ଲାକ୍ଷ୍ୟାଦ୍ୱୀପ ସମୁଦ୍ର
ଲାକ୍ଷ୍ୟାଦ୍ଵୀପ ସମୁଦ୍ର , ଏକ ସମୁଦ୍ର ଜଳ ର ଅଞ୍ଚଳ ଯାହା ଭାରତ ( ଲକ୍ଷ୍ୟାଦ୍ଵୀପ ଦ୍ଵିପ ସମୂହ ସହ ), ଶ୍ରୀଲଙ୍କା ଓ ମାଲଦ୍ଵୀପ ତଟ କୁ ଲାଗିଥିବା ଅଞ୍ଚଳ କୁ ନେଇ ଅଛି । ଏହା ଭାରତୀୟ ରାଜ୍ୟ କେରାଲା ର ପଶ୍ଚିମ ଦିଗ ରେ ଅବସ୍ଥିତ । ଏହି ସମୁଦ୍ର ଜଳ ବର୍ଷସାରା ସ୍ତିର ଓ ଉଷ୍ମ ରହିଥାଏ ଏବଂ ଏହା ସାମୁଦ୍ରିକ ଜୈବ ସମ୍ପଦ ରେ ଭରପୁର ଥାଏ । ଗଲ୍ଫ ଅଫ ମାନ୍ନାର ଏହାର ଏକ ଅଂଶ ବିଶେଷ ଓ କେବଳ ଏହି ଗଲ୍ଫ ରେ 3,600 ପ୍ରକାର ସାମୁଦ୍ରିକ ଜୈବ ରହିଥିବାର ଜଣାଯାଏ। ଏହାର ଟଟବର୍ତୀ ଇଲାକା ରେ ଅଞ୍ଚଳ ରେ ତ୍ରୀଭାନ୍ଦ୍ରମ, କୋଚି , କଲମ୍ବୋ , କୁଇଲନ , ମାଲେ ପାରି ମୁଖ୍ୟ ସହର ରହିଛି ।
ପରିବ୍ୟାପ୍ତି
ଅନ୍ତର୍ଜାତିକ ହାଇଡ୍ରାଗ୍ରାଫିକ ସଂଗଠନ ଲାକ୍ଷ୍ୟାଦ୍ଵୀପ ସମୁଦ୍ର ର ପରିସୀମା କୁ ଏହିପରି ବର୍ଣନା କରନ୍ତି , [୧]
ପଶ୍ଚିମ ଦିଗରେ ଏହା ର ଅବସ୍ଥିଟି (14°48′N 74°07′E / 14.800°N 74.117°E) ଓ (13°42′N 72°10′E / 13.700°N 72.167°E)
ଜଳତତ୍ଵ
ଏଠାରେ ସମୁଦ୍ର ଜଳ ବର୍ଷ ସାରା ୨୬ ରୁ୨୮ ଡିଗ୍ରୀ ଯାଏ ରହିଥାଏ । ଶୀତକାଳୀନ ସମୟ ରେ ଏହା ସାମାନ୍ୟ କମ ହେଇ ୨୫ ଡିଗ୍ରୀ ଯାଏ ଆସେ । ଲବଣାଂଶ ମଧ୍ୟ ଓ ଉତ୍ତରାଞ୍ଚଳ ରେ ସ୍ଥଳ ରେ ୩.୪ % ଥିବା ବେଳେ ଦକ୍ଷିଣାଞ୍ଚଳ ଏହା ୩.୫୫ % ରହିଥାଏ । ଏହାର ବେଳାଭୂମି ଅଞ୍ଚଳ ବାଲୁକାପୁର୍ଣ ଥିବାବେଳେ ଗଭୀର ଅଞ୍ଚଳ କର୍ଦମାକ୍ତ ରହେ । ଏହା ମଧ୍ୟ ରେ ବହୁ ସଂଖ୍ୟା ରେ କୋରାଲ ରିଫ ଦେଖା ଯାଏ ।ଲାକ୍ଷ୍ୟାଦ୍ଵୀପ ଦ୍ବୀପପୁଞ୍ଜ ଅଞ୍ଚଳ ରେ ୧୦୫ ପ୍ରକାର ର କୋରାଲ ପ୍ରଜାତି ଦେଖାଯାଏ । .[୨][୩][୪]
Fauna and human activities
ଗଲ୍ଫ ଅଫ ମାନ୍ନାର ମୁକ୍ତା ଆହରଣ ପାଇଁ ବିଖ୍ୟାତ । ଏଠାରେ Pinctada radiata ଏବଂ Pinctada fucata ପ୍ରଜାତି ର ମୁକ୍ତା ବିଗତ ୨୦୦୦ ବର୍ଷ ଧରି ମିଳୁଥିବା ଉଲ୍ଲେଖ ରହିଛି । Pliny the Elder (23–79) ଲେଖା ରେ ଏଠାକାର ମୁକ୍ତ କୁ ସବୁଠାରୁ ଉତ୍ତମ ଓ ପର୍ଯ୍ୟାପ୍ତ ବୋଲି କୁହାଯାଇଛି । [୫][୬] ବର୍ତମାନ ବିଶ୍ଵ ର ବିଭିନ୍ନ ଅଞ୍ଚଳ ରେ ପ୍ରକୃତିକ ମୁକ୍ତା ଆହରଣ ବ୍ୟୟବହୁଳତା ଯୋଗୁ ଏହା ବନ୍ଧ ହେଇ ଯାଇଥିବା ବେଳେ ମାନ୍ନାର ରେ ଏହାର ଆହରଣ ତଥାପି ସମ୍ଭବ ହେଇଆସୁଛି । [୭][୮] ଏଠାରୁ ବହୁଳ ପରିମାଣ ରେ ଶଙ୍ଖ ମଧ୍ୟ ଆହରଣ ହେଇଥାଏ । [୭] [୯][୧୦]
ଏହି ଅଞ୍ଚଳ ରେ ବହୁଳ ପରିମାଣ ର ମାଛ ଧରା ଯାଇଥାଏ । ଏଠାରେ ବାର୍ଷିକ ୨,୦୦୦ ରୁ ୫,୦୦୦ ଟନ ମାଛ ଧରାଯାଇଥାଏ । ଏହା ମଧ୍ୟ ରେ ଟୁନା , ଶାର୍କ , ଅଚେଲାଟା ,ଚିଙ୍ଗୁଡି ଆଦି ପ୍ରଧାନ । [୨][୧୧]
References
- ↑
{{cite web}}
: Empty citation (help) - ↑ ୨.୦ ୨.୧ V. M. Kotlyakov, ed. (2006).
- ↑ Coral Reefs of India: Review of Their Extent, Condition, Research and Management Status by Vineeta Hoon, Food and Agriculture Organisation of the United Nations
- ↑ Status of Coral Reefs of India.
- ↑ Arnold Wright (1999). Twentieth century impressions of Ceylon: its history, people, commerce, industries, and resources. p. 227. ISBN 81-206-1335-X.
- ↑ James Hornell (2009). The Indian Pearl Fisheries of the Gulf of Manar and Palk Bay. BiblioBazaar. p. 6. ISBN 1-110-87096-5.
- ↑ ୭.୦ ୭.୧ ICSF p. 27
- ↑ Michael O'Donoghue (2006). Gems: their sources, descriptions and identification. Butterworth-Heinemann. p. 566. ISBN 0-7506-5856-8.
- ↑ Taxa reported from regions in Indo-Arabia – see Maldives, Laccadive islands
- ↑ R. Raghu Prasad; P. V. Ramachandran Nair (1973). "India and the Indian Ocean Fisheries" (PDF). Journal of the Marine Biological Association of India. 15: 1–19.
- ↑ T. R. McClanahan; Charles R. C. Sheppard; David O. Obura (2000). Coral reefs of the Indian Ocean: their ecology and conservation. Oxford University Press. p. 305. ISBN 0-19-512596-7.