ଖନିଆଧନା ଗଡଜାତ ରାଜ୍ୟ
ଖନିଆଧନା ଏକ ବ୍ରିଟିଶ ଅଧୀନ ଭାରତୀୟ ଗଡଜାତ ରାଜ୍ୟ ଥିଲା । ଏହା ଜୁଡେଭ ବଂଶୀୟ ବୁନ୍ଦେଲା ରାଜପୁତ[୧] ମାନଙ୍କ ଦ୍ଵାରା ଶାସିତ ହଉଥିଲା । ଖନିଆଧନା ସହର ଏହାର ରାଜଧାନୀ ଥିଲା । ଏହା ପ୍ରଥମେ ବୁନ୍ଦେଳଖଣ୍ଡ ଏଜେନ୍ସି ଓ ତାହା ପରେ କେନ୍ଦ୍ର ଏଜେନ୍ସି ଅଧୀନ ରେ ରହିଥିଲା । .[୨]
ଭୌଗୋଳିକ ସ୍ଥିତି ଓ ଜନ ଆବାଦୀ
ରାଜକୀୟ ରାଜ୍ୟ ଖନିଆଧନା ର ଆୟତନ 101 ବର୍ଗ କିଲୋମିଟର । ଏହା ଚତୁର୍ଦିଗ ରେ ନାରବାର ଜିଲ୍ଲା ଦ୍ଵାରା ଘେରିତ ହେଇଥିବା ବେଳେ କିଛି ଅଞ୍ଚଳ ବ୍ରିଟିଶ ଅଧୀନ ଝାଁସୀ ଜିଲ୍ଲା ର ସୀମା ନିକଟ ରେ ଥିଲା ।ଏହା ଅର୍ଚା ରାଜ୍ୟ ର[୨] ପଶ୍ଚିମ ରେ ଅବସ୍ଥିତ ଥିଲା । ବ୍ରିଟିଶ ଶାସନ କାଳ ରେ 1941 ଜନଗଣନା ଅନୁସାରେ ଏହାର ଲୋକ ସଂଖ୍ୟା 20,124 ଥିଲା । .[୨][୩]
ଇତିହାସ
1724 ମସିହା ରେ ଅର୍ଚା ର ରାଜା ଉଦତ ସିଂହ ଖନିଆଧନା ଓ ସନ୍ନିକଟ ଗ୍ରାମ ସବୁ ତାଙ୍କ ପୁତ୍ର ଆମର ସିଂହ ଙ୍କୁ ପ୍ରଦାନ କରିଥିଲେ । ସେହି ସମୟ ରେ ମରାଠା ମାନେ ଶକ୍ତିଶାଳୀ ହେଇ ଉଠିଥିଲେ ଓ ପେଶୱା ଆମର ସିଂହ ଙ୍କୁ 1751 ମସିହା ରେ ତାଙ୍କର ରକ୍ଷିତ ରାଜା ରୂପ ରେ ସ୍ବୀକୃତି ପ୍ରଦାନ କରିଥିଲେ ।ଏହିଉ ସମୟ ରେ ଓରଛା ଓ ଝାଁସୀ ମଧ୍ୟ ରେ ବିବାଦ ଲାଗିରହିଥିଲା । 1854 ମସିହା ରେ ଝାଁସୀ ରାଜତ୍ଵ ର ବିଲୋପ ଘଟିବାରୁ ଖନିଆଧନା ନିଜକୁ ପୂର୍ଣା ସ୍ଵାଧୀନତା ଘୋଷଣା କରିଥିଲା । କିନ୍ତୁ 1862 ର ବ୍ରିଟିଶ ଶାସକ ମାନେ ଏହାକୁ ନିଜର କରଦ ରାଜ୍ୟ ଭାବେ ରଖିଲେ । [୩]ଏହି ରାଜ୍ୟ 1920 ରେ ଗଠିତ ହେଇଥିବା ଭାରତୀୟ ରାଜା ମାନଙ୍କ ସଂଗଠନ ରେ ମିଳିତ ହେଇଥିଲା । [୨]
ଏହି ରାଜ୍ୟ ସ୍ଵାଧୀନତା ପରେ 1948 ମସିହା ରେ ନିଜକୁ ଭାରତୀୟ ରାଜ୍ୟ ସଂଘ ସହ ସମ୍ମିଳିତ କରିଥିଲା । ଏହି ସମୟ ରେ ଖନିଆଧନା ର ଅର୍ଦ୍ଧେକ ଅଂଶ 27 ଟି ଗ୍ରାମ ଥାଇ ମଧ୍ୟପ୍ରଦେସ୍ୱ୍ହ ର ଶିବପୁରି ଜିଲ୍ଲା ରେ ରହିଲା ଓ ଅପର ଅର୍ଦ୍ଧେକ 28 ଟି ଗ୍ରାମ ସହ ବିନ୍ଧ୍ୟ ପ୍ରଦେଶ[୪] ରେ ରହିଲା । ପରେ ପୁନର୍ଗଠନ ସମୟ ରେ ସମସ୍ତ ଅଞ୍ଚଳ ମଧ୍ୟପ୍ରଦେଶ ରାଜ୍ୟ ରେ ରହିଲା । .[୪]
ଶାସକ
ବୁନ୍ଦେଲା ରାଜପୁତ ପରିବାର ର ବଂଶଜ ମାନେ ଖନିଆଧନା ରାଜଗଦି ର ଅଧିକାରୀ ରହିଥିଲେ । ସେମାନେ ରାଓ ଉପାଧି ଗ୍ରହଣ କରୁଥିଲେ । 1911 ମସିହା ରେ ପ୍ରଥମେ ଶାସକ ମାନଙ୍କୁ ରାଜା କୁହାଗଲା । ଏହାକୁ ବ୍ରିଟିଶ ମାନେ ସମ୍ପୂର୍ଣ ରାଜ୍ୟ ର ମର୍ଯ୍ୟାଦା ନ ଦେଇ କେବଳ ଶାସକ ହିସାବ ରେ ମାନ୍ୟତା ପ୍ରଦାନ କରିଥିଲେ । [୩]
ରାଜା
- 1724-.... ଆମର ସିଂହ
- 1760-1869 ଅଜଣା
- 1869-1909ଚିତ୍ରା ସିଂହ
- 1909-1938 ଖଳକ ସିଂହ
- 1938-1948 ଦେବେନ୍ଦ୍ର ପ୍ରତାପ ସିଂହ