କଳେସର ଜାତୀୟ ପାର୍କ
କଳେସର ଜାତୀୟ ପାର୍କ (Hindi: कलेसर राष्ट्रीय उद्यान) ଭାରତୀୟ ରାଜ୍ୟ ହରିୟଣା ର ପୂର୍ବାଞ୍ଚଳ ରେ ଥିବା ଜିଲ୍ଲା ରେ ଏକ ସଂରକ୍ଷିତ ବନାଞ୍ଚଳ । ଯମୁନା ନଗର ଜିଲ୍ଲା ଚଣ୍ଡିଗଡ[୧] ଠାରୁ 150 କିଲୋମିଟର ଦୁରବର୍ତୀ । ଏହି ପାର୍କ ଚିତାବାଘ ଓ ପକ୍ଷୀ ନିରୀକ୍ଷଣ ପାଇଁ ସ୍ଥାପିତ । [୨]ଏଠାରେ ଲୋହିତ ଜଙ୍ଗଲି ପକ୍ଷୀ ବହୁଳ ସଂଖ୍ୟା ରେ ଦେଖାଯାଇଥାନ୍ତି । ଏଠାରେ ହିମାଲୟ 11,000 ଏକର[୩] ସ୍ଥାନ ରେ ପରିବ୍ୟାପ୍ତ ।ହରିଦ୍ଵାର ଠାରୁ ବିୟାସ ନଦୀ ପର୍ଯ୍ୟନ୍ତ 200 ମାଇଲ ବ୍ୟାପ୍ତ ଅଞ୍ଚଳ ମଧ୍ୟରେ ଏହା ରହିଛି । ଏହାର ପ୍ରସ୍ଥ 10 ମାଇଲ । ଏହା ସମୁଦ୍ର ପତ୍ତନ ଠାରୁ 1,100 ମିଟର ଉପରେ ରହିଛି । ଶିବାଳିକ ପର୍ବତ ଶ୍ରେଣୀ ମୁଖ୍ଯତଃ ବଳିପଥର ଓ ଆଗ୍ନେୟ ପର୍ବତ ରେ ଗଠିତ । ବାହ୍ୟ ପର୍ବତ ଓ ମସୁରି ମଧ୍ୟସ୍ଥଳ ରେ ଏହି ଉପତ୍ୟକା ଅବସ୍ଥିତ । 2003 ମସିହା ରେ ଏହି ଜାତୀୟ ପାର୍କ ସ୍ଥାପିତ ହେଇଥିଲା ।
ଭୌଗୋଳିକ ସ୍ଥିତି
ହରିୟଣା ରାଜ୍ୟ ରେ ଅବସ୍ଥିତ ଏହି ଜାତୀୟ ପାର୍କ ର ଆୟତନ 13,000 ଏକର । [୪]
ଡାକ ବଙ୍ଗଳା
ପର୍ଯ୍ୟଟନ ପାଇଁ ଅତି ଉପଯୁକ୍ତ ଏହି ଅଞ୍ଚଳ ପକ୍ଷୀ ପ୍ରେମୀ ମାନଙ୍କୁ ଆକର୍ଷିତ କରିଥାଏ । ଏଠାରେ 100 ବର୍ଷ ପ୍ରାଚୀନ ଏକ ଡାକ ବଙ୍ଗଳା ରହିଛି । ତାହା ବ୍ଯତୀତ ଜଙ୍ଗଲ ବିଭାଗ ଦ୍ଵାରା ଏକ ରେସ୍ଟ ହାଉସ ମଧ୍ୟ ଅଛି । ଏହା ବହୁ ସ୍ତରୀୟ ସୁନ୍ଦର ଉଦ୍ୟାନ ସହ ରାଜକୀୟ ଶୈଳୀ ରେ ନିର୍ମିତ ଓ ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଉପଲବ୍ଧ ।
ପର୍ବତ
ପ୍ରାତଃ କାଳ ରେ ଦୁରବର୍ତୀ ପର୍ବତ ର ଦୃଶ୍ୟ ଅତ୍ୟନ୍ତ ମନୋହର ହେଇ ଦେଖାଯାଇଥାଏ । ଏଠାର ବିରଳ 'ସିନ୍ଦୁର" ଜାତୀୟ ବୃକ୍ଷ ଦେଖାଯାଇଥାଏ । ଏହାର ଫୁଲ ରୁ ସିନ୍ଦୁର ପ୍ରସ୍ତୁତ ହେଇ ଥାଏ ।
ଘଞ୍ଚ ପ୍ରାଚୀନ ଅରଣ୍ୟ
ସାଲ ସହ ସେମୂଳ ,ଅମ୍ଳତାସ ବହେରା ଜାତୀୟ ବୃକ୍ଷୀ ଏହି ଜଙ୍ଗଲ ରେ ଥାଏ । ପାହାଡ ଉପରକୁ ଜଙ୍ଗଲ ମଧ୍ୟ ଦେଇ ସର୍ପିଳ ଚଲାପଥ ରାସ୍ତା ରହିଛି । ଏହି ଜଙ୍ଗଲ ମଧ୍ୟ ରେ ଜଙ୍ଗଲ ବିହଯାଗ ତରଫ ରୁ ବନ୍ୟା ପ୍ରାଣୀ ଙ୍କ ପାନୀୟ ଜଳ ପାଇଁ ଏକ ଜଳାଶୟ ନିର୍ମିତ ହେଇଛି । ବର୍ଷା ସମୟ ରେ ଅନେକ ଜଳ ଧାରା ଏହା ମଧ୍ୟ ରେ ପ୍ରବାହିତ ହୁଏ । ଅଗ୍ନି ବିପତ୍ତି ରୁ ଜଙ୍ଗଲ କୁ ରକ୍ଷ୍ୟା କରିବାକୁ ଜଙ୍ଗଲ ମଧ୍ୟ ରେ କିଛି ଦୀର୍ଘ ସ୍ଥାନ କୁ ଅରଣ୍ୟ ମୁକ୍ତ କରାଯାଇଛି ।
ଔଷଧୀୟ ବୃକ୍ଷ
ଏହି ପାର୍କ ମଝିରେ ଚୌଧୁରୀ ଦେବୀ ଲାଲ ଜୈବିକ ଔଷଧୀୟ ବୃକ୍ଷ ର ଏକ ପାର୍କ ମଧ୍ୟ କରାଯାଇଛି । ସେଠାରେ 50 ଏକର ପରିମିତ ସ୍ଥାନ ରେ 61,000 ଔଷଧୀୟ ଗୁଳ୍ମ ଜାତୀୟ ଲଟା ଓ 6100 ପ୍ରକାର ର ଅନନ୍ୟ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି ।
Animals
କାଳେସର ଜାତୀୟ ପାର୍କ ସନ୍ନିକଟ ରେ ଖୋଳ ହି ରତନ ବନ୍ୟାପ୍ରାଣୀ ଅଭୟାରଣ୍ୟ ଓ ବୀର ଶିକାରଗଦ ବନ୍ୟାପ୍ରାଣୀ ଅଭୟାରଣ୍ୟ ରହିଛି । ଏହି 3 ଟି ଜକ ସଂରକ୍ଷିତ ଆଞ୍ଚଲ ରେ ସମାନ ପ୍ରକାର ଜୀବଜନ୍ତୁ ଦେଖାଯାନ୍ତି ଓ ସେମାନେ ସବୁ ଅରଣ୍ୟ ରେ ବିଚରଣ ପାଇଁ ଯାଉଥାନ୍ତି । [୫]
Leopard
ଅପରାଧିକ କାର୍ଯ୍ୟ
ଏଠାରେ ବହୁ ପରିମାଣ ରେ ଅବୈଧ ଶିକାର ଓ ବୃକ୍ଷ କର୍ତନ ହେବାରୁ ସଶସ୍ତ୍ର ଜଗୁଆଳି ର ବ୍ୟବସ୍ଥା କରା ଯାଇଛି । ଏହା ଛଡା ଏହାର ଚତୁପାର୍ଶ୍ଵ ରେ ପ୍ରାଚୀର ଦେବାର ବ୍ୟବସ୍ଥା କରାଯାଉଛି ।
କାମେରା
ହରିୟଣା ର ଜଙ୍ଗଲ ବିଭାଗ ତରଫ ରୁ ଜଙ୍ଗଲ ମଧ୍ୟ ରେ 2014 ମସିହା ରେ 40 ଟି ସ୍ଥାନ ରେ 80 ଟି କାମେରା ସ୍ଥାପନ କରାଯାଇ ବନ୍ୟାପ୍ରାଣୀ ମାନଙ୍କ ଗମନାଗମନ ଅନୁଧ୍ୟାନ କରାଯାଇଥାଏ ।ଏହା ଦ୍ଵାରା ବନ୍ୟା ଦ୍ଵିବାର୍ଷିକ ପ୍ରାଣୀ ଗଣନା ମଧ୍ୟ ସମ୍ପାଦନ ରେ ସୁବିଧା ହୁଏ । [୨][୪]
ଯାତାୟାତ
ଯମୁନାନଗର ରୁ ପାୟନ୍ତା ରାସ୍ତା ରେ କାଳେସାର ଜାତୀୟ ପାର୍କ ଅବସ୍ଥିତ । ହରିୟଣା ରୋଡୱେ ଦ୍ଵାରା ଏଠାକୁ ପର୍ଯ୍ୟଟକ ମାନଙ୍କୁ ନେବା ଆଣିବା ପାଇଁ ବସ ଚଳାଚଳ ବ୍ୟବସ୍ଥା ସହ ଟେକସି କାର ଉପଲବ୍ଧ ।
Gallery
-
Indian leopard is found here
-
Elephant
-
Indian hare is found at Kalesar
-
Indian gray mongoose is found at Kalesar
-
Indian crested porcupine is found at Kalesar
-
Wild boar
-
Langur monkey
-
Bandar (monkey)
-
Indian robin
-
Saxicoloides Fulicatus
-
Black-necked stork (Ephippiorhynchus asiaticus) - take off to landing at Sultanpur
-
Eurasian spoonbill Platalea leucorodia resting
-
Great egret Casmerodius albus- Breeding plumage
ପୁନଶ୍ଚ ଦେଖଣା
- List of National Parks & Wildlife Sanctuaries of Haryana, India
- List of national parks of India
- Wildlife sanctuaries of India
ଆଧାର ସମୂହ
- ↑
{{cite web}}
: Empty citation (help) - ↑ ୨.୦ ୨.୧ 2 Leopard spotted in Kalesar National park, Published 16 June 2016
- ↑ Kalesar forest under miners' attack
- ↑ ୪.୦ ୪.୧
{{cite web}}
: Empty citation (help) - ↑ Government of India's Ministry of Environment and Forests clearance, published: 2013