Jump to content

ସୁଦୀପ ତ୍ୟାଗୀ

ଉଇକିପିଡ଼ିଆ‌ରୁ
୧୫:୩୬, ୩୧ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Sudeep Tyagi") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ସୁଦୀପ ତ୍ୟାଗୀ ( ଜନ୍ମ ୧୭  ସେପ୍ଟେମ୍ବର , ୧୯୮୯  )  ଜଣେ ଭାରତୀୟ ଅନ୍ତର୍ଜାତିକ କ୍ରିକେଟ ଖେଳାଳି । ସେ ଜଣେ ମଧ୍ୟମ ଗତି ଦ୍ରୁତ ବୋଲର ହେବା ସହ ତଳ ଅଡର ର ଜଣେ ଉପଯୋଗୀ ବେଟସମେନ ।ସେ ଉତ୍ତର ପ୍ରଦେଶ ତରଫ ରୁ ଘରେଇକ କ୍ରିକେଟ ହେଳିଥାନ୍ତି ଓ ଆଇପିଏଲ ରେ ଚେନ୍ନଇ ସୁପର କିଙ୍ଗ ତରଫ ରୁ ଖେଳିଥିଲେ । ତାଙ୍କୁ ଭାରତୀୟ ଜାତୀୟ ଦଳ ର ଭବିଷ୍ୟତ ର ଦ୍ରୁତ ବୋଲର କୁହାଯାଏ ।  

ସେ ଉତ୍ତର ପ୍ରଦେଶ ପାଇଁ ୨୦୦୭-୦୮ ସିଜନ ରେ ପ୍ରଥମେ ରଣଜୀ ଟ୍ରଫି ଖେଳିଥିଲେ ।ଏହି ପ୍ରଥମ ମେଚ ରେ ସେ ଓଡିଶା ବିରୁଦ୍ଧ ରେ ୬ ଟି ୱିକେଟ ନେଇଥିଲେ । ତାଙ୍କର ପ୍ରଥମ ସିଜନ ରେ ସେ ୪୧ ଟି ୱିକେଟ ନେଇ ଚୟଙ୍କରତା ଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ସେ ୨୦୦୮-୦୯ ସିଜନ ରେ ଆହତ ହେବା କାରଣ ରୁ ଖୁବ କମ ମେଚ ଖେଳି ପାରିଥିଲେ । କିନ୍ତୁ ୨୦୦୯ ଆଇପିଏଲ ରେ ସେ ଖୁବ ଭଲ ପ୍ରଦର୍ଶନ ଦେଇଥିଲେ । ସେ ଭାରତୀୟ ଉଦୀୟମାନ ଖେଳାଳି ଙ୍କୁ ନେଇ ଗଠିତ ଏକ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ ରେ ଯାଇ ସେଠାରେ ଅଷ୍ଟ୍ରେଲିଆ , ଦକ୍ଷିଣ ଆଫ୍ରିକା , ଓ ନିଉଜିଲାଣ୍ଡ ଦଳ ବିପକ୍ଷ ରେ ଚମତ୍କାର ପ୍ରଦର୍ଶନ କରି ୬ ଟି ମେଚ ରେ ୧୮ ଟି ୱିକେଟ ନେଇଥିଲେ ।  

ସୁଦୀପ ତ୍ୟାଗୀ ତାଙ୍କର ପ୍ରଥମ ଅନ୍ତର୍ଜାତିକ ପଦାର୍ପଣ ଭାରତ- ଶ୍ରୀଲଙ୍କା ସିରିଜ ଏକଦିବସୀୟ ସିରିଜ ର  ପଞ୍ଚମ ମେଚ ରେ କରିଥିଲେ । ଭାରତ ପ୍ରଥମେ ବୋଲିଂ କରିବାରୁ ତ୍ୟାଗୀ ବୋଲିଂ କରି ଗୋଟିଏ ୱିକେଟ ନେଇଥିଲେ । କିନ୍ତୁ ପିଚ ଆର୍ଦ୍ର ଥିବା ହେତୁଅ aଆମ୍ପୟାର ମାନେ ମେଚ କୁ ବାତିଲ କରିଦେଇଥିଲେ ।