେ କନିକା ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଥିଲା । କନିକା ର ସେନା ପରାକ୍ରମୀ ଥିବା ସହ କନିକା ରାଜ୍ୟ ର ଶାସନ ପ୍ରକ୍ରିୟା ଅନନ୍ୟ ମାନଙ୍କପାୟନ ଆଦର୍ଶ ହେଇଥିଲା । ସେଥିପାଇଁ କନିକା ଅଞ୍ଚଳ ର ଅଧିବାସୀ ମାନେ ନିଜକୁ ଗର୍ବ ଅନୁଭବ କରନ୍ତି ।
କନିକା ସର୍ବଦା ପ୍ରକୃତିକ ବିପର୍ଯ୍ୟୟ ର ସମ୍ମୁଖୀନ ହେଇଥିବାର ଇତିହାସ କହେ । 1971 ମସିହା ,1983 ମସିହା ଓ 1999 ମସିହା ପରେ ପୁଣି 2009 ମସିହା ରେ ଏହି ଅଞ୍ଚଳ ପ୍ରବଳ ବାତ୍ୟା ଓ ବନ୍ୟା ଦାଉ ଦ୍ଵାରା ବହୁ ଧନ ଜୀବନ ହାନି ଘଟିଥିଲା .[୨]
ଭୌଗୋଳିକ ଅବସ୍ଥିତି
କନିକା ର ଭୌଗୋଳିକାବସ୍ଥିତି ଏପରି ଯେ ଏହା ଏକ ଅରଧ ଦ୍ଵିପ ପରି । ଏହାର ତିନିଟି ପାଟ ବ୍ରାହ୍ମଣୀ , ବୈତରଣୀ ଓ ଖରସ୍ରୋତା ନଦୀ ପ୍ରବାହିତ । ଏହା କେନ୍ଦ୍ରପଡା ଜିଲ୍ଲା ର ଉତ୍ତର ଦିଗ ରେ ଓ ଭଦ୍ରକ ଓ ଯାଜପୁର ଜିଲ୍ଲା ନିକଟ ରେ ଅବସ୍ଥିତ । ଏହାର ପଶ୍ଚିମ ମୁଣ୍ଡ ରେ ଗୋପାଳପୁର ରହିଛି । [୩]
ରାଜକନିକା ରାଜ୍ୟ ବିଧାନ ସଭା ପାଇଁ ଆଉଳ ନିର୍ବାଚନ ମଣ୍ଡଳୀ ଅଧୀନ ରେ ଥିବା ବେଳେ ଏହା କେନ୍ଦ୍ରପଡା ଲୋକସଭା ମଣ୍ଡଳୀ ଅଧୀନ ରେ ରହିଛି । ବର୍ତମାନ ର ବିଧାନସଭା ସଦସ୍ୟ ଦେବେନ୍ଦ୍ର ଶର୍ମା ରହିଥିବା ବେଳେ ଲୋକ ସଭା ପ୍ରତିନିଧି ବୈଜୟନ୍ତ ପଣ୍ଡା ରହିଛନ୍ତି । [୪]
ଯାତାୟାତ
ଏହା ତାଜଯ ରାଜପଥ ଦ୍ଵାରା ଓଡିଶା ର ଅନନ୍ୟ ଅଞ୍ଚଳ ସହ ସୁ ସଂଯୁକ୍ତ ରହିଥିଲେ ମଧ୍ୟେହାର ନିକଟତମ ରେଳ ଷ୍ଟେସନ ଭଦ୍ରକ 55 କିଲୋମିଟର ଦୁରବର୍ତୀ । ଏହାର ନିକଟତମ ବିମାନ ବନ୍ଦର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର ଓ ଏହା 120 କିଲୋମିଟର ଦୁରବର୍ତୀ । କଟକ ରୁ ରାଜକନିକା ବସ ଯୋଗେ 3 ଘଣ୍ଟା ଲାଗିଥାଏ ।
ଶିଷ୍ୟା
ରାଜକନିକା ଅଞ୍ଚଳ ରେ ଅନେକ ଡିଗ୍ରୀ କଲେଜ ରହିବା ସହ ହାଇ ସ୍କୁଲ ସମୂହ ରହିଛି । ଏଠାରେ ଥିବା R . N. ହାଇ ସ୍କୁଲ ବହୁ ପ୍ରାଚୀନ[୫] , ଓ ଏହା 1918 ମସିହା ରେ ତତ୍ କାଳୀନ ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେୟ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ଏହା ଓଡିଶା ର ଏକ ସର୍ବ ପ୍ରାଚୀନ ହାଇ ସ୍କୁଲ ମାନଙ୍କ ମଧ୍ୟ ରୁ ଅନ୍ୟତମ ।
ପର୍ଯ୍ୟଟନ
ଏଠାରେ ଥିବା ଅଭିତର କନିକା ଜାତୀୟ ପାର୍କ[୬] ଭାରତ ର ଏକ ବହୁ ଆଦୃତ ଅଭୟାରଣ୍ୟ । ଏଠାକୁ ବୋଟ ଦ୍ଵାରା ପହଞ୍ଚି ହେବାର ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । ଜୟନଗର ର ଗୁଆଲିଗ ଘାଟ ରୁ ବା ଚାନ୍ଦବାଲି ଘାଟ ରୁ ଏଠାକୁ ଯାଇ ହୁଏ । ଏହି ଅଞ୍ଚଳ ରେ ଲବଣ ଜଳ ଘଡିଆଲ କୁମ୍ଭୀର ରହିଥିବା ସହ ଅନେକ ଅରଣ୍ୟ ଜୀବ ଜନ୍ତୁ ତଥା ପକ୍ଷୀ ରହିଥାନ୍ତି ।
18 ଶ ଶତାବ୍ଦୀ ରେ ନିର୍ମିତ କଙ୍କା ରାଜମହଳ ଏକ ପର୍ଯ୍ୟଟନ ଆକର୍ଷଣ ସ୍ଥଳ । ଏହା ବ୍ଯତୀତ ଅନେକ ପ୍ରାଚୀନ ମନ୍ଦିର ନୃଶିଙ୍ଘନାଥ ମନ୍ଦିର , ଗୋପୀନାଥ ମନ୍ଦିର , ଲକ୍ଷ୍ମୀ ନାରାୟଣ ମନ୍ଦିର ମାଁ ସିଦ୍ଧହେଶ୍ଵରୀ ମନ୍ଦିର ପରି ଅନେକ ଦର୍ଶନୀୟ ସ୍ଥାନ ରହିଛି । ପୁଣି ଏଠାରୁ ଅନତି ଦୂର ରେ ଆରଡି ରେ ଆଖଣ୍ଡଳମଣୀ ମନ୍ଦିର , ବଳଦେବାଜୀଉ ମନ୍ଦିର ଚାନ୍ଦବାଲି ସ୍ଥାପ୍ରାଚୀନ ପୋତାଶ୍ରୟ ମଧ୍ୟ ଖୁବ ଆଦୃତ ହେଇଥିବା ଦର୍ଶନୀୟ ସ୍ଥଳ ।
ଶିଆଳିଆ ଗ୍ରାମ ଏହି ଗ୍ରାମ ତାହାର ଏଈକିକ ପରମ୍ପରା ପାଇଁ ପ୍ରସିଦ୍ଧି ଲାଭ କରିଛି । ଗ୍ରାମ ର କୌଣଶୀ ଗୃହ ରେ କବାଟ ନ ଥାଏ । ସବୁ ଘର ଖୋଲା ରହିଥାଏ । ଗ୍ରାମ ର ଆରାଧ୍ୟା ଦେବୀ ମାଁ କ୍ଷରକାୟ ଙ୍କ ସମ୍ମାନ ରେ କାଳ କାଳ ହେଲା ଗ୍ରାମ ରେ ଏହି ପରମ୍ପରା ଚାଲି ଆସିଛି ।
ଉଲ୍ଲେଖନୀୟ ବ୍ୟକ୍ତିତ୍ବ
ସ୍ଵାଧୀନତା ସଂଗ୍ରାମ ରେ ଏହି ଅଞ୍ଚଳ ର ବିଷୁ ଓ ବାସୁଣୀ[୭] ଙ୍କ ଅବଦାନ ଇତିହାସ ର ବିଷୟ । ଏହି ଅଞ୍ଚଳ ର ସାହିତ୍ୟିକ ପ୍ରଫୁଲ୍ଲ ଦାସ ସାରଳା ସମ୍ମାନ ପାଇଥିଲେ ।
ପୁନଶ୍ଚ ଦେଖଣା
ଆଧାର ସମୂହ
- ↑ kendrapara.nic.in
- ↑ "After tornado, deluge of netas come to Rajkanika". The Times of India. Apr 2, 2009. Retrieved Feb 27, 2013.
- ↑ http://kendrapara.nic.in/about_district/BlockGPvillage.html
- ↑ http://www.rajkanikaps.odishapr.gov.in
- ↑ http://www.sncollegerajkanika.in/
- ↑ http://bhitarkanika.org/live/
- ↑ http://www.indiatimes.com/news/india/this-message-from-the-other-side-of-a-mirror-makes-a-real-difference-and-saves-lives-254950.html