କୁଶୀନଗର
କୁଶୀନଗର, ବ କୁଶୀନାରା , ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶ ର କୁଶୀନଗର ଜିଲ୍ଲା ର ଏକ ସହର ଓ ନଗର ପଞ୍ଚାଯତ । NH- 28 ରେ ଗୋରଖପୁର ରୁ 52 କିଲୋମିଟର ଦୂର ରେ ଏହା ଅବସ୍ଥିତ ।ପ୍ରସ୍ତାବିତ କୁଶୀନଗର - ସାରନାଥ ବୁଦ୍ଧହ ଏକ୍ସପ୍ରେସସ୍ଵୟ ରେଳପଥ ଏହାକୁ ରେଳ ସଂଯୋଗ ପ୍ରଦାନ କରିବା । ଏହା ଏକ ଗୁରୁତ୍ବପୂର୍ଣ ବୌଦ୍ଧ ତୀର୍ଥ ସ୍ଥଳ । ଏଠାରେ ଗୌତମ ବୁଦ୍ଧ ତାଙ୍କର ମୃତ୍ୟୁ ପରେ ପରିନିର୍ବାଣ ଲାଭ କରିଥିଲେ ବୋଲି କୁହାଯାଏ । [୧] ଭରତ ବାହାରୁ ବୌଦ୍ଧ ମାନେ ଏହି ସ୍ଥାନକୁ ଜୀବନକାଳ ରେ ଅନ୍ତତଃ ଥରେ ଏହି ସ୍ଥାନ କୁ ପରିଦର୍ଶନ ରେ ନିଶ୍ଚୟ ଆସିଥାନ୍ତି । [୨]
ବ୍ୟୁପତ୍ତି
ଏକ ତଥ୍ୟ ଅନୁସାରେ କୁଶବତୀ କୋଶଳ ରାଜ୍ୟ ର ରାଜଧାନୀ ଥିଲା । ଓ ରାମାୟଣ ର ଲିପି ଅନୁସାରେ ଏହି ନଗର କୁ ରାମା ଙ୍କ ପୁତ୍ର ରାଜା କୁଶ ସ୍ଥାପନ କରିଥିଲେ । ବୌଦ୍ଧ ମତ ରେ କୁଶୀନଗର ରାଜା କୁଶ ଙ୍କ ଆଗରୁ ସ୍ଥାପିତ ହେଇଥିଲା । କୁଶ ବତୀ ନାମ କୁଶ ଜାତୀୟ ଘାସ ରୁ ଆସିଥିବା କୁହାଯାଏ । [୨]
ଜନ ଆବାଦୀ
2011 ଜନଗଣନା ଅନୁସାରେ କୁଶୀନଗର ର ଜନସଂଖ୍ୟା 22,214 ଥିଲା ,[୩][୪] ସମୁଦାଯ ଗୃହ ସଂଖ୍ୟା 3462 ଥାଇ ପୁରୁଷ ସଂଖ୍ୟା 52% ହେଇଥିବା ବେଳେ ମହିଳା 48% ଥିଲେ । ସାକ୍ଷ୍ୟରତା ହାର 78.43 % ଯାହା ଜାତୀୟ ହାର ଠାରୁ ଆଦିକ । 10 ବର୍ଷ ରୁ କମ ଆବାଡି 11% ରହିଥିଲେ । କୁଶୀନଗର ରେ 5.03 % SC ହେଇଥିବା ବେଳେ ,2.39% ଲୋକ(ST) ଥିଲେ । [୩]
- Buddha Post Graduate College, Kushinagar
- Buddha Intermediate College, Kushinagar
ଇତିହାସ ପୂର୍ବତନ କୁଶବତୀ ନାମ ଥିବା ସହର ବର୍ତମାନ କୁଶୀନଗର ନାମ ରେ ପରିଚିତ । ଏହା 6 ସ୍ଥ ଶତାବ୍ଦୀ ରେ ମଲ୍ଲ ରାଜବଂଶ ର ରାଜଧାନୀ ଥିଲା । ଏହା ମୌର୍ଯ୍ୟ , ଶ୍ରୁଙ୍ଗ , କୁଶାଣ ଗୁପ୍ତା ଓ ହର୍ଷ ସମ୍ଭ୍ରାଜ୍ୟ ର ଅଂଶ ରହିଥିଲା ।
12 ଶ ଶତାବ୍ଦୀ ପର୍ଯ୍ୟନ୍ତ କୁଶୀନଗର କୁଶୀନାରା ନାମକ ରାଜବଂଶ ଦ୍ଵାରା ପରିଚାଳିତ ହେବା ପରେ ତାହାର ବିଲୋପ ହେଇଥିଲା । 15 ଶ ଶତାବ୍ଦୀ ରେ ପାଡରାଉନା ରାଜପୁତ ମଦନ ସିଂହ ଙ୍କ ଦ୍ଵାରା ଶାସିତ ହଉଥିଲା ।
ବ୍ରିଟିଶ ସମୟ ରେ 19 ଶ ଶତାବ୍ଦୀ ରେ ଆଲେକଜାଣ୍ଡାର କନନୀଙଘମ ନାମକ ପ୍ରତ୍ନତତ୍ଵବିଦ ଙ୍କ ଦ୍ଵାରା ଖନନ କରାଯିବା ପରେ କୁଶୀନଗର ପୁଣି ଆଧୁନିକ କୁଶୀନଗର ଭାବରେ ପରିଚିତ ଓ ପ୍ରସିଦ୍ଧି କୁ ଆସିଲା । 1876 ମସିହା ରୁ 20 ତମ ଶତାବ୍ଦୀ ର ପ୍ରାରମ୍ଭ ଯାଏ ବିହୀନନା ସମୟ ରେ ପ୍ରତ୍ନତତ୍ଵ ଖନନ ପରେ ସ୍ତୂପ ଓ ଅନନ୍ୟ ଗୃହ ସବୁ ଅବିଷ୍କୃତ ହେଲା । 20 ତମ ଶତାବ୍ଦୀ ରେ ଏଇତିହାସିକ ଭୋଗେଲ[୫] ଏ ଦିଗ ର ଭୂ ଉଦ୍ୟମ କରି ବୌଦ୍ଧ ଭଗ୍ନାବଶେଷ ସବୁ ଉଦ୍ଧାର କରିଥିଲେ ।
1903 ମସିହା ରେ ବର୍ମା ର ବୌଦ୍ଧ ସନ୍ଥ ଏଠାକୁ ଆସି ମହାପରିନିର୍ବାଣ ମନ୍ଦିର କୁ ରହଣି ମନ୍ଦିର ଭାବରେ ରଖିଲେ ।
ସ୍ଵାଧୀନତା ପରେ 1994 ରେ କୁଶୀନଗର ଏକ ଜିଲ୍ଲା ର ମାନ୍ୟତା ପାଇଲା ।[୬]
ଗୌତମ ବୁଦ୍ଧ ଙ୍କ ମୃତ୍ୟୁ ଓ ପରିନିର୍ବାଣ ସ୍ଥଳ
1896 ରେ ୱେଦାଳ ନାମକ ହିତିହାସ ବିଷାରଦ ବୁଦ୍ଧ ଙ୍କ ପରିନିର୍ବାଣ ରାମପୁରା ନାମକ ସ୍ଥାନ ରେ ହେଇଥିଲା ବୋଲି ମତଦେଇଥିଲେ । କିନ୍ତୁ ମହାପରିନିର୍ବାଣ ସତ୍ତ ଅନୁସାରେ ବୁଦ୍ଧ କୁଶୀନଗର କୁ ଯାତ୍ରା କରିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ପରେ ସମାଧି ଦିଆ ଯାଇଥିଲା । ଆଧୁନିକ ପ୍ରତ୍ନତାତ୍ଵିକ ପ୍ରମାଣ ଅନୁସାରେ ଅଧୁନା କାଶିଆ ନାମକ ସ୍ଥାନ ରେ ବୁଦ୍ଧ ଙ୍କ ପରଲୋକ ହେଇଥିଲା । .[୭][୮][୯][୧୦]
ଅଶୋକ ଏଠାରେ ସ୍ତୂପ ଓ ତୀର୍ଥ ସ୍ଥଳ ର ନିର୍ମାଣ କରେଇ ଥିଲେ । [୧୧] ଗୁପ୍ତ ରାଜୁତି ସମୟ ରେ ଏହାର ପରିବର୍ଦ୍ଧନ ହେଇଥିଲା ଓ ଢଳିତ ବୁଦ୍ଧ ମୂର୍ତି ସ୍ଥାପନ ହେଇଥିଲା । [୧୨][୧୩] 1200 ମସିହା ପରେ ଏଠାରୁ ବୌଦ୍ଧ ଧର୍ମାବଲମ୍ବୀ ମାନେ ମୁସଲମାନ ଆକ୍ରମଣ ଯୋଗୁ ପଳାଯନ କରିଥିଲେ । d.[୧୪][୧୫] 1900 ମସିହା ପରେ ବ୍ରିଟିଶ ପ୍ରତ୍ନତତ୍ଵବିଦ ମାନେ ଏଠାରେ 1500 ବର୍ଷ ପୁରାତନ ବୌଦ୍ଧ ମୁଠି ଓ ଚିତ୍ର ଉଦ୍ଧାର କରିଥିଲେ । [୧୩][୧୬][୧୭] ସେହିଦିନ ରୁ ପୁଣି ଏହା ବୁଦ୍ଧ ଧର୍ମ ର ଏକ ମୁଖ୍ୟ ତୀର୍ଥ ଭାବେ ରହିଛି । .[୧୮][୧୯] ଖନନ ବେଳେ ଏହି ଅଞ୍ଚଳ 3 ମ ଶତାବ୍ଦୀ ରେ ମଧ୍ୟ ତୀର୍ଥ ସ୍ଥଳ ଭାବେ ଥିବାର ଜଣା ଯାଏ । [୧୮]
ଭୋଗୋଳିକ ସ୍ଥିତି
କୁଶୀନଗର ଜାତୀୟ ରାଜପଥ 28 ର ଗୋରଖପୁର ଠାରୁ 53 କିଲୋମିଟର ଦୂର ରେ latitude 26° 45´ N and 83° 24´ E.[୨୦][୨୧] ମଧ୍ୟ ରେ ଅବସ୍ଥିତ । କାଶିଆ ଆଞ୍ଚଲ ରେ ବିମାନ ସେବା ମଧ୍ୟ ରହିଛି । .[୨୦]
ପର୍ଯ୍ୟଟନ
- ↑ W. Owen Cole, Peggy Morgan Six Religions in the Twenty-First Century 2000 - Page 204 "Kushinara.
- ↑ ୨.୦ ୨.୧ "Kushinagar". official government website of Kushinagar.
- ↑ ୩.୦ ୩.୧ "Kushinagar City Census". census2011.
- ↑ Census of India: Population Finder, http://censusindia.gov.in/PopulationFinder/View_Village_Population.aspx?pcaid=1249&category=N.P.
- ↑ J. Ph. Vogel, “Some Buddhist Monasteries in Ancient India,” Journal of the Ceylon branch of the Royal Asiatic Society 1 (1950): pp. 27-32
- ↑ "Kushinagar History". kushinagar.nic.in.
- ↑ United Nations (2003).
- ↑ Kevin Trainor (2004).
- ↑ Elizabeth Lyons; Heather Peters; Chʻeng-mei Chang (1985).
- ↑ Huntington, John C (1986), "Sowing the Seeds of the Lotus" (PDF), Orientations, September 1986: 47, archived from the original (PDF) on Nov 28, 2014
- ↑ Akira Hirakawa; Paul Groner (1993).
- ↑ Gina Barns (1995).
- ↑ ୧୩.୦ ୧୩.୧ Robert Stoddard (2010).
- ↑ Richard H. Robinson; Sandra Ann Wawrytko; Ṭhānissaro Bhikkhu (1996).
- ↑ Mark Juergensmeyer; Wade Clark Roof (2011).
- ↑ Asher, Frederick (2009).
- ↑ Himanshu Prabha Ray (2014).
- ↑ ୧୮.୦ ୧୮.୧ Lars Fogelin (2015).
- ↑ Lars Fogelin (2006).
- ↑ ୨୦.୦ ୨୦.୧ "Kushinagar geography". kushinagr.nic.in.
- ↑ "Kushinagar". onefivenine.
As of 2011 India census, Kushinagar had a population of 22,214,[୧][୨] with 3462 households. Males constitute 52% (11,502 Men) of the population and females 48% (10,712 Women). Kushinagar has an average literacy rate of 78.43%, higher than the national average of 74%, male literacy is 85%, and female literacy is 72%. In Kushinagar, 11% of the population is under 10 years of age. Schedule Caste (SC) constitutes 5.03% while Schedule Tribe (ST) were 2.39% of total population in Kushinagar Nagar Panchayat.[୧]
- Buddha Post Graduate College, Kushinagar
- Buddha Intermediate College, Kushinagar
ଗେଲେରୀ
-
Mahasukhamdada Chin Thargyi Pagoda of the Burmese Temple
-
Wat Thai Temple
-
Buddha Relic Distribution Site
ଆଧାର ସମୂହ
- ↑ ୧.୦ ୧.୧ "Kushinagar City Census". census2011.
- ↑ Census of India: Population Finder, http://censusindia.gov.in/PopulationFinder/View_Village_Population.aspx?pcaid=1249&category=N.P.