ମାନ୍ନାର ଗଲ୍ଫ
ମାନ୍ନାର ଗଲ୍ଫ , ଭାରତ ମହାସାଗର ରେ ଅବସ୍ଥିତ କରମଣ୍ଡଳ ତଟ ଅଞ୍ଚଳ ରେ ଅବସ୍ଥିତ ଏକ ଗଲ୍ଫ । ଏହି ଅଞ୍ଚଳ ରେ ମାନ୍ନାର ଦ୍ଵିପ ସମେତ ଅନେକ ଗୁଡିଏ କ୍ଷୁଦ୍ର ଦ୍ଵିପ ଓ ଆଦାମସ ବ୍ରିଜ କୁହାଯାଉଥିବା କୋରାଲ ରିଫ ଏହି ମାନ୍ନାର ଗଲ୍ଫ କୁ ପାଳ୍କ ପ୍ରଣାଳୀ ରୁ ବିଚ୍ଛିନ୍ନ କରିଥାଏ । ଏହି ପ୍ରଣାଳୀ ଭରତ ଓ ଶ୍ରୀଲଙ୍କା ର ମଧ୍ୟ ଅଞ୍ଚଳ ରେ ଅବସ୍ଥିତ । ଭାରତ ର ଥାମୀରାବରଣୀ ନଦୀ ଓ ଶ୍ରୀଲଙ୍କା ର ମଳଭାଠୁ ଓୟା ( ନଦୀ ) ର ଶାଖା ନଦୀ ସବୁ ଏଠାରେ ତାଙ୍କର ଜଳ ନିଷ୍କାରଣ କରିଥାଆନ୍ତି ।
ପରିବେଶ ରକ୍ଷଣ
ସାମୁଦ୍ରିକ ଅଭୟାରଣ୍ୟ
ଭାରତ ଉପମହାଦେଶ ର ସର୍ବାପେକ୍ଷ୍ୟା ଦକ୍ଷିଣ ରେ ଅବସ୍ଥିତ ଏହି ଗଲ୍ଫ ଅଫ ମାନ୍ନାର ରେ ୩ ,୬୦୦ ଭିନ୍ନ ପ୍ରଜାତି ର ଜୀବଜନ୍ତୁ ଓ ବୃକ୍ଷରାଜି ରହିଥିବାର ଜଣାଯାଏ । ଏହାଏସିଆ ମହାଦେଶ ର ଏକ ମୁଲ୍ୟବାନ ପ୍ରକୃତିକ ଜୈବ ସମ୍ପଦଭରା ଅଞ୍ଚଳ । ଏଠାରେ ୧୧୭ ପ୍ରଜାତି ର କଠିଣ କୋରାଲ ଥିବାର ପଞ୍ଜୀକୃତ ହେଇଛି । ସମୁଦ୍ର କଚ୍ଛପ , ଶାର୍କ ,ଡଲଫିନ ଆଦି ଏଠାରେ ଦେଖା ଯାନ୍ତି । କିନ୍ତୁ ଏହା ନିକଟରେ ଥିବା ୪୭ ଟି ଗ୍ରାମ ରେ ଥିବା ୫୦,୦୦୦ ଲୋକଙ୍କ ଦ୍ଵାରା ଏହି ସାମୁଦ୍ରିକ ସମ୍ପଦ ର ବହୁଳ ଆହରଣ ଦ୍ଵାରା ଏହି ପ୍ରକୃତିକ ଜୈବ ସମ୍ପଦ ର ଅବକ୍ଷୟ ଦ୍ରୁତ ଗତି ରେ ଘଟୁଥିବାରୁ ତାହା ପରିବେଶବିଦ ମାନଙ୍କପାୟନ ଚିନ୍ତା ର କାରଣ ହେଇଛି । ଏଠାରେ ଆଗରୁ ପ୍ରଚୁର ପରିମାଣ ରେ ମିଳୁଥିବା ସାମୁଦ୍ରିକ ମାଛ ସହିତ ମୁକ୍ତା ଥିବା ଶାମୁକା , ଗୋର୍ଗୋନୀୟାନ କୋରାଲ ଇତ୍ୟାଦି ର ପରିମାଣ କମି ଯାଉଛି । ଏଠାରେ ସ୍ଥାନୀୟ ଅଧିବାଶୀ ଙ୍କ ମୁଖ୍ୟ ଜୀବିକା ସାମୁଦ୍ରିକ ପଦାର୍ଥ ର ଆରହଣ ଓ ବିକ୍ରୟ ହେଇଥିବା ବେଳେ ଏବେ ଡଲଫିନ ,ୱ୍ହେଳ ମାଛ , ସମୁଦ୍ର କକୁମ୍ବର ସବୁ ବିଲୁପ୍ତପ୍ରାୟ ଅବସ୍ଥା କୁ ଆସିଗଲାଣି ।
୧୯୮୬ ରୁ ତାମିଲନାଡୁ ତଟ ବର୍ତି ତୁଥୁକୋଡି ଓ ଧନୁଷ୍କୋଡି ମଧ୍ୟରେ ଅବସ୍ଥିତ ୨୧ ଟି ଦ୍ଵିପ ଅଞ୍ଚଳ କୁ ଗଲ୍ଫ ଅଫ ମାନ୍ନାର ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇ ଏହି ପାର୍କ ଓ ଏହା ଚାରିପଟେ ୧୦ କିଲୋମିଟର ଅଞ୍ଚଳ କୁ ୧୯୮୯ ମସିହା ରୁ ସଂରକ୍ଷିତ ଜୈବମଣ୍ଡଳ ଘୋଷଣା କରାଯାଇଛି ।
ସଂରକ୍ଷିତ ଜୈବମଣ୍ଡଳ
ଗଲ୍ଫ ଅଫ ମାନ୍ନାର ସାମୁଦ୍ରିକ ଅଭୟାରଣ୍ୟ ର ଜୈବମଣ୍ଡଳ ୧୦,୫୦୦ ବର୍ଗ କିଲୋମିଟର ଅଞ୍ଚଳ ରେ ବ୍ୟାପ୍ତ । ଏହି ଅଞ୍ଚଳ ରେ ସମୁଦ୍ର ବେଳାଭୂମି ସମେତ ଶୁଷ୍କ ଜଙ୍ଗଲ , ସମୁଦ୍ର ନିକଟସ୍ଥ ତୃଣଭୂମି , କୋରାଲ ଋଫସମୁହ ଲବଣ ସଂଗ୍ରହାଳୟ ଓ ସମୁଦ୍ରତଟ ଜଙ୍ଗଲ ଅନ୍ତର୍ଭୁକ୍ତ । .[୧]
Marine activities
ଆଧାର ସମୂହ
- ↑ UNDP Project brief: "Conservation and Sustainable-use of the Gulf of Mannar Biosphere Reserve's Coastal Biodiversity", New York, 1994 UNDP Project Brief