ଜମ୍ମୁ ତୱି ରେଳ ଷ୍ଟେସନ
ଜମ୍ମୁ ତୱି ଏକ ରେଳ ସ୍ଟେଶନ ଯାହା ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀର ରେ ଅବସ୍ଥିତ ।
ପ୍ରଚ୍ଛଦ
ଜମ୍ମୁ ତୱି , ଜମ୍ମୁ ଓ କାଶ୍ମୀର ରାଜ୍ୟ ର ବୃହତ୍ତମ ରେଳ ସ୍ଟେଶନ । କାଶ୍ମୀର ଉପତ୍ୟକା କୁ ପର୍ଯ୍ୟଟକ ମାନଙ୍କ ଗମନାଗମନ ପାଇଁ ଏହି ଷ୍ଟେସନ ମୁଖ୍ୟ ସ୍ଥାନ । ଏହି ସ୍ଟେଶନ ଉତ୍ତର ରେଳ ବାଇ ଅନ୍ତର୍ଗତ ଫିରୋଜପୁର ଡିଭିଜନ ରେ ରହିଛି ।
ଜମ୍ମୁ ତୱି ଭାରତ ର ବିଭିନ୍ନ ବଡ ସହର ସହ ରେଳପଥ ସହିତ ସଂଯୁକ୍ତ । ଏହି ଶ୍ରେତୀୟନ ର କୋଡ ହେଲା JAT । ଦେଶ ର ଦ୍ଵିତୀୟ ସବୁଠାରୁ ଦୀର୍ଘତମ ପଥ ଅତିକ୍ରମ କରୁଥିବା ଟ୍ରେନ ହିମସାଗର ଏକ୍ସପ୍ରେସ ଏହି ସ୍ଟେଶନ ରୁ କନ୍ୟାକୁମାରୀ ଯାଏ ଦେଶର 12 ରହୟ ଦେଇ ଯାତାୟାତ କରେ ଓ ଏହା ୭୩ ଘଣ୍ଟା ରେ କନ୍ୟାକୁମାରୀ ପହଞ୍ଚେ । ଏତଦ୍ ବ୍ୟତୀତ ଦିଲ୍ଲୀ , ମୁବାଇ , କଲିକତା ପରି ଦେଶର ସମସ୍ତ ପ୍ରାନ୍ତ ରୁ ଏହାକୁ ଟ୍ରେନ ସୁବିଧା ଉପଲବ୍ଧ ହୁଏ ।
ଇତିହାସ
ପୂର୍ବରୁ ସହର ରେ ଏକ ପୁରାତନ ସ୍ତେତୀୟନ ଥିଲା । ଏହି ଷ୍ଟେସନ ଜମ୍ମୁ - ସିଆଲକୋଟ ରେଳ ଲାଇନ ରେ ଥିଲା ଏବଂ ଏହା ଦେଇ ୪୩ କିଲୋମିଟର ଦୂର ସିଆଲକୋଟ ଯାଏ ଟ୍ରେନ ଚଳା ଚଳ କରୁଥିଲା । ବର୍ତମାନ ସିଆଲକୋଟ ପାକିସ୍ଥାନ ରେ ଅବସ୍ଥିତ ।ପୁରାତନ ଜମ୍ମୁ ସ୍ଟେଶନ ଟି ୧୮୯୭ ରେ ସ୍ଥାପିତ ହେଇଥିଲା । କିନ୍ତୁ ଦେଶ ବିଭାଜନ ପରେ ଏହି ସ୍ତେତୀୟନ ପରିତ୍ୟକ୍ତ ଅବସ୍ଥା ରେ ରହିଲା । ୧୯୭୧ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀର ରେଳ ସଂଯୋଗ ବିହୀନ ହେଇ ରହିଥିଲା । ସେହି ବର୍ଷ ପଠାଣକୋଟ - ଜମ୍ମୁ ତୱି ରେଳପଥ ନିର୍ମିତ ହେଇ ୧୯୭୫ ରେ ଜମ୍ମୁ ତୱି ରେଳ ସ୍ଟେଶନ କାର୍ଜୟକ୍ଷମ ହେଲା । ୨୦୦୦ ମସିହା ରେ ପୁରାତନ ସ୍ଟେଶନ କୁ ଭାଙ୍ଗି ଦିଆ ଯାଇ ସେ ସ୍ଥାନ ରେ ଏକ କଳା କେନ୍ଦ୍ର ନିର୍ମିତ ହେଲା ।
ବିଦ୍ୟୁତିକରଣ
ଏହି ସ୍ଟେଶନ କୁ ସଂଯୋଗ କରୁଥିବା ରେଳପଥ ର ବିଦ୍ୟୁତିକରଣ ସମ୍ପୂର୍ଣ ହେଇଛି । ତତ୍ ଫଳ ରେ ଏହି ସ୍ଟେଶନ ରୁ ଛାଡୁଥିବା ସ୍ଵରାଜ ଏକ୍ସପ୍ରେସ , ହିମସାଗର ଏକ୍ସପ୍ରେସ ଆଦି ଟ୍ରେନ ବୈଦ୍ୟୁତିକ ଇଞ୍ଜିନ ଦ୍ଵାରା ଚାଲି ପାରୁଛି ।
ପୁନଶ୍ଚ ଦେଖଣା
- Kashmir Railway
- Northern Railways
- Srinagar railway station
- List of railway stations in Jammu and Kashmir
Gallery
-
Jammu Tawi railway station
-
Tourist reception area