ସାଂଲା, ଭାରତ
ସଂଲା , ଭାରତୀୟ ରାଜ୍ୟ ହିମାଚଳପ୍ରଦେଶ ର କିନ୍ନୌର ଜିଲ୍ଲା ରେ ଏକ ଶୈଳ ନିବାସ ଗ୍ରାମ । ଏହା ତିବତ ସିମାଞ୍ଚଳ ରେ ଅବସ୍ଥିତ ।
ଭୌଗୋଳିକ ସ୍ଥିତି
ସାଂଲା ଉପତ୍ୟକା ବା ବାଷ୍ପା ଉପତ୍ୟକା କରଚେନ ଠାରେ ଆରଭ ହେଇ ଚିଟକୁଳ ଠାରେ ଶେଷ ହେଇଥାଏ । ଏହି ଉପତ୍ୟକା ରେ ସାଂଲା ଏକ ମୁଖ୍ୟ ସହର । ସାଂଲା ରେ ପେଟ୍ରୋଲ ପମ୍ପ , ମଧ୍ୟମ ଧରଣ ହୋଟେଲ ,ATM ସେବା , ପୋଷ୍ଟ ଅଫିସ , ରେଷ୍ଟୁରାଣ୍ଟ ଆଦି ସମସ୍ତ ସୁବିଧା ଉପଲବ୍ଧ । ଏହି ସହର ର ଚାରିପଟେ ଜଙ୍ଗଲ ଭରା ରହି ପର୍ବତ ଉପରୁ ଦିଶୁଥିବା ଦୃଶ୍ୟ ପ୍ରଦାନ କରେ । ଚୀନ ଓ ତିବତ ର ସୀମା ନିକଟ ରେ ଥିବା ଯୋଗୁଁ ଏହି ଉପତ୍ୟକା କୁ ପର୍ଯ୍ୟଟକ ମାନେ ଯିବା ପାଇଁ ସ୍ଵତନ୍ତ୍ର ଅନୁମତି ଦରକାର ହାଉଥିଲା ।
ସାଂଲା ଉପତ୍ୟକା ଦେଇ ବାଷ୍ପା ନଦୀ ପ୍ରବାହିତ ହୁଏ। ଏଠାରେ ଏପଲ ବଗିଚା , କାଜୁ ବଗିଚା ବହୁ ପରିମାଣ ରେ ଥାଏ ।
ଦର୍ଶନୀୟ ସ୍ଥାନ ସବୁ
ସାଂଲା ନିକଟ ରେ 'ଗ୍ରେଟ ହିମାଳୟ କାମରୁ ଫୋର୍ଟ ' ନାମରେ ଏକ ଦୁର୍ଗ ଥିବା ସହ , ମାତା ଦେବୀ ମନ୍ଦିର ଓ ବେଅରିଙ୍ଗ ନଗ ମନ୍ଦିର ରହିଛି । ଏହି ସବୁ ପରଜ୍ଯତକଙ୍କ ପାଇଁ ଆକର୍ଷକ ହେଇଥାଏ ।
ଜୀବିକା
ସାଂଲା ଉପତ୍ୟକା ରେ ବିଶ୍ଵ ର ସର୍ବୋତ୍ତମ ଧାରଣ ର ଏପଲ ଉତ୍ପାଦନ ହୁଏ [୧]। ଏଠାକାର ଅଧିବାସୀଙ୍କ ଏପଲ ଚାଷ ମୁଖ୍ୟ ଜୀବିକା । କିଛି ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟନ ଉପରେ ନିର୍ଭର ଶୀଳ । ଡିସେମ୍ବର ରୁ ମେ ପର୍ଯ୍ୟନ୍ତ ୬ ମାସ ଏହି ଉପତ୍ୟକା ବରଫପାତ ଯୋଗୁ ବନ୍ଦ ରହିଥାଏ । ପୁରାତନ ଇଣ୍ଡୋ-ତିବତ ରାସ୍ତା ସାଂଲା କୁ ଜାତୀୟ ରାଜପଥ ୨୨ ସଙ୍ଗେ କରଚାମ ରେ ସଂଯୋଗ କରିଥାଏ ।
ଜନ ଆବାଦୀ
ସ୍ଥାନୀୟ ଲୋକ ମାନେ କିନ୍ନଉରୀ ଭାଷା ବ୍ୟବହାର କରିଥାଆନ୍ତି । Coordinates: 31°25′29″N 78°15′58″E / 31.4248°N 78.2661°E31°25′29″N 78°15′58″E / 31.4248°N 78.2661°E
ଆଧାର ସମୂହ
- ↑ http://articles.economictimes.indiatimes.com/2013-07-11/news/40515199_1_apple-crop-apple-growers-association-ravinder-chauhan Move over Alphonso, Kinnauri apple is king of fruits
ବାହ୍ୟ ସଂଯୋଗ
This Himachal Pradesh location article is a stub. You can help Wikipedia by expanding it. |