ବଙ୍ଗୋମୁଣ୍ଡା
ବଙ୍ଗୋମୁଣ୍ଡା, ଭାରତୀୟ ରାଜ୍ୟ ଓଡିଶା ର ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଏକ ତହସିଲ । ଏହା ଟିଟିଲାଗଡ ସବ ଡିଭିଜନ ରେ ରହିଛି । ବାଇଗଣମୁରା ( ବାଇଗଣ ଫାର୍ମ ) ନାମକ ପୁରାତନ ନାମ ପରେ ବଙ୍ଗୋମୁଣ୍ଡା ଭାବରେ ପରିଚିତ ହେଇଥିଲା । ଏହି ଅଞ୍ଚଳ ର ଏଇତିହାସିକ ବିଶେଷତା ରହିଥିବାର ଜଣା ଯାଏ । [୧]
ଦର୍ଶନୀୟ ସ୍ଥାନ ସବୁ
ବଙ୍ଗୋମୁଣ୍ଡା ଠାରୁ 7 କିଲୋମିଟର ଦୂର ରେ ରାଣୀପୁର -ଝରିଆଲ ଅବସ୍ଥିତ । ଏହା ଏକ ଜଣା ଶୁଣା ପର୍ଯ୍ୟଟକ ସ୍ଥଳୀ ।ଏହାକୁ ସୋମତୀର୍ଥ କୁହାଯାଏ । .[୨] ଗ୍ରାମ ର ପୁଷ୍କରିଣୀ ତୁଠ ରେ ଅବସ୍ଥିତ ଦୁର୍ଗ ମନ୍ଦିର କୁ ବହୁ ସଂଖ୍ୟା ରେ ଭକ୍ତ ଙ୍କର ଆଗମନ ହେଇଥାଏ ।
ଯାନିଯାତରା
ଓଡିଶା ସଂସ୍କୃତି ରେ ହଉଥିବା ରଥ ଯାତ୍ରା , ଦଶହରା , ଦୀପାବଳି , ମକରସଙ୍କରାନ୍ତି ,ପରି ସମସ୍ତ ଯାନୀ ଯାତ୍ରା ଏଠାରେ ବହୁ ଉଲ୍ଲାସ ର ସହ ପାଳନ ହାଉଥିଲେ ମଧ୍ୟ ପଶ୍ଚିମ ଓଡିଶା ରେ ବିଶେଷ ଭାବରେ ପାଳିତ ହାଉଥିବା " ନୂଆଖାଇ " ପର୍ବ ଓ " ଧନୁଯାତ୍ରା ", " ଭାଇ ଜୀଉନ୍ତିଆ " , "ପୁଅ ଜୀଉନ୍ତିଆ" ଏଠାରେ ସ୍ଵତନ୍ତ୍ର ଆଗ୍ରହ ର ସହ ପାଳିତ ହୁଏ । [୩]
ଜନ ଆବାଦୀ
2011 ଜନଗଣନା ଅନୁସାରେ ବଙ୍ଗୋମୁଣ୍ଡା ର ଜନ ସଂଖ୍ୟା 5,759 ଥିଲା । ଏହା ମଧ୍ୟ ରୁ 2,802 ପୁରୁଷ ଥିବା ବେଳେ 2957 ମହିଳା ଥିଲେ । ଏଠାରେ 1318 ଜନ ଆଦିବାସୀ ଜନଜାତି ର ହେଇଥିବା ବେଳେ 481 ଜନ ଉପଜାତି ର ଥିଲେ । ଏଠାରେ ସାକ୍ଷ୍ୟରତା ହାର 60.27 % ରହିଥିଲା । [୪]
ଶିକ୍ଷ୍ୟା
ଏଠାରେ ସ୍କୁଲ ସ୍ତରୀୟ ଶିକ୍ଷୟା ର ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ବେଳେ ସରସ୍ଵତୀ ଶିଶୁ ମନିର , ଇଂରେଜୀ ମିଡିଆମ ସ୍କୁଲ ମନ ମଧ୍ୟ ରହିଛି । କଲେଜ ସ୍ତରୀୟ ଶିକ୍ଷୟା ପାଇଁ ଏକ କଲେଜ ଥିବା ବେଳେ ସେଠାରେ କେବଳ କଳା ଶ୍ରେଣୀ ରହିଛି । [୫].[୬] .[୭]
ଯାତାୟାତ
ଏଠାରେ ବାଣିଜ୍ୟିକ କେନ୍ଦ୍ର ଥିଲେ ମଧ୍ୟ ରେଳ ଷ୍ଟ୍ରେସନ ନାହି। ରାଜପଥ ଦେଇ ରାସ୍ତା ପରିବନ ବ୍ୟବସ୍ଥା ରହିଥିବା ବେଳେ ଏହାର ନିକଟସ୍ଥ ରେଳ ଷ୍ଟ୍ରେସନ 16 କିଲୋମିଟର ଦୂର କଣ୍ଟାବାଞ୍ଜି ଜଙ୍କସନ ଓ ନିକଟସ୍ଥ ବିମାନ ବନ୍ଦର ରାୟପୁର ଠାରେ ରହିଛି । [୮]
ଗେଲେରୀ
-
Durga Puja
-
Independence day celebration in town field
-
Temple Of Primary Deity of Village
-
DhanuYatra
-
Durga Temple
-
Shiva Temple
ଆଧାର ସମୂହ
- ↑ "Distance Between Balangir To Bangomunda, Balangir To Bangomunda Distance By Road km And Driving Distance From Balangir To Bangomunda".
- ↑ "Orissa Tourism - Ranipur Jharial,64 Yogini Temples,Orissa Temples,Orissa Tourism".
- ↑ [୧] [dead link]
- ↑ "Census of India: Search Details".
- ↑ [୨] [dead link]
- ↑ https://web.archive.org/web/20140524004147/http://www.eindiaeducation.com/school/cmhigh-school-bangomunda-bolangir-0.
- ↑ "Panchayat Samiti Degree College, Bangomunda Results 2016".
- ↑ "Bangomunda to Kantabanji". web page. distancesto.