ଭୁବନେଶ୍ୱର ରେଳ ଷ୍ଟେସନ
ଭୁବନେଶ୍ବର ରେଳ ଷ୍ଟେସନ (BBS) , ଭାରତୀୟ ରାଜ୍ୟ ଓଡିଶା ର ରାଜଧାନୀ ଭୁବନେଶ୍ବର ଠାରେ ଅବସ୍ଥିତ । ଏହା ପୂର୍ବତଟ ରେଳବାଇ ର ମୁଖ୍ୟ ଦପ୍ତର ମଧ୍ୟ।
ଇତିହାସ
ପୂର୍ବତଟ ରାଜ୍ୟ ରେଳବାଇ ର ୧୮୯୩ ରୁ ୧୮୯୬ ମଧ୍ୟ ରେ ୮୦୦ ମାଇଲ ରେଳପଥ ର ବିସ୍ତାର ହେଲା । ବ୍ରାହ୍ମଣୀ , ବୈତରଣୀ କାଠଯୋଡି ଓ ବିରୂପା ପରି ନଦୀ ଉପରେ ଦୀର୍ଘ ବ୍ରିଜ ସବୁ ନିର୍ମିତ ହେଲା ।
ରେଳ ବ୍ୟବସ୍ଥା ର ପୁନର୍ଗଠନ
୧୯୪୪[୧] ରେ ବେଙ୍ଗଲ ନାଗପୁର ରାଇଲବାଇ ଜାତୀୟ କରଣ ହେଲା ଓ୧୪ ଏପ୍ରିଲ , ୧୯୫୨ ରେ ପୂର୍ବ ରେଳବାଇ ଗଠିତ ହେଲା ।[୨] ୧୯୫୫ ରେ ଦକ୍ଷିଣ ରେଳବାଇ ର ଗଠନ ହେଲା । ଏଥିରେ ପୂର୍ବତନ BNR ର ଲାଇନ ସବୁ ରହିଲା ।[୩] ଏହା ପରେ ୨୦୦୩ ରେ ପୂର୍ବତଟ ରେଳବାଇ ର ଗଠନ ହେଲା । [୨]
Infrastructure
ଭୁବନେଶ୍ବର ରୁ ଖୋର୍ଦ୍ଧା ରୋଡ ଲାଇନ ର ବିଦ୍ୟୁତିକରଣ ୨୦୦୧-୨ ରେ ହେଇଥିବା ବେଳେ ଭୁବନେଶ୍ବର -ବାରଙ୍ଗ ସେକ୍ସନ ୨୦୦୨-୦୩ ରେ ହେଇଥିଲା । [୪]
ଭୁବନେଶ୍ବର ଷ୍ଟେସନ ରେ ଯାତ୍ରୀ ମାନଙ୍କ ପାଇଁ ରେଳ-ଟେଲ ତରଫ ରୁ wi-fi ସେବା ଯୋଗାଇ ଦିଅ ଯାଇଛି । ଏହି ସେବା ଦ୍ଵାରା ଦୈନିକ ୧.୪ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆକଳନ କରା ଯାଇଛି । [୫]
ନିକଟସ୍ଥ ଷ୍ଟେସନ ସବୁ
ଭୁବନେଶ୍ବର ସହର ପରିସୀମା ଭିତରେ ସମୁଦାଯ ୬ ଟି ଷ୍ଟେସନ ବର୍ତମାନ ଥିବାବେଳେ ଔ ଏକ ଷ୍ଟେସନ ର ନିର୍ମାଣ ଚାଲିଛି ।
Station Name | Station Code | Platforms |
---|---|---|
Bhubaneswar railway station | BBS | 6 |
Mancheswar | MCS | 4 |
Lingaraj Temple Road | LGTR | 2 |
Vani Vihar | BNBH | 2 |
Patia | PTBA | 2 |
Sarkantra | SRKT | 2 |
ନିଉ ଭୁବନେଶ୍ବର ଷ୍ଟେସନ
ଭୁବନେଶ୍ବର ଷ୍ଟେସନ ରେ ଭିଡ କମାଇବାକୁ ମଞ୍ଚେଶ୍ଵର ଓ ବାରଙ୍ଗ ମଝିରେ ନିଉ ଭୁବନେଶ୍ବର ନାମ ରେ ଏକ ଷ୍ଟେସନ ର ନିର୍ମାଣ କରହୟ ଚାଲିଛି । ତାହା ଭୁବନେଶ୍ବର ର ଉତ୍ତର ଦିଗ ରେ ଅବସ୍ଥିତ । [୬]
Traffic
ଭାରତୀୟ ରେଳବାଇ[୭] ର ସମସ୍ତ ଷ୍ଟେସନ ମଧ୍ୟ ରେ ସର୍ବାଧିକ ବୁକିଙ୍ଗ ହଉଥିବା ଷ୍ଟେସନ ତାଲିକା ରେ ଭୁବନେଶ୍ବର ର ସ୍ଥାନ ରହିଛି । ସମୁଦାଯ ୧୭୩ ଟି ଟ୍ରେନ ର ରହଣି ଏହି ଷ୍ଟେସନ ରେ ହେଇଥାଏ । ମୂଳ ଷ୍ଟେସନ ହିସାବ ରେ ଏଠାରୁ ୩୪ [୮]ଟି ଟ୍ରେନ ଚାଲିଥାଏ । ଦୈନିକ ୧.୫ ଲକ୍ଷ ରୁ ଅଧିକ ଯାତ୍ରୀ ଏହି ଷ୍ଟେସନ ଦେଇ ଯାତାୟାତ କରିଥାଆନ୍ତି ।
References
- ↑ "IR History: Part - III (1900 - 1947)".
- ↑ ୨.୦ ୨.୧ "Geography – Railway Zones".
- ↑ "IR History: Part - IV (1947 - 1970)".
- ↑ "History of Electrification".
- ↑ http://timesofindia.indiatimes.com/tech/tech-news/Googles-free-Wi-Fi-service-arrives-at-Bhubaneswar-railway-station/articleshow/51864851.cms
- ↑ "'New Bhubaneswar' in the offing".
- ↑ "Indian Railways Passenger Reservation Enquiry".
- ↑ http://indiarailinfo.com/station/map/bhubaneswar-bbs/238