ମେହେରଗଡ ଫୋର୍ଟ ,
ମେହେରଗଡ ଫୋର୍ଟ (Hindi: मेहरानगढ़ का दुर्ग) (Sindhi: مهراڻ ڳڙهه ),ଭାରତୀୟ ରାଜ୍ୟ ରାଜସ୍ଥାନ ର ଜୋଧପୁର ଠାରେ ଅବସ୍ଥିତ ଭାରତ ର ସର୍ବ ବୃହତ ଦୁର୍ଗ । ଏହା 1480 ମସିହା ରେ ରାଓ ଯୋଧା ଙ୍କ ଦ୍ଵାରା ନିର୍ମିତ ହେଇଥିଲା । ଏହା ସହର ଠାରୁ 410 ଫୁଟ ଉପରେ ଅବସ୍ଥିତ ଓ ବିଶାଳ କାୟ ପ୍ରାଚୀର ଦ୍ଵାରା ଅବଦ୍ଧ । ଏହା ମଧ୍ୟ ରେ ସୂକ୍ଷ୍ମ କରୁକର୍ଜ୍ୟ ବିଶିଷ୍ଟ ଖୋଦେଇ ସହ ଅନେକ ପ୍ରସାଦ ସମୂହ ରହିଛି । ଏକକ ଗୋଳେଇ ପାଉଞ୍ଚ ରାସ୍ତା ସହର ରୁ ଏହା ଊପରକୁ ଯିବା ପାଇଁ ରହିଛି । ଏହି ଦୁର୍ଗ ର ବାମ କୁ କିରାଟ ସିଂହ ନାମକ ସୈନ୍ୟ ଙ୍କ ସ୍ମାରକୀ ରହିଛି ।
ଦୁର୍ଗ ଭିତର କୁ ଯିବାକୁ 7 ଟି ଗେଟ ରହିଛି । ଏହା ମଧ୍ୟ ରୁ ମହାରାଜା ମାନ ସିଂହ ତିଆରି କରିଥିବା ଜୟପୋଲ ( victory gate) ମଧ୍ୟ ଅନ୍ୟତମ ।ମହାରାଜା ଅଜିତ ସିଂ ନିର୍ମାଣ କରିଥିବା ଫତେହପୋଲ ମଧ୍ୟ ମହାରାଜା ଙ୍କ ମୋଗଲ ମାନଙ୍କ ଉପରେ ବିଜୟ ମନେଇବାକୁ ନିର୍ମିତ ହେଇଥିଲା । ଏଠାରେ ସେ ଦେଇଥିବା ହାତ ର ଛପା ଏବେ ମଧ୍ୟ ରହିଛି ।
ମେହେରାନଗଡ ଦୁର୍ଗ ଭିତରେ ଥିବାଥିବା ମିଉଜିଅମ ରାଜସ୍ଥାନ ର ସବୁଠୁ ବେସୀ ପ୍ରାଚୀନ କୀର୍ତି ରେ ଭର୍ତି ଥିବା ମିଉଜିଆମ । 1730 ମସିହା ରେ ମହାରାଜା ଜିତି ଥିବା ପାଳଙ୍କି , ଅସ୍ତ୍ର ଶସ୍ତ୍ର ସବୁ , ପ୍ରାଚୀନ କାଳ ର ପୋଷାକ , ଅଙ୍କିତା ଚିତ୍ର ଓ ଅନ୍ୟ ଦୁର୍ଲଭ ଏଇତିହାସିକ ଦ୍ରବ୍ଯ ସବୁ ଏଠାରେ ରହିଛି ।
ଇତିହାସ
ରାଓ ଯୋଧା ଯୋଧପୁର କୁ 1459 ମସିହା ରେ ଏକ ରାଜପୁତ ରାଜ୍ୟ ହିସାବ ରେ ସ୍ଥାପନ କରିଥିଲେ । ସେ ରଣମଳ ଙ୍କ 24 ଜଣ ପୁତ୍ର ଙ୍କ ମଧ୍ୟ ରୁ ଜଣେ ଥିଲେ ଓ ପଞ୍ଚଦଶତମା ରାଠୋର ଶାସକ ଥିଲେ । ସେ ତାଙ୍କର ପୁରାତନ ମନାଦୋର ଦୁର୍ଗ ରୁ ଜୋଧପୁର ଠାରେ ନିର୍ମିତ କରିଥିବା ଏହି ମେହେରଗଡ ଦୁର୍ଗ କୁ ତାଙ୍କର ଆବାସ ଉଠେଇ ଆଣିଥିଲେ ।
ରାଓ ଯୋଧା ତାଙ୍କର ସେନା ଙ୍କୁ ନେଇ ତତ୍ କାଳୀନ ମେବାର ସେନାବାହିନୀ କୁ ପରାସ୍ତ କରି 1459 [୧]ରେ ପାହାଡ ଉପରେ ଏହି ଦୁର୍ଗ ସ୍ଥାପନ କାର୍ଯ୍ୟ ଆରମ୍ଭ କରିଥିଲେ ।
ମେହେରଗଡ ଦୁର୍ଗ ର ଗେଲେରୀ
ହାତୀ ହାୱଦା
ପାଳଙ୍କି
ସେହି ସମୟ ରେ ପାଳଙ୍କି ରାଜକୀୟ ମହିଳା ମାନେ ଯାତାୟାତ କରିବାର ଏକ ମାଧ୍ୟମ ଥିଲା । ଏହି ବ୍ୟବସ୍ଥା 20 ଶ ଶତାବ୍ଦୀ ର ଦ୍ଵିତୀୟର୍ଦ୍ଧ ଯାଏ ପ୍ରଚଳିତ ଥିଲା । ଏଥିରେ ରାଜା ଓ ବିଶିଷ୍ଟ ଅତିଥି ମାନେ ମଧ୍ୟ ଯାତ୍ରା କରୁଥିଲେ । ପାଳଙ୍କି କୁ ହାତୀ ଉପରେ ଲଗା ଯାଏ ବା ତାକୁ ଭୃତ୍ୟ ମାନେ ବହନ କରି ନଉଥିଲେ ।
Paintings
ଚାମୁଣ୍ଡା ମାତାଜୀ ମନ୍ଦିର
ଚାମୁଣ୍ଡା ମାତାଜୀ ଯୋଧପୁର ର ପ୍ରତିଷ୍ଠାତା ରାଜା ରାଓ ଯୋଧା ଙ୍କ ଆରାଧ୍ୟା ଦେବୀ ଥିଲେ । ସେ 1460 ମସିହା ରେ ମାଁ ଚାମୁଣ୍ଡା ଙ୍କ ମୂର୍ତି ଆଣି ମେହେରଗଡ ରେ ସ୍ଥାପନା କରିଥିଲେ ।
ରାଓ ଯୋଧା ମରୁଭୁମି ପ୍ରସ୍ତର ପାର୍କ
ରାଓ ଯୋଧା ମରୁଭୁମି ପ୍ରସ୍ତର ପାର୍କ 72 ଏକର ପରିମିତ ସ୍ଥାନ ରେ ବ୍ୟାପ୍ତ ଏକ ପାର୍କ । ଏଠାରେ ପରିବେଶିକ ଭାବରେ ଉଦ୍ଧହର କରାଯାଇଥିବା ମରୁ ଉଦ୍ୟାନ ରହିଛି ।[୨][୩] ଏହା 2006 ମସିହା ରେ ସ୍ଥାପନ ହେଇଥିଲା ।
2008 ଦଳା ଚକଟା ଦୁର୍ଘଟଣା
ମେହେରଗଡ ଚାମୁଣ୍ଡା ଦେବୀ ମନ୍ଦିର ଭିତରେ 2008 ମସିହା ରେ ଦଳା ଚକଟା ଦୁର୍ଘଟଣା ହେଇ 249 ଜଣ ଭକ୍ତ ଙ୍କ ଦେହାନ୍ତ ଓ 400 ରେ ବେସୀ ଆହତ ହେଇଥିବା ଏହି ଦୁର୍ଗ ଇତିହାସ ରେ ଏକ ଦୁଖଡ ଘଟଣା । .[୪]
ସଂସ୍କୃତି
ଦୁର୍ଗ ରେ ପର୍ଯ୍ୟଟକ ଙ୍କ ଚିତ୍ତ ବିନୋଦନ ପାଇଁ ଲୋକ କଳାକାର ମାନେ ଲୋକ ସଂଗୀତ ପରିବେଷଣ କରିଥାନ୍ତି । ଏହା ଏଠାରେ ଥିବା ମିଉଜିଆମ ,ହସ୍ତତନ୍ତ୍ର ମେଳା , ରେଷ୍ଟୁରାଣ୍ଟ ରେ ମଧ୍ୟ ପ୍ରଚଳିତ ।[୫] ଏଠାରେ2012 ରେ ଇଂରେଜୀ ଫିଲ୍ମ The Dark Night Rises[୬][୭][୮] ର ଶୁଟିଙ୍ଗ ହେଇଥିଲା । "ଆୱାରାପନ " [୯]ନାମକ ହିନ୍ଦୀ ଫିଲ୍ମ ର ଶୁଟିଙ୍ଗ ମଧ୍ୟ 2015 ରେ ଏଠାରେ ହେଇଥିଲା । ଆମେରିକୀୟ ନିର୍ଦେଶକ ଙ୍କ junun ନାମକ ସଂଙ୍ଗୀତ ଆଲବମ ଥାଇ ଡକୁମେଣ୍ଟାରି ମଧ୍ୟ ଏଠାରେ ନିର୍ମିତ ହେଇଥିଲା । [୧୦][୧୧]
ପୁନଶ୍ଚ ଦେଖନ୍ତୁ
- Jaswant Thada
- Jodhpur State
- Mandore
- Balsamand Lake
- Kaylana Lake
- Ghanta Ghar (Jodhpur)
- Gangaur
ନୋଟ ସମୂହ
- ↑ Mehrangarh Fort-Jodhpur
- ↑ "Reclaiming the desert". The Hindu (in Indian English). 2014-07-30. ISSN 0971-751X. Retrieved 2016-09-04.
{{cite news}}
: More than one of|ISSN=
and|issn=
specified (help); More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑ 2008 Stampede at Chanmunda Devi Temple in Mehrangarh Fort Sep 30, 2008
- ↑ "The Fantastic 5 Forts: Rajasthan Is Home to Some Beautiful Forts, Here Are Some Must-See Heritage Structures". DNA : Daily News & Analysis. 28 January 2014. Retrieved 5 July 2015.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)
ପୁନଶ୍ଚ ପଠନ Further reading
ବାହ୍ୟ ସଂଯୋଗ ସବୁ
- Mehrangarh Museum Trust
- Website for Mehrangarh Fort in Jodhpur - Mehrangarh Fort Information
- Mehrangarh Fort, Rajasthan Tourism