ଲଲିତ ମାକେନ
ଲଳିତ ମାକେନ , ଜଣେ ଭାରତୀୟ ପାର୍ଲିଆମେଣ୍ଟ ସଦସ୍ୟ ତଥା ଭାରତୀୟ ଜାତୀୟ କଂଗ୍ରେସ ର ରାଜନେତା ଥିଲେ । ସେ ସ୍ଵର୍ଗତ ରାଷ୍ଟ୍ରପତି ଶଙ୍କର ଡାଯଲ ଶର୍ମା ଙ୍କ ଜାମାତା ଥିଲେ । ଲଳିତ ମାକେନ ଜେନ ଟ୍ରେଡ ଇଉନିଅନ ନେତା ଭାବରେ ସୁପରାଇଛିତ ହେଇଥିଲେ ।
୧୯୮୪ ରେ ସେ ପ୍ରଥମ କରି ଲୋକ ସଭା କୁ ଦକ୍ଷିଣ ଦିଲ୍ଲୀ ଆସନ ରୁ ବିଜୟୀ ହେଇ ନିର୍ବାଚିତ ହେଇଥିଲେ । ତରୁଣ ବୟସ ରୁ ନିଜର ନେତୃତ୍ଵ ଦକ୍ଷତା ପ୍ରତିପାଦନ କରିଥିବା ଲଳିତ ପାର୍ଲିଆମେଣ୍ଟ କୁ ଆସିବା ଆଗରୁ ଦିଲ୍ଲୀ ମେଟ୍ରୋପଲିଟାନ ର ସଦସ୍ୟ ଭାବେ ମଧ୍ୟ ନିର୍ବାଚିତ ହେଇଥିଲେ । ସେ ପରେ ଭରତ ସରକାର ଙ୍କ କ୍ରିଡା ଓ ଯୁବକଲ୍ୟାଣ ବିଭାଗ ରେ ମନ୍ତ୍ରୀ ପଦ ରେ ଥିଲେ ।
୧୯୮୪ ଶିଖ ଦଙ୍ଗା
ତତ୍ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ହତ୍ୟା ହେବା ପରେ ୧୯୮୪ ରେ ଦିଲ୍ଲୀ ସହର ରେ ଶିଖ ମାନଙ୍କ ବିରୁଦ୍ଧ ରେ କିଛି ବ୍ୟକ୍ତି ବ୍ୟାପକ ଭାବେ ଦଙ୍ଗା ଭିଆଇଥିଲେ ଯାହା ପଲ ରେ ୩୦୦୦ ଶିକ୍ଷା ବ୍ୟକ୍ତି ପ୍ରାଣ ହରେଇଥିଲେ । ଏହି ଦଙ୍ଗା କୁ ଉସୁକାଇଥିବା ଅଭିଯୋଗ ରେ ପୋଲିସ ୨୨୭ ଜଣ ଙ୍କ ତାଲିକା ପ୍ରସ୍ତୁତ କରିଥିଲା । ସେଥିରେ ଲଳିତ ମାକେନ ଙ୍କ ନାମ ଉଲ୍ଲେଖ ଥିବାର ଜଣା ଯାଏ ।
ହତ୍ୟା
୩୧ ଜୁଲାଇ , ୧୦୬୫ ରେ ଲଲିତ ମାକେନ ତାଙ୍କ ପତ୍ନୀ ଗୀତାଞ୍ଜଳି ଙ୍କୁ ୩ ଜଣ ଶିଖ ଆତତାୟୀ ଗୁଳି କରିଥିଲେ ।ଏଥିରେ ଲଲିତ , ତାଙ୍କର ପତ୍ନୀ ଓ ଜଣେ ଅତିଥି ନିହତ ହେଇଥିଲେ। ସେମାନେ ସମସ୍ତେ ଘଟନା ସ୍ଥଳ ରେ ହିଁ ପ୍ରାଣ ହରେଇଥିଲେ ।
ପୋଲିସ ଏହି ଘଟନା ରେ ୨ ଜଣ ଆତତାୟୀ ଙ୍କୁ ଗିରଫ କରିଥିଲେ ଓ ସେମାନଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା ।
ପରିବାର
ଲଳିତ , ତାଙ୍କର ପତ୍ନୀ ଗୀତାଞ୍ଜଳି ଙ୍କ ହତ୍ୟା ହେଲା ପରେ ତାଙ୍କର ଏକ ମାତ୍ର କନ୍ୟା ଅବନ୍ତିକା ମାକେନ ବର୍ତମାନ ଜୀବିତ ଓ ସେ ବର୍ତମାନ ପ୍ରାକ୍ତନ ପାର୍ଲିଆମେଣ୍ଟ ସଦସ୍ୟ ଅଶୋକ ତନବର ଙ୍କ ପତ୍ନୀ ।