ଶାଲିମାର ଏକ୍ସପ୍ରେସ
ଶାଳିମାର ଏକ୍ସପ୍ରେସ ଦିଲ୍ଲୀ ଓ ଜମ୍ମୁ ତୱି ମଧ୍ୟ ରେ ଚଳାଚଳ କରୁଥିବା ଏକ ଦୈନିକ ଟ୍ରେନ । ଏହା ଭାରତୀୟ ରେଳବାଇ ର ସୁପରଫାଷ୍ଟ ହେଇ ନଥିବା ଏକ ଟ୍ରେନ ।
ଇତିହାସ ଓ ବ୍ୟୁପତ୍ତି
ଶାଳିମାର ଏକ୍ସପ୍ରେସ , ଜମ୍ମୁ ତୱି କୁ ଯାତାୟାତ କରୁଥିବା ଏକ ସର୍ବ ପୁରାତନ ଟ୍ରେନ । ଶ୍ରୀନଗର ର ବିଖ୍ୟାତ ଶାଳିମାର ଗାର୍ଡେନ ନାମାନୁସାରେ ଏହାକୁ ଶାଳିମାର ଏକ୍ସପ୍ରେସ ନାମକରଣ କରା ଯାଇଛି ।
ସମୟ ସାରଣୀ
ଏହି ଟ୍ରେନ ପୁରୁଣା ଦିଲ୍ଲୀ ଷ୍ଟସନ ରୁ ଜମ୍ମୁ ତୱି ଅଭିମୁଖେ ପ୍ରତ୍ୟହ ୧୫.୫୦ ରେ ଛାଡି ନିଜର ଗନ୍ତବ୍ୟ ସ୍ଥଳ ରେ ପର ଦିନ ସକଳ ୦୫.୨୦ ରେ ପହଞ୍ଚି ଥାଏ । ଜମ୍ମୁ ତୱି ରୁ ୨୦.୪୫ ରେ ଛାଡି ତାହା ପର ଦିନ ୧୦.୫୦ ରେ ପହଞ୍ଚି ଥାଏ ।
ଯାତ୍ରାପଥ ଓ ରହଣି
ଜମ୍ମୁ ତୱି କୁ ଯାଉଥିବା ଅନନ୍ୟ ଅନେକ ଟ୍ରେନ ପରି ଏହା ନୂଆ ଦିଲ୍ଲୀ ଦେଇ ଗମନ କରିନଥାଏ । ଏହା ଗଜିଆବାଦ , ମିରଟ , ମୁଜାଫରପୁର , ଦେଓବନ୍ଦ , ସାହାରଣପୁର , ଲୁଧିଆନା , ଅମ୍ବାଲା ଓ ଜଲନ୍ଧର ବାଟ ଦେଇ ଯାଇଥାଏ ।ଏହି ଟ୍ରେନ ତାର ଯାତ୍ରାପଥ ରେ ଭାରତୀୟ ରାଜ୍ୟ ପଞ୍ଜାବ , ହରିଯାଣା, ଉତ୍ତର ପ୍ରଦେଶ ଓ ଜମ୍ମୁ ଓ କାଶ୍ମୀର ମଧ୍ୟ ଦେଇ ଯାଇଥାଏ । ଏହାର ଯତ୍ରପଥ ରେ ୨୬ ଟି ନିର୍ଧାରିତ ରହଣି ପୁରାତନ ଦିଲ୍ଲୀ ପୂର୍ବ ରୁ ଅଛି ।
ନିକଟ ଭବିଷ୍ୟତ ରେ ଜଲନ୍ଧର-ପଠାଣକୋଟ-ଜମ୍ମୁ ତୱି ରେଳପଥ ର ଦୋହରିକରଣ ଓ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହେଲେ ଶାଳିମାର ଏକ୍ସପ୍ରେସ ର ହାରାହାରି ବେଗ ରେ ଆହୁରି ଉନ୍ନତି ଅଣିହେବ ।
ପୁନଶ୍ଚ ଦେଖନ୍ତୁ
- Jhelum Express
- Vivek Express
- Kashmir Railway