ଇବ ଉପତ୍ୟକା କୋଇଲାଖଣି
ଇବ ଉପତ୍ୟକା କୋଇଲାଖଣି , ଭାରତୀୟ ରାଜ୍ୟ ଓଡିଶା ର ଝାରସୁଗୁଡା ଜିଲ୍ଲା ରେ ମହାନଦୀ ର ଉପନଦୀ ଇବ ନଦୀ ର ଉପତ୍ୟକା ଅବଚଳ ରେ ଥିବା କୋଇଲାଖଣି ସମୂହ ।
ଇତିହାସ
1900 ମସିହା ରେ ବେଙ୍ଗଲ ନାଗପୁର ରେଳବାଇ ତାହାର ଲାଇନ ସଂଯୋଗ ପାଇଁ ଇବ ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ନଦୀ ତଟ ରେ ଖନନ କଲାବେଳେ ସେଠାରେ ବିପୁଳ ପରିମାଣ ର କୋଇଲା ଥିବାର ଦେଖାଗଲା । ଏହା ପରେ ଅଧିକ ନିରୀକ୍ଷ୍ୟା କାର୍ଯ୍ୟ କରାଯାଇ 1909 ମସିହା ରେ ହିମଗିରି ରାମପୁର କୋଇଲା କମ୍ପାନୀ 2003ଗଠନ କରାଯାଇ ସେହି ବର୍ଷ ରାମପୁର ଠାରେ ମୁକ୍ତ କୋଇଲାଖଣି ଆରମ୍ଭ ହେଇଥିଲା । ଏହା ନିକଟ ରେ ବେସରକାରୀ ଉଦ୍ଯୋଗ ମାନଙ୍କ ଦ୍ଵାରା ଭୂତଳ କୋଇଲାଖଣି ମାନ ଆରଭ ହେଇଥିଲା । 1973 ରେ ଭାରତ ର ସମସ୍ତ କୋଇଲାଖଣି ଜାତୀୟ କରଣ ହେଲା । ଏଥିପାଇଁ ଏହି କୋଇଲାଖଣି ସମୂହ କୁ ପଶ୍ଚିମାଞ୍ଚଳ କୋଇଲାଖଣି ଅଧୀନ ରେ ରଖାଯାଇଥିଲା । 1986 ରେ ଏହା ଦକ୍ଷିଣ ପୂର୍ବ କୋଇଲାଖଣି ଲିମିଟେଡ ଅଧୀନ କୁ ଯାଇ ପରେ 1992 ରେ ଓଡିଶା ର ଅନନ୍ୟ କୋଇଲା ଖଣି କୁ ନେଇ ଗଠିତ ମହାନଦୀ କୋଇଲାଖଣି ଲିମିଟେଡ ଅଧୀନ କୁ ଗଲା । ଇବ ଉପତ୍ୟକା ରେ ଥିବା କୋଇଲାଖଣି ଅଞ୍ଚଳ ରେ 3 ଟି ଓପନ କାଷ୍ଟ ସହ ଭୂତଳ ଖଣି ସବୁ ରହିଛି । ଏଠାରେ 2003 ମସିହା ରେ 15.51 ମିଲିୟନ ଟନ କୋଇଲା ଉତ୍ତୋଳିତ ହେଇଥିଲା । .[୧][୨][୩]
କୋଇଲାଖଣି ଅବସ୍ଥିତି
ଇବ ଉପତ୍ୟକା କୋଇଲାଖଣି ର ଭୌଗୋଳିକ ଅବସ୍ଥିତି 21° 41′N and 22° 06′N and longitudes 83° 30′E and 84° 08′E . ଏହାର ଆୟତନ 1,375 ବର୍ଗକିଲୋମିଟର .[୪]
ଭୂ- ସମ୍ପଦ ବିଭାଗ ତରଫ ରୁ ସର୍ଭେ ଅନୁସାରେ ଓଡିଶା ର ତାଳଚେର କୋଇଲା ଖଣିଅଞ୍ଚଳ ରେ ସମୁଦାୟ 38.65 ବିଲିଅନ ଟନ କୋଇଲା ଗଚ୍ଛିତ ଥିବା ବେଳେ ଇବ ଉପତ୍ୟକା ରେ 22.3 ବିଲିଅନ ଟନ ରହିଥିବାର ଜଣା ଯାଏ । ତାଳଚେର ରେ ଦେଶର ସର୍ବାଧିକ କୋଇଲା ଥିବା ବେଳେ ଇବ ଉପତ୍ୟକା ର ସ୍ଥାନ ତୃତୀୟ । .[୫]
ଏହି ଅଞ୍ଚଳ ପ୍ରାଚୀନ ଗଣ୍ଡୱାନା ବେସିନ ର ଏକ ଅଂଶ । [୨]
ଯାତାୟାତ ଓ ପରିବହନ
ଏହି ଅଞ୍ଚଳ ଦେଇ ଦକ୍ଷିଣ -ପୂର୍ବ-କେନ୍ଦ୍ର ରେଳବାଇ ର ଲାଇନ ଯାଇଛି । ବ୍ରଜରାଜନଗର ରେଳ ଷ୍ଟେସନ ଓ ଇବ ଉପତ୍ୟକା ଷ୍ଟେସନ ଠାରୁ ଏଠାରୁ କୋଇଲା ଅନନ୍ୟ ଅଞ୍ଚଳ କୁ ପରିବହନ କରା ଯାଇ ଥାଏ । ଏଠାରେ ଭାରତୀୟ ଜାତୀୟ ରାଜପଥ 200 ମଧ୍ୟ ଯାଇଛି । area links to NH 200.[୪]
ଅଧିକ ରେଳ ପରିବହନ ନିମନ୍ତେ ମହାନଦୀ କୋଇଲାଖଣି ର ଆର୍ଥିକ ସହଯୋଗିତା ଦ୍ଵାରା ଝାରସୁଗୁଡା-ବରପାଲି ରେଳ ଲାଇନ ନିର୍ମାଣ ପାଇଁ ଉଦ୍ୟମ ଚାଲିଛି । .[୬]
ଆଧାର ସମୂହ
- ↑ "Collieries".
- ↑ ୨.୦ ୨.୧ "Orissa".
- ↑ "Mahanadi Coalfields Limited - Explained". wordometry.
- ↑ ୪.୦ ୪.୧ "Location of Mahanadi Coalfields Limited in Jharsaguda District Odisha".
- ↑ "Coal Resources of India (As on 1.1.2004)" (PDF).
- ↑ Mehdudia, Sujay. "290 MT Coal evacuation hampered due to lack of rail infrastructure".