Jump to content

ଶତପୁରା ରେଞ୍ଜ

Coordinates: 22°27′2″N 78°22′14″E / 22.45056°N 78.37056°E / 22.45056; 78.37056
ଉଇକିପିଡ଼ିଆ‌ରୁ
୧୯:୪୯, ୨ ଡିସେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Satpura Range") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Satpura Range

सतपुड़ा पर्वत

Pachmarhi valley

Elevation୧,୩୫୦ m (୪,୪୨୯ ft)Location

Topographic map of India showing the Satpura range in the Central regionCoordinates22°27′2″N 78°22′14″E / 22.45056°N 78.37056°E / 22.45056; 78.37056ଶତପୂରା ଏକ ଭାରତୀୟ ପର୍ବତ ଶ୍ରେଣୀ । ଏହା ପୂର୍ବ ଗୁଜୁରାଟ ରାଜ୍ୟ ରୁ ଆରମ୍ଭ ହେଇ ମହାରାଷ୍ଟ୍ର ସୀମା , ମଧ୍ୟପ୍ରଦେଶ ଓ ଛତିଶଗଦ ପର୍ଯ୍ୟନ୍ତ ବ୍ୟାପ୍ତ । ଏହା ଉତ୍ତରାଞ୍ଚଳ ର ବିନ୍ଦ୍ୟ ପର୍ବତମାଳା ସହ ସମାନ୍ତରାଳ ଭାବରେ ଯାଇଥାଏ । ଏହି ଦୁଇ ପାର୍ବତ୍ଯ ମାଲା ଭରତ କୁ ଇଣ୍ଡୋ-ଗଙ୍ଗୀୟ ସମତାଳଭୂମି ଓ ଡେକାନ ମାଳଭୂମି ରେ ବିଭକ୍ତ କରେ । ନର୍ମଦା ନଦୀ ଶତପୂରା ରେଞ୍ଜର ଉତ୍ତରାଞ୍ଚଳ  ରୁ ବାହାରି ଆରବ ସାଗର ଯାଇ ପ୍ରବାହିତ ହେଇଥାଏ ।ତପ୍ତି ନଦୀ ଶତପୁରା ର ପୂର୍ବ କେନ୍ଦ୍ର ଅଞ୍ଚଳ ରୁ ବାହାରି ସୁରାଟ ଠାରେ ଆରବ ସାଗର ରେ ପତିତ ହୁଏ । ଦେକ୍କାକ୍ନ ମାଳଭୂମି ର ଜଳ ଗୋଦାବରୀ  ଓ ମହାନଦୀ ଦ୍ଵାରା ବାହିତ  ହେଇ ବଙ୍ଗୋପସାଗର ରେ ପତିତ ହୁଏ ।  

ବ୍ୟୁପତ୍ତି 

ମୂଳ ସଂସ୍କୃତ ଶବ୍ଦ  ଶତ ପୁରା ବା ଶହେ ପର୍ବତ ଅନୁସାରେ ଏହାର ନାମ ଶତ ପୁରା ରହିଲା ।  

ଭୌଗୋଳିକ ସ୍ଥିତି 

ଏଠାରେ ପୂର୍ବାଞ୍ଚଳ ପଶ୍ଚିମାଞ୍ଚଳ ଠାରୁ ଅଧିକ ବର୍ଷାଜଳ ପାଏ । 

ଜୀବ ଓ ଉଦ୍ଭିଦ 

ଘଞ୍ଚ ଆରଣ୍ୟ ରେ ପରିପୂର୍ଣ ଏହି ଅଞ୍ଚଳ ରେ ବହୁବିଧ ଜୀବ ଜନ୍ତୁ ଓ ପକ୍ଷୀ ରହନ୍ତି । ଏହି ଅଞ୍ଚଳ ରେ କାହ୍ନା , ପେଚ , ଗୁଗାମାଳ , ଶତତ୍ପୁରା, ପଞ୍ଚମଢ଼ି ଜୈବ ଉଦ୍ୟାନ , ମେଲଘାଟ ବ୍ୟାଘ୍ର ରିଜର୍ଭ ବୋରୀ ରିଜର୍ଭ ଆରଣ୍ୟ ଆଦି ଅନେକ ସଂରକ୍ଷିତ ଅଞ୍ଚଳ ରହି ଏହାର ପ୍ରକୃତିକ ଜୈବ ସମ୍ପଦ କୁ ସୁରକ୍ଷିତ ରଖିବାର ଉଦ୍ୟମ ହେଇଛି । 

ପର୍ଯ୍ୟଟନ 

ଏଠାରେ ଥିବା ଜାତୀୟ ଉଦ୍ୟାନ ଓ ବନ୍ୟା ଜନ୍ତୁ ଅଭୟାରଣ୍ୟ କୁ ବହୁ ପର୍ଯ୍ୟଟକ ବର୍ଷ ସାରା ଆସିଥାନ୍ତି . 

  • ମଧ୍ୟ ପ୍ରଦେଶ ର ପଞ୍ଚମଢ଼ୀ ଏକ ପ୍ରସିଦ୍ଧ ଶୈଳ ନିବାସ । ଏହା ଟ୍ରେକିଙ୍ଗ ପାଇଁ ଏକ ଖୁବ ଆକର୍ଷଣୀୟ ସ୍ଥଳ । 
  • ଶତପୁରା ଜାତୀୟ ପାର୍କ ମଧ୍ୟ ପ୍ରଦେଶ ର ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ । 
  • କାନହା ଜାତୀୟ ପାର୍କ ଏକ ସୁରକ୍ଷିତ ବନ୍ୟା ପ୍ରାଣୀ ଉଦ୍ୟାନ ସହ ଏକ ବ୍ୟାଘ୍ର ରିଜର୍ଭ । ଏଠାରେ ବହୁ ବୈଧ ଜୀବ ଜନ୍ତୁ ରହିଥାନ୍ତି । 
  • ବୋରୀ ବନ୍ୟା ପ୍ରାଣୀ ଅଭୟାରଣ୍ୟ ଭାରତ ର ସର୍ବ ପୁରାତନ ଅଭୟାରଣ୍ୟ । ଏହା 1865 ମସିହା ରେ ସ୍ଥାପିତ ହେଇଥିଲା । ଏହା ତେବା ନଦୀ କୁଳ ରେ ଅବସ୍ଥିତ । 
  • ମଧ୍ୟ ପ୍ରଦେଶ ର ବାନ୍ଧବଗଡ ଜାତୀୟ ପାର୍କ ଅନ୍ଯତମ ଆକର୍ଷଣୀୟ ପର୍ଯ୍ୟଟକ ସ୍ଥଳୀ । 
  • ଅମରକଣ୍ଟକ ଏକ ସୁନ୍ଦର ପର୍ଯ୍ୟଟକ ସ୍ଥଳୀ ହେବା ସହ ତୀର୍ଥ ସ୍ଥଳୀ ଭାବରେ ମଧ୍ୟ ବିଖ୍ୟାତ । 

ଅନ୍ୟ 

ଏହି ପର୍ବତ ଶ୍ରେଣୀ ର ନାମ ଅନୁସାରେ ଭାରତୀୟ ନୌସେନା ର ଜାହାଜ INS Satpuraa ର ନାମକରଣ ହେଇଛି । 

ରହଣି ସ୍ଥଳ 

ଏଠାରେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପର୍ଯ୍ୟଟନ ବିଭାଗ ତରଫ ରୁ ହୋଟେଲ ମାନ ଖୋଲା ଯାଇଛି । 

ପୁନଶ୍ଚ ଦେଖଣା 

  • Tourism in Madhya Pradesh
  • Tourism in Maharashtra
  • Tourism in Gujarat

ବାହ୍ୟ ସଂଯୋଗ ସବୁ 

ଆଧାର