କନ୍ୟାକୁମାରୀ ରେଳ ଷ୍ଟେସନ
କନ୍ୟାକୁମାରୀ ରେଳ ଷ୍ଟେସନ ( କୋଡ -CAPE) ଭାରତୀୟ ରେଳବାଇ ର ଏକ ରେଳ ଟର୍ମିନସ । ଏହା ତାମିଲନାଡୁ ରାଜ୍ୟ ର ସମୁଦ୍ର ତଟବର୍ତୀ ସହର କନ୍ୟାକୁମାରୀ ରେ ଅବସ୍ଥିତ ।
ଅବସ୍ଥିତି
ଏହି ଷ୍ଟେସନ ଦକ୍ଷିଣ ରେଳପଥ ବିଭାଗ ର ଥିରୁବନ୍ତପୁରମ ରେଳ ଦିଭିଜନ ର ଅନ୍ତର୍ଭୁକ୍ତ । ଏହା ଭାରତ ର ଦକ୍ଷିଣ ରେ ଥିବା ସର୍ବଶେଷ ଷ୍ଟେସନ । ଏହି ଷ୍ଟେସନ କନ୍ୟାକୁମାରୀ ସହର ର ମଧ୍ୟଭାଗ ରେ ତଥା ସମୁଦ୍ର ବେଳାଭୂମି ରୁ ମାତ୍ର ୧ କିଲୋମିଟର ମଧ୍ୟ ରେ ଅବସ୍ଥିତ ।
ସେବାସମୂହ
ଦେଶ ବ୍ୟାପୀ ସମସ୍ତ ଅଞ୍ଚଳ ରୁ ଏହି ଷ୍ଟେସନ କୁ ରେଳ ସଂଯୋଗ ରହିଛି । ଅନେକ ବହୁଦୂରଗାମୀ ଟ୍ରେନ ଏହି ଷ୍ଟସନ କୁ ଟର୍ମିନାଲ ଭାବେ ବ୍ୟବହାର କରନ୍ତି । ଏଠାରୁ ଯାତାୟାତ କରୁଥିବା ଦିବ୍ରୁଗଡ - କନ୍ୟାକୁମାରୀ ଟ୍ରେନ ବିବେକ ଏକ୍ସପ୍ରେସ ନାମ ରେ ନମିତା ହେଇ ଦେଶ ର ସବୁଠାରୁ ଦୀର୍ଘତମ ପଥ ଅତିକ୍ରମ କରୁଥିବା ଟ୍ରେନ ହିସାବ ରେ ଚାଲୁଅଛି । ଏହି ଟ୍ରେନ ୪୨୮୩ କିଲୋମିଟର ପଥ ଯାତ୍ରା କରେ । ଏଠାରୁ ମଧ୍ୟ ହିମସାଗର ଏକ୍ସପ୍ରେସ ଯାତ୍ରା କରେ ଯାହା କି ୨୩୫୪ କିଲୋମିଟର ପଥ ଅତିକ୍ରାନ୍ତ କରେ । ସ୍ଵାମୀ ବିବେକାନନ୍ଦ ଙ୍କ ମେମୋରିଆଲ ଏହି ଶଅର ରେ ଥିବାରୁ ଦେଶ ବ୍ୟାପୀ ସମସ୍ତ ଅଞ୍ଚଳ ରୁ ଏଠାକୁ ବର୍ଷ ସାରା ପର୍ଯ୍ୟଟକ ଙ୍କ ଆଗମନ ଥାଏ । ତେଣୁ ଦିଲ୍ଲୀ , କଲିକତା , ଜମ୍ମୁ ରାମେଶ୍ଵରମ ପରି ଆଞ୍ଚଲ ରୁ ପ୍ରତ୍ୟହ ଏଠାରୁ ଟ୍ରେନ ବ୍ୟବସ୍ଥା ଥାଏ ।