Jump to content

ରତ୍ଲାମ ରାଜ୍ୟ

ଉଇକିପିଡ଼ିଆ‌ରୁ
୧୮:୪୯, ୨୮ ନଭେମ୍ବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Ratlam State") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ରତ୍ଲାମ ର ରାଜା ପଦମ  ସିଂହ ଙ୍କ ଅଙ୍କିତ ଚିତ୍ର 
ରତ୍ଲାମ ର ମହାରାଜା ସଜ୍ଜନ ସିଂହ ଗେନେରାକ୍ଲ ଋମିଂତନ ଙ୍କ ସହ 1915 ମସିହା ରେ ଫ୍ରାନ୍ସ ରେ 

ରତ୍ଲାମ ରାଜ୍ୟ[] ବ୍ରିଟିଶ ଶାସନ କାଳ ରେ ଏକ ରାଜକୀୟ ଅଧୀନ ରାଜ୍ୟ ଥିଲା । ଏହା ମାଳବ ଏଜେନ୍ସି ଅଧିନସ୍ଥ ଥିଲା । 

ଅଧୁନା ମଧ୍ୟ ପ୍ରଦେଶ ର ରତ୍ଲାମ ଜିଲ୍ଲା ର ରତ୍ଲାମ ସହର ସେ ସମୟ ରେ ଏହି ରାଜ୍ୟ ର ରାଜଧାନୀ ଥିଲା । ପୂର୍ବରୁ ଏକ ବିଶାଳ ରାଜ୍ୟ ଥିବା ରତ୍ଲାମ ମୋଗଲ ସମ୍ରାଟ ଔରଙ୍ଗଜେବ ଙ୍କ ସମୟ ରେ ତାଙ୍କର ଆକ୍ରମଣ ର ଶିକାର ହେଇ ଅନେକ ଅଞ୍ଚଳ ସହ ତାହାର ରାଜା ରତନ ସିଂହ ଙ୍କୁ ହରେଇଥିଲା । ରାଜ୍ୟ ର ଶାସକ ତାଙ୍କର ମହାରାଜା ଉପାଧି ମଧ୍ୟ ହରେଇଥିଲେ । ତେବେ 1819 ମସିହା ରେ ରତ୍ଲାମ ରାଜ୍ୟ ବ୍ରିଟିଶ ମାନଙ୍କ ସହ ସନ୍ଧି କରି ଏହାର ଶାସକ ସଜ୍ଜନ ସିଂହ ପୁଣି ମହାରାଜା ପଦବୀ ପାଇଥିଲେ । .[]

ଇତିହାସ 

 ରତ୍ଲାମ ରାଜ୍ୟ 1652 ମସିହା ରେ ରତନ ସିଂହ ଙ୍କ ଦ୍ଵାରା ସ୍ଥାପିତ ହେଇଥିଲା । ତାଙ୍କର 12 ଜନ ପତ୍ନୀ ଥିଲେ । ରତ୍ଲାମ ରାଜ୍ୟ ର ଆୟତନ 1795 ବର୍ଗକିଲୋମିଟର ଥିଲା । ଏହା ସାଇଲାନା ରାଜ୍ୟ ର ସୀମା ରେ ଥିଲା । 1901 ଜନଗଣନା ରେ ଏହାର ଜନସଂଖ୍ୟା 83,773 ଥିଲା । ରତ୍ଲାମ ସହର ର ଜନ ସଂଖ୍ୟା 36,321 ଥିଲା । ରତ୍ଲାମ ରାଜ୍ୟ ରେ ଶଷ୍ୟ ସହ ଅଫିମ ଉତ୍ପାଦନ ହଉଥିଲା ।  

ପୂର୍ବରୁ ଗ୍ଵାଲିଆର ଅହିନ ରାଜ୍ୟ ହିସାବ ରେ ଥିବା ବେଳେ 1819 ମସିହା ରେ ରତ୍ଲାମ ରାଜ୍ୟ ବ୍ରିଟିଶ ରକ୍ଷଣ ରେ ରହିଥିଲା ।  

1948 ଜୁନ 15 ରେ ଏହି ରାଜ୍ୟ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ ହେଲା । 

ଶାସକ 

ଦୀର୍ଘ ବର୍ଷ ଧରି ରତ୍ଲାମ ରାଜ୍ୟ ସୁର୍ଜ୍ୟବଂଶୀ ରାଠୋର ବଂଶୀୟ ରାଜା ମାନଙ୍କ ଦ୍ଵାରା ଶାସିତ ହେଇଥିଲା । ଯୋଧପୁର , ବୀକାନେର ଓ କିଶାନଗଡ  ର ରାଜା ମାନେ ମଧ୍ୟ ଏହି ବଂଶ ର ଥିଲେ । 

ପୁନଶ୍ଚ ଦେଖଣା 

  • List of Rajput dynasties and states
  • Malwa Agency

ଆଧାର ସମୂହ 

ବାହ୍ୟ ସଂଯୋଗ ସବୁ