ଧରମକୋଟ ଶୈଳ ନିବାସ
ଦେଖଣା
ଧରମକୋଟ , ଏକ ସାନ ଶୈଳ ନିବାସ ସ୍ଥଳ । ଏହା ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶ ର କାଙ୍ଗରା ଜିଲ୍ଲା ରେ ଅବସ୍ଥିତ ।
ମାକ - ଲିୟଦଗଞ୍ଜ ର ଉପରେ ଥିବା ପାହାଡ ଉପରେ ଧରମକୋଟ ଏକ ଆକର୍ଷଣୀୟ ସ୍ଥାନ । ଏଠାରୁ କାଙ୍ଗର ଉପତ୍ୟକା ଓ ଧଉଳିଧାର ପର୍ବତମାଳା ର ଦୃଶ୍ୟ ଦେଖା ଯାଇଥାଏ । ଏଠାରେ କିଛି ବୈଦେଶିକ ଲୋକ ମଧ୍ୟ ସ୍ଥାୟୀ ଭାବରେ ରହନ୍ତି । ଏଠାରେ କିଛି ଭୋଜନାଳୟ ମଧ୍ୟ ରହିଛି ।
ଏଠାରେ ବିପାସନା ଧ୍ୟାନ କେନ୍ଦ୍ର , ତୁଷିତା ଧ୍ୟାନ କେନ୍ଦ୍ର ଆଦି ଥାଇ ବୌଦ୍ଧ ଉପାସନା ମଧ୍ୟ ହୁଏ ।
ତ୍ରିଉଣ୍ଡ
ଧରମକୋତ ନିକଟ ରେ ତ୍ରିଉଣ୍ଡ ଏକ ଟ୍ରେକିଙ୍ଗ ସ୍ଥଳ । ୧୧ କିଲୋମିଟର ବ୍ୟାପୀ ଟ୍ରେକିଙ୍ଗ ପାଇଁ ରାସ୍ତା ଏଠାରେ ରହିଛି । ତମ୍ବୁ ଭଡା ରେ ନେଇ ପର୍ଯ୍ୟଟକ ମାନେ ଏଠାରେ ସ୍ଥାନ ର ସୌନ୍ଦର୍ଜ୍ୟ ଉପଭୋଗ କରନ୍ତି ।
ସ୍ନୋ ଲାଇନ
ତ୍ରିଉଣ୍ଡ ରୁ ଆଗକୁ ଗଲେ ସ୍ନୌଲୟନ ନାମକ ଅନ୍ୟ ଏକ ରମଣୀୟ ଟ୍ରେକିଙ୍ଗ ସ୍ଥାନ ପଡେ । ସେଠାରେ ମଧ୍ୟ ଏକ କେଫ ରହିଛି ଓ ତମ୍ବୁ ଆଦି ମିଳିଥାଏ ।