ଅଜୟଗଡ ରାଜ୍ୟ
ଅଜୟଗଡ ରାଜ୍ୟ , ବ୍ରିଟିଶ ଶାସନ କାଳ ରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ମଧ୍ୟ ପ୍ରଦେଶ ର ଅଜୟଗଡ ଠାରେ ଥିଲା । ଏହି ରାଜ୍ୟ 1785 ମସିହା ରେ ସ୍ଥାପିତ ହେଇଥିଲା ।
ଅଜୟଗଡ ର ଶେଷ ଶାସକ ଏହାକୁ 1950 ମସିହା ଜାନୁଆରୀ 1 ତାରିଖ ରେ ଭାରତୀୟ ରାଜା ସଂଘ କୁ ସମାରୋପଣ କାଲେ । [୧]
ଇତିହାସ
ଅଜୟଗଡ ଜେନ ବୁନ୍ଦେଲା ରାଜପୁତ ଗୁମାନ ସିଂହ ଙ୍କ ଦ୍ଵାରା 1765 ମସିହା ରେ ସ୍ଥାପିତ ହେଇଥିଲା । ସେ ଜଇତପୁର ରାଜ୍ୟ ର ଶାସକ ରାଜା ପାହାଡ ସିଂହ ଙ୍କ ପୁତୁରା ଥିଲେ । ଅଜୟଗଡ କୁ ବ୍ରିଟିଶ ମାନେ ଅକ୍ତିଆର କଳା ପରେ ଏହାକୁ 1909 ମସିହା ରେ ଏକ କରଦ ରାଜକୀୟ ରାଜ୍ୟ କରି ବୁନ୍ଦେଳଖଣ୍ଡ ଏଜେନ୍ସି ଅଧୀନ ରେ ରଖିଲେ । ଏହାର ଆୟତନ 1997 ବର୍ଗ କିଲୋମିଟର ଓ ଜନସଂଖ୍ୟା 1909 ଜନଗଣନା ଅନୁସାରେ 78,226 ଥିଲା । ରାଜା ଙ୍କ ଉପାଧି ସୱାଇ ମହାରାଜ ଥିଲା । ରାଜ୍ୟ ର ରାଜସ୍ୱ 15,000 ପାଉଣ୍ଡ ଥିବା ବେଳେ ବ୍ରିଟିଶ ମାନଙ୍କୁ 460 ପାଉଣ୍ଡ କର ଭାବରେ ଦଉଥିଲେ ।ରାଜ୍ୟ ମୁଖ୍ୟ ନୌଗଙ୍ଗ ନାମକ ସହର , ଯାହା ଅଜୟଗଡ ଦୁର୍ଗ[୨]ଥିବା ପାହାଡ ତଳ ଦେଶ ରେ ଥିଲା । ଏହି ଦୁର୍ଗ ସହର ଠାରୁ 800 ଫୁଟ ଉତ୍ଚ ରେ ଥିଲା । ଏହି ଦୁର୍ଗ ରେ ଅନେକ ଭଗ୍ନ ମନ୍ଦିର ରହିଛି । ଏହି ପ୍ରାଚୀନ ମନ୍ଦିର ସବୁ ରେ ଅନେକ ସୂକ୍ଷ୍ମ କ୍ଷୋଦିତ ମୂର୍ତି ରହିଛି । ଅଜୟଗଡ ସହର ରେ ମେଲେରିଆ ବହୁଳ ଭାବରେ ବ୍ୟପୁଥିଲା ଓ ଏଠାରେ 1868 -69 ଓ 1896-97 ରେ ମରୁଡି ପଡିଥିଲା ।
ଏହି ରାଜ୍ୟ 1950 ଜାନୁୟାରୀ 1 ରେ ଭାରତୀୟ ରାଜ୍ୟ ସଂଘ ସହ ମିଳିତ ହେବା ପରେ ଏହାର ଶାସକ ଙ୍କୁ ବାର୍ଷିକ 74,700 ତାଙ୍କ ପ୍ରିଭି ପର୍ସ ଆକାର ରେ ଦିଅ ଯାଉଥିଲା। ତେବେ ଏହା 1971 ରେ ଉଚ୍ଛେଦ ହେଇଗଲା । ଅଜୟଗଡ ରାଜ୍ୟ ସେତେବେଳର ବିନ୍ଦ୍ୟପ୍ରଦେଶ ର ଅଂଶ ହେଇ ରହିଲା । ପରେ 1956 ମସିହା ରେ ବିନ୍ଦ୍ୟପ୍ରଦେଶ ମଧ୍ୟ ପ୍ରଦେଶ ସହିତ ମିଳିତ ହେଇଗଲା ।
ଅଜୟଗଡ ର ଶାସକ ମାନେ
ମହାରାଜାଧିରାଜ ଛତ୍ରସାଲ : 1649-1731 (founder Ruler of many Kingdoms) ___________________________|______________________________ Hirdeshah ଜଗତରାଜ Bhartichandra (Panna) (Jaitpur) (Jaso) ____________________________|______________________________ Vir Singh କିରାତ ସିଂ Pahar Singh(1758–1765) ____________________________|______________________________ Khuman Singh ଗୁମାନ ସିଂହ (1765–1792) Durg Singh (Charkari) (Banda)(No issues) | |__________________Son of______| ଭୈଖଟ ସିଂହ :b.1792-d.1837 (Founder ruler of Ajaigarh) |_______________________________ | | ମାଧୋ ସିଂହ (R.1837-1849) Mahipat Singh(R.1849-1853) (No male issue) | | Ranjore Singh(K.C.I.E)___________ବିଜଯ ସିଂହ (R.1853-1855) (born 1844 died 1919) (Died early, fell from horse) | ପୂଣ୍ୟପ୍ରତାପ ସିଂହ born 1884-died 1958 | ଦେବେନ୍ଦ୍ର ବିଜଯ ସିଂହ born 1913-died 1984 (Privy Purses,titles abolished)
ପୁନଶ୍ଚ ଦେଖଣା
- Bundelkhand Agency
- Vindhya Pradesh
ଆଧାର ସମୂହ
This article incorporates text from a publication now in the public domain: Chisholm, Hugh, ed. (1911). "Ajaigarh". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}
: Invalid |ref=harv
(help)public domain: Chisholm, Hugh, ed. (1911). "Ajaigarh". Encyclopædia Britannica (11th ed.). Cambridge University Press.
This Indian history-related article is a stub. You can help Wikipedia by expanding it. |