ହାତୁ ଶ୍ରୁଙ୍ଗ
ହାତୁ ଶ୍ରୁଙ୍ଗ ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର ସିମଳା / ନରକନ୍ଦା[୧] ଅଞ୍ଚଳ ରେ ଏହା ସର୍ବୋଛ ଶ୍ରୁଙ୍ଗ । ଏହା ସମୁଦ୍ରପତ୍ତାନ ଠାରୁ 12,000 ଫୁଟ ଉପରେ ଅବସ୍ଥିତ । ଏହି ଶ୍ରୁଙ୍ଗ ର ଚତୁର୍ଦିଗ ରେ ଏଫଆଇଆର , ସ୍ପୃସେ ଆଦି ବୃକ୍ଷ୍ୟ ର ଘଞ୍ଚ ଅରଣ୍ୟ ରହିଛି ।
ଅବସ୍ଥିତି
ଏହା ସିମଳା ଠାରୁ 71 କିଲୋମିଟର ଦୁରବର୍ତୀ ଓ ସିମଳା - ରାମପୁର ରାଜପଥ ଦେଇ ଏଠାରେ ପହଞ୍ଚି ହୁଏ । ଏହି ସଡକ ଶୃଙ୍ଗ ଠାରୁ 5 କିଲୋମିଟର ଯାଏ ଉତ୍ତମ ଥିବା ବେଳେ ଶେଷ 5 କିଲୋମିଟର କଙ୍କରିତ ହେଇଥାଏ । ତେବେ ବାଇକ ବା କାର ରେ ସେଠାକୁ ଯାଇ ହୁଏ ।
ଆକର୍ଷଣ
ହାତୁ ମନ୍ଦିର
ଶୃଙ୍ଗ ଉପରେ ଏକ କ୍ଷୁଦ୍ର କାଷ୍ଠା ନିର୍ମିତ ମନ୍ଦିର ଅବସ୍ଥିତ । ଏହା କୁ " ହାତୁ " ମନ୍ଦିର କୁହା ଯାଏ । ସ୍ଥାନୀୟ ନିବାସୀ ଙ୍କ ବିଶ୍ଵାସ ଅନୁସାରେ ଏହା ପୁରାଣ ବରଣିତ ରାବଣ ଙ୍କ ପତ୍ନୀ ମନ୍ଦୋଦରୀ ଙ୍କ ମନ୍ଦିର । ଜେଷ୍ଠ ମାସ ର ପ୍ରଥମ ରବିବାର ରେ ଏଠାକୁ ବହୁ ସଂଖ୍ୟା ରେ ଭକ୍ତ ମାନେ ଆସିଥାନ୍ତି । ଏଠାରେ ଏବେ ମଧ୍ୟ ଛାଗଳ ବଳି ପକେଇବାର ପରମ୍ପରା ରହିଆସିଛି । ଏହି ମନ୍ଦିର ନିକଟ ରେ ପ୍ରସ୍ତର ରେ ଏକ କ୍ଷୋଦିତ ଗର୍ତ ରହିଛି । ସ୍ଥାନୀୟ ଆବାସୀ ତାକୁ ପାଣ୍ଡବ ମାନଙ୍କ ରୋଷେଇ ପାଇଁ କରିଥିବା ଗର୍ତ ବୋଲି ବିଶ୍ଵାସ କରନ୍ତି ।[୨]
ଟୁରିଷ୍ଟ ଭବନ
ଏଠାରେ ଏକ କ୍ଷୁଦ୍ର ଟୁରିଷ୍ଟ ଭାବନା ରହିଛି । ତାହା କ୍ଵଚିତ ବ୍ୟବହାର ହେଇଥାଏ ।
ଯାତାୟାତ
ଏଠାକୁ ନରକନ୍ଦା ଠାରୁ ବସ ବା ଘରେଇ କାର ଦ୍ଵାରା ଯାଇ ହୁଏ ।
ଉପଲବ୍ଧ ସୁବିଧା
ହାତୁ ଶୃଙ୍ଗ ଅଞ୍ଚଳ ଦୁର୍ଗମ ହେଇଥିବାରୁ ଏଠାରେ ପର୍ଯ୍ୟାପ୍ତ ସୁବିଧା ମିଳେ ନାହିଁ । ଟୁରିଷ୍ଟ ମାନଙ୍କ ପାଇଁ 1 କିଲୋମିଟର ତଳେ ଲଜ ରହିଛି । .[୩]