ହିରାଖଣ୍ଡ ଏକ୍ସପ୍ରେସ ଟ୍ରେନ
ହିରଖଣ୍ଡ ଏକ୍ସପ୍ରେସ ଏକ ଟ୍ରେନ ଯାହା ଜଗଦଲପୁର ଠାରୁ ଓଡିଶା ର ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ଚଳାଚଳ କରେ । ପ୍ରଥମେ ସମ୍ବଲପୁର ଓ ବଲାଙ୍ଗିର ମଧ୍ୟ ରେ ଚାଲିବା ପାଇଁ ଆରମ୍ଭ ହେଇଥିବା ଏହି ଟ୍ରେନ କ୍ରମଶଃ ଏହା ଉଭୟ ପାଟ କୁ ପରିବର୍ଧିତ ହେଇ ବର୍ତମାନ ଜଗଦାଲପୁର ଠାରୁ ଭୁନାବେଶ୍ଵର ଯାଏ ଚଳୁଛି । ପୂର୍ବତଟ ରେଲ୍ ପଥ ଦ୍ଵାରା ଏହି ଟ୍ରେନ ଚାଲେ ।
ବ୍ୟୁପତ୍ତି
ପଶ୍ଚିମ ଓଡିଶା ଭାଷା ରେ ହିରଖଣ୍ଡ କହିଲେ ହୀରା ର ଖଣ୍ଡ କୁ ବୁଝାଏ । ପ୍ରାଚୀନ ମଧ୍ୟମ ଯୁଗ କାଳ ରେ ଏହି ଅଞ୍ଚଳ ର ମହାନଦୀ ରେ ହୀରା ଖଣ୍ଡ ଗୁଡିକ ମିଳୁଥିଲା । ଏହି ଅବବାହିକା ସମଗ୍ର ପଶ୍ଚିମ ଓଡିଶା ସମେତ ଅଧୁନା ଛତିଶଗଦ ରାଜ୍ୟ ର କିଛି ଅଂଶ ଥିଲା । ସେ ଅନୁସାରେ ଟ୍ରେନ ର ନାମକରଣ ହୀରାଖଣ୍ଡ କରାଯାଇଛି ।
ସମୟ ତାଲିକା
ବର୍ତମାନ ର ସମୟ ସାରଣୀ ଅନୁସାରେ ହିରଖଣ୍ଡ ଏକ୍ସପ୍ରେସ ପ୍ରତ୍ୟହ ଭୁବନେଶ୍ବର ରୁ ୧୯,୩୫ ବା ସନ୍ଧ୍ୟା ୭.୩୫ ରେ ଛାଡି ଗନ୍ତବ୍ୟ ସ୍ଥଳ ଜଗଦାଲପୁର ରେ ଆର ଦିନ୧୩,୩୦ ବା ଦିନ ୧.୩୦ ରେ ପହଞ୍ଚେ । ପୁଣି ଜଗଦାଲପୁର ରୁ ୧୪,୩୦ ବା ଦିନ ୨.୩୦ ରେ ଛାଡି ଭୁବନେଶ୍ବର ରେ ଆର ଦିନ ୦୮.୨୫ ବା ସନ୍ଧ୍ୟା ୮.୨୫ ରେ ପହଞ୍ଚେ ।
ମୁଖ୍ୟ ରହଣି
କୋରାପୁଟ , ରାୟଗଡା , ଭାଇଜାଗ , ବୋବିଲି , ଶ୍ରୀକାକୁଲମ , ଇଚ୍ଛାପୁରମ , ବ୍ରହ୍ମପୁର ଓ ଖୋର୍ଦ୍ଧା ଦେଇ ଏହା ଭୁବନେଶ୍ବର ଆସେ ।
ବିଚ୍ଛିନ୍ନ ଗତିପଥ
ଅଗଷ୍ଟ ୧୧ , ୨୦୧୨ ରୁ ଆଉ ଏକ ଟ୍ରେନ ଜୁନାଗଡ - ଭବାନୀପାଟଣା ରେଳପଥ ରେ ଚାଲିଲା । ଏହି ଟ୍ରେନ ଟି ଭାବନିପାଟଣା ରୁ ଛାଡି ରାୟଗଡା ଠାରେ ମୂଳ ହିରାଖଣ୍ଡ ଏକ୍ସପ୍ରେସ ସହିତ ଯୋଡା ହେଇ ଭୁବନେଶ୍ବର ଯାଏ ।