ଭିରାଜପେଟ
ଭିରାଜପେଟ ବା ଭିରାଜପେଟେ, ଭାରତୀୟ ରାଜ୍ୟ କର୍ଣାତକ ର କୋଡଗୁ ଜିଲ୍ଲା ର ଦ୍ଵିତୀୟ ବୃହତ ସହର ।
ଏହା ଏକ କ୍ଷୁଦ୍ର ସହର ହେବା ସହ କଫି ଓ ମସଲା ଚାଷ ପାଇଁ ଜଣାଶୁଣା । ଜିଲ୍ଲା ମୁଖ୍ୟାଳୟ ମନ୍ଦିକେରି ଠାରୁ ୩୦ କିଲୋମିଟର ଦୂର ରେ ଥିବା ଏହି ସହର ନିକଟ ରେ ଆମ୍ମାଥି, ଗୋଣିକୋପ୍ପଳ, ପୋନମ ପେଟ ଆଦି ସହର ରହିଛି । କେବଳ ରାସ୍ତା ପଥ ରେ ଯାତାୟାତ ଶୁବୁଢା ଥିବା ଏହି ଅଞ୍ଚଳ ବାଙ୍ଗାଲୋର ଠାରୁ ୨୫୦ କିଲୋମିଟର ଦୂର ।
ଇତିହାସ
ଭିରାଜପେଟ ନାମ ପ୍ରାଚୀନ କୋଗାଗୁ ରାଜ୍ୟ ର ଶାସକ ଭିରାଜେନ୍ଦ୍ର ଙ୍କ ନାମାନୁସାରେ ଭିରାଜେନ୍ଦ୍ରପେଟେ ହେଇ ପରେ ଭିରାଜପେଟ କୁ ଅପଭ୍ରଂଶ ହେଇଥିଲା । ଦକ୍ଷିଣ ଭାରତ ର ରାଜା ମାନଙ୍କ ଦ୍ଵାରା ଶାସିତ ହେଇଥିବା ଏହି ସହର ର ଇତିହାସ ଅତି ପ୍ରାଚୀନ ।
ପର୍ଯ୍ୟଟନ
ଏହି ଅଞ୍ଚଳ ରେ ଥିବା ଆୟାପ୍ପା ମନ୍ଦିର , ମଲେଥିରିକେ ପର୍ବତ ଶିଖର ରେ ଥିବା ଶିବ ମନ୍ଦିର ଦର୍ଶନୀୟ ସ୍ଥାନ ହେଇଥିବା ବେଳେ ୨୨୦ ବର୍ଷ ପୁରାତନ ସେଣ୍ଟ ଆନ୍ନେ ଚର୍ଚ ତାହର ଗୋଥିକ ସ୍ଥାପତ୍ୟ ପାଇଁ ବିଖ୍ୟାତ ।
ଏହି ସହର ରେ କଫି ଓ ମସଲା ଚାଷ ବହୁଳ ପରିମାଣ ରେ ହେଇଥାଏ । ଏସିଆ ର ସର୍ବବୃହନ ମହୁ ଉପପାଦିତ ହଉଥିବା ଅଞ୍ଚଳ ହିସାବ ରେ ଭିରାଜପେଟ ର ଉଲ୍ଲେଖ ଅଛି ।
ମାଡିକେରି ବା ମେରଶେରା-ଦଶରା ଏହି ଅଞ୍ଚଳ ର ପ୍ରସିଦ୍ଧ ପର୍ବ । ୧୦ ଦିନ ବ୍ୟାପୀ ଏହା ଚାଲେ । ଏହି ଅଞ୍ଚଳ ର ଜଳବାୟୁ ଅତ୍ୟନ୍ତ ମନୋରମ ଥିବାରୁ ଏହାକୁ ଶୈଳ ନିବାସ ଭାବେ ବ୍ୟବହାର କରିବାକୁ ଅନେକ ପର୍ଯ୍ୟଟକ ଆସନ୍ତି ।
ଜନ ଆବାଦୀ
୨୦୦୧ ଜନଗଣନା[୧] ଅନୁସାରେ ଏଠାରେ ୩୦,୦୦୦ ଥିଲା । ଏହା ମଧ୍ୟ ରୁ ପୁରୁଷ ସଂଖ୍ୟା ୫୧% ଥିଲା । ସାକ୍ଷ୍ୟରତା ହାର ୮୧% ଯାହା ଜାତୀୟ ହାର ଠାରୁ ବହୁତ ଅଧିକ । ୬ ବର୍ଷ ରୁ କମ ୧୧% ରହିଥିବାର ଜନାଜାଏ।
ତୀର୍ଥ ସ୍ଥଳ
- Pathyarakkara temple
- St.Anne's Church
- Rahmaniya Mosque
ଯାତାୟାତ
ରାସ୍ତା ଦ୍ଵାରା ଏଠାରୁ ମାଙ୍ଗାଲୋର , ମହିଶୂର , ଓ ବାଙ୍ଗାଲୋର କୁ ଯିବା ଶୁବୁଢା ଥିବା ବେଳେ ନିକଟସ୍ଥ ରେଳଷ୍ଟେସନ ଥାଲାସେରୀ ଠାରେ ଅଛି । ଏହା ୧୩୧ କିଲୋମିଟର ଦୂର ।
ପୁନଶ୍ଚ ଦେଖନ୍ତୁ
- Virajpet (Vidhan Sabha constituency)
ଗେଲେରୀ
-
Jain Street
-
St.Anne's Church