Jump to content

ବଲାଙ୍ଗିର ରେଳ ଷ୍ଟେସନ

ଉଇକିପିଡ଼ିଆ‌ରୁ
୧୭:୨୨, ୨୨ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Balangir railway station") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)

ବଲାଙ୍ଗିର ରେଳ ଷ୍ଟସନ ଓଡିଶା ର ବଲାଙ୍ଗିର ଜିଲ୍ଲା ର ସଦର ମହକୁମା ବଲାଙ୍ଗିର ସହର ରେ ଅବସ୍ଥିତ । ଟିଟଲାଗଡ ସମ୍ବଲପୁର ଲାଇନ ରେ ଏହି ଷ୍ଟେସନ ଟି  ଅବସ୍ଥିତ .

ଇତିହାସ 

ଭାରତୀୟ ରେଳବାଇ ଦ୍ଵାରା ୧୯୦୮/୯ ମସିହା ରେ ବିଜୟନଗରମ - ପାର୍ବତିପୁରମ୍ ଯାଏ ୭୯ କିଲୋମିଟର ରେଳପଥ ଯାତାୟାତ ପାଇଁ ଖୋଲା ଗଲା।  ତାହା ପରେ ୧୯୩୧ ରେ ପାର୍ବତିପୁରମ୍- ରାୟପୁର ଲିନେ କାର୍ଯ୍ୟ ସମ୍ପୂର୍ଣ ହେଲା । ୧୯୬୦ ରେ ଭାରତୀୟ ରେଳ ବିଭାଗ ଦ୍ଵାରା ୩ ଟି ପ୍ରକଳ୍ପ କୋଟ୍ଟଭାଲସା - କିରାଣ୍ଡୁଳ , ଟିଟିଲାଗଡ- ଝାରସୁଗୁଡା , ଓ ରାଉରକେଲା - କିରିନୁରୁ ପ୍ରକଳ୍ପ ର ପରଯୋଜନା କରାଯାଇ ସେ ସବୁ କୁ DKB ବା ଦଣ୍ଡକାରଣ୍ୟ ବଲାଙ୍ଗିର କିରିବୁରୁ ପ୍ରକଳ୍ପ କୁହାଗଲା । ଏଠି ମଧ୍ୟ ରୁ ସମ୍ବଲପୁର - ଟିଟିଲାଗଡ ଅଂଶ ୧୯୬୩ ରେ ସମ୍ପୂର୍ଣ  ହେଇ ଟ୍ରେନ ଚଳାଚଳ ହେଲା ।  

ରେଳବାଇ ପୁନଃ ସଂଗଠନ 

ପୂର୍ବରୁ ବେସରକାରୀ ଭାବେ ଚାଲୁଥିବା ବେଙ୍ଗଲ ନାଗପୁର ରେଳବାଇ ୧୯୪୪ ରେ ଜାତୀୟକରଣ ହେଇ ଭାରତୀୟ ରଲ ବିଭାଗ ର ପୂର୍ବ- ରେଳବାଇ ଭାବରେ କାର୍ଯ୍ୟ କଳା। ପରେ ଏଥିରୁ ଦକ୍ଷିଣ ପୂର୍ବ ଡିଭିଜନ ସୃଷ୍ଟି କରାଗଲା। ଏତତ୍ ପରେ ପୂର୍ବ ତଟ ରେଳବାଇ , ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ ମଧ୍ୟ ସୃଷ୍ଟ ହେଲା । 

ଖୋର୍ଦ୍ଧା ବଲାଙ୍ଗିର ରେଳ ଲିଙ୍କ 

୧୯୪୫ ରେ ସର୍ଭେ ହେଇଥିବା ବଲାଙ୍ଗିର - ଖୋର୍ଦ୍ଧା ରେଳ ପଥ ସଂଯୋଗ ପାଇଁ ସ୍ବୀକୃତି ୧୯୯୪/୯୫ ରେ ମିଳିଲା। ୨୮୯ କିଲୋମିଟର ଦୀର୍ଘ ଏହି ରେଲପଥ ରୁ   ଖୋର୍ଦ୍ଧା ରୁ ରାଜସୁନାଖଳା ଯାଏ ୪୧.୫ କିଲୋମିଟର ରେଳପଥ ର ନିର୍ମାଣ ସମ୍ପୂର୍ଣ ହେଇଛି । ଏହି ପ୍ରକଳ୍ପ ସମ୍ପୂର୍ଣ ହେଲେ ନୟାଗଡ , ବୌଦ , ସୋନପୁର ପରି ଅଞ୍ଚଳ ସହ ଓଡିଶା ର ରାଜଧାନୀ ଭୁବନେଶ୍ବର ସହ ରେଳ ସଂଯୋଗ ହେଇପାରିବ । 

ବୈଦ୍ୟୁତିକରଣ 

ଟିଟିଲାଗଡ ରୁ ଝାରସୁଗୁଡା ଯାଏ ଲାଇନ ର ବିଦ୍ୟୁତିକରଣ କାର୍ଯ୍ୟ ୨୦୧୨/୧୩ ରୁ ଚଳୁଛି । 

ଆଧାର ସମୂହ