ସିଙ୍ଗଡ଼ା
ସମୋସା ବା ସାମୂଷା ଏକ ପୁର ଦିଅ ହେଇଥିବା ଓ ତେଲ ରେ ଛଣା ଯାଇଥିବା ସୁସ୍ଵାଦୁ ଜାତୀୟ ଖାଦ୍ୟ । ଏଥିରେ ଭିତରେ ପୁର ସାଧାରଣତଃ ମସଲା ଯୁକ୍ତ ଭଜା ହେଇଥିବା ଆଲୁ , ପିଆଜ , ବାଦାମ ଆଦି ସହ ସ୍ଥଳ ବିଶେଷ ରେ ଗୁଣ୍ଡ କରାଯାଇଥିବା ମାଂଶ , ଚିକେନ ମଧ୍ୟ ଦିଆ ଯାଇଥାଏ । ସମୋସା ସାଧାରଣତଃ ତ୍ରିକୋନୀୟ ଆକୃତି ର ହେଇଥାଏ । ଚତୁର୍ସ୍କୋଣୀୟ ବା ବହୁ କୋଣିୟା ସମୋସା ମଧ୍ୟ ଦେଖା ଯାଏ । ଭାରତ ରେ ସାଧାରଣତଃ ନିରାମିଷ ସମୋସା ର ପ୍ରଚାଳନ ହୁଏ । ଏହି ସମୋସା କୁ ବିଭିନ୍ନ ପ୍ରକାର ଚଟାଣି ସହ ଖିଅ ଯାଇଥାଏ । ସାରା ଭରତ ର ସମସ୍ତ ରାଜ୍ୟ ସହ ଏସିଆ ର ବିଭିନ୍ନ ଦେଶ ତଥା ପୁରୁଥିବୀ ର ଅନନ୍ୟ ଦେଶ ମାନଙ୍କରେ ସମୋସା ର ବିଭିନ୍ନ ପ୍ରକାରଭେଦ ସହ ପ୍ରଚାଳନ ରହିଛି ।
ନାମ ପ୍ରକାରଭେଦ
ପଞ୍ଜାବୀ ରେ i: ਸਮੋਸਾ smosa, ସଂସ୍କୃତ: शृङ्गाटकं śr̥ṅgāṭakaṁ, ବଙ୍ଗାଳୀ i: িসনগাড়া, Singara, ହିନ୍ଦୀ : समोसा, Manipuri: Singhara, ନେପାଲୀ समोसा,
ଆରବ ଭାଷା ରେ sambūsak, ସିଂହଳୀ සමොසා, ହେବରୁ : סמבוסק sambusak, ଗୁଜୁରାତି : સમોસા samosa, କାନାଡା : ಸಮೋಸಾ samosa, ମାଲୟାଲମ : സമോസ, ମରାଠୀ : सामोसा, ପାର୍ସି : سمبوسه, ତାମିଲ : சமோசா, ତେଲୁଗୁ : సమోసా, ଉର୍ଦୁ : سموسه samosa, samsa (pronounced [ˈsamsə]), Sylheti: ছমছা
ଉଜବେକ 'somsa', [sɒmsa], Uyghur: سامسا, [sɑmsɑ́]) and Turkey (Turkish: samsa böreği), sambusa, ତାଜାକ (Tajik: самбӯса)), sanbusé (Persian: سنبوسه; among Iranians), samosha (Burmese: စမူဆာ, IPA:
ପୂର୍ବ ଭାରତ ରାଜ୍ୟ ମାନଙ୍କରେ ସାଧାରଣତଃ ସିଙ୍ଗଡା କହିଲେ ସମସ୍ତେ ବୁଝୁଥିବା ସମୋସା କୁ ବଙ୍ଗଳା ରେ সিঙাড়া shingara, Sylheti: in ଆସାମୀ ରେ সিঙারা shingara sing-ra , Odia: ଶିଙ୍ଗଡା କୁହାଯାଇଥାଏ । .
ବ୍ୟୁପତ୍ତି ତଥ୍ୟ
ସମୋସା ନାମ ଟି ପାର୍ସି ଭାଷା ର sanbosag (Persian: سنبوساگ ).[୧] ନାମ ରୁ ଆସିଥିବାର ଜଣା ଯାଏ । ମଧ୍ୟ ପ୍ରାଚ୍ଯ ଆରବ ଭାଷା ରେ ଏହା sambusaj ନାମ ରେ ଉଲ୍ଲିଖିତ ଥିବାର ଜଣା ପଡେ । .[୨][ଆଧାର ଲୋଡ଼ା]
History
ଭାରତୀୟ ଉପମହାଦେଶ ରେ ସମୋସା ର ପ୍ରଚଳନ କାଳ ୧୩ ଶ , ବା ୧୪ ଶ ଶତାବ୍ଦୀ ବେଳେ ଭାରତ ରେ ସମୋସା ର ପ୍ରଚାଳନ ଥିବା କଥା ୧୨୫୩ ରେ ପରିବ୍ରାଜକ ଅମିର ଖୁସରୁ ଙ୍କ ଲେଖା ରୁ ଜଣାପଡେ ।୧୬ ଶ ଶତାବ୍ଦୀ ରେ ମୋଘଳ ମାନଙ୍କ ଆଇନ-ଇ-ଅକବରୀ ରେ ମଧ୍ୟ ସମୋସା ବିଷୟ ରେ ପ୍ରମାଣ ମିଳେ ।
ଅଞ୍ଚଳିକ ବିବିଧତା
ବିଭିନ୍ନ ଅଞ୍ଚଳ ରେ ସମୋସା ର ପ୍ରସ୍ତୁତି ବିଧି ଭିନ୍ନ ପ୍ରକାର ହେଇଥାଏ ।
ଦକ୍ଷିଣ ଏସିଆ
ଭାରତ
ହାଇଦ୍ରାବାଦ ସହର ରେ ଛୋଟ ଆକାର ର ସମୋସା ଗୁଣ୍ଡା କରା ହେଇଥିବା ମାଂଶ ର ପୁର ସହିତ ପ୍ରସ୍ତୁତ ହୁଏ ଯାହାକୁ 'ଲୁଖମି' କୁହାଯାଇଥାଏ ।
ବାଂଲାଦେଶୀ ସମୋସା
ବାଂଲାଦେଶ ରେ ସାଧାରଣ ଆଲୁ । ପିଆଜ ଦିଅ ସମୋସା ସହ ଗୋମାଂଶ ଲିଭର ଯୁକ୍ତ ସମୋସା ଯାହାକୁ ସୋମୁଚା କୁହା ଯାଏ , ସବୁ ପ୍ରଚାଳନ ହୁଏ ।
ନେପାଲୀ ସମୋସା
ନେପାଳୀୟ ସମୋସା ର ପ୍ରସ୍ତୁତି ବିଧି ଭାରତୀୟ ଙ୍କ ସହ ସମାନ ।
ପାକିସ୍ଥାନୀ ସମୋସା
ପାକିସ୍ତାନ ରେ ପାରିବା ଦିଅ ସମୋସା ସହ ମାଂଶ ଯୁକ୍ତ ସମୋସା ର ପ୍ରଚଳନ ଅଛି । ପାକିସ୍ତାନୀ ସମୋସା ରେ ସାଧାରଣତଃ ମସଲା ର ବହୁଳ ବ୍ୟବହାର ହେଇ ତାହା ପଟିକୁ ସୁଆଦ ହେଇଥାଏ ।
ମାଲଦ୍ଵୀପ ସମୋସା
ମଳଦ୍ଵୀପ ସମୋସା କୁ ବାଜିୟା କୁହା ଯାଏ ଓ ଏହା ଭିତରେ ସାମୁଦ୍ରିକ ମାଛ ର ପୁର ଦିଆ ଯାଇଥାଏ ।
କେନ୍ଦ୍ର ଏସିଆ ସମୋସା
ରୁଷୀଆ ମହାଦେଶୀୟ ଦେଶ ମାନଙ୍କରେ ବିଭିନ୍ନ ପ୍ରକାର ଭେଦ ସହ ସମୋସା ର ବହୁଳ ପ୍ରଚାଳନ ରହିଛି । ତେବେ ସେଠାରେ ସ୍ଵତନ୍ତ୍ରତା ଏହା ଯେ ସେଠାରେ ସମୋସା କୁ ତେଲ ରେ ଛଣା ନ ଯାଇ ତାକୁ ବେକିଙ୍ଗ କରା ଯାଇଥାଏ ।
ଦକ୍ଷିଣ ପୂର୍ବ ଏସିଆ ସମୋସା
ବର୍ମା ସମୋସା
ବର୍ମା ଦେଶ ରେ ସାମୋସା ବହୁତ ଲୋକ ପ୍ରିୟ ଖାଦ୍ୟ ଭାବରେ ନିଆ ଯାଇଥାଏ ।
ଇନ୍ଦୋନେଶିୟା ସମୋସା
ଇନ୍ଦୋନେଶିୟା ସମୋସା ରେ ସାଧାରଣତଃ ଅଣ୍ଡା ର ପ୍ରୟୋଗ ହେଇଥାଏ ।
ଆଫ୍ରିକୀୟ ସମୋସା
ଆଫ୍ରିକୀୟ ଦେଶ ମାନଙ୍କରେ ପର୍ବ ପର୍ବାଣି ବେଳେ ସମୋସା ର ବେସୀ ବ୍ୟବହାର ଦେଖା ଯାଏ ।
ଇସ୍ରାଏଲ ର ସମୋସା
ଇସ୍ରାଏଲ ଦେଶ ରେ ସମୋସା ଗୋଲାକାର ଆକାର ର ଥିବାର ଦେଖାଯାଏ ।
ପର୍ତୁଗୀଜ ଅଞ୍ଚଳ ର ସମୋସା
ପୂର୍ବ ଇଂରେଜ ଉପନିବେଶୀୟ ଦେଶ ରେ ସମୋସା
ୱେଷ୍ଟ ଇଣ୍ଡିଜ ଦେଶ ସମୂହ ରେ ମଧ୍ୟ ସମୋସା ର ପ୍ରଚଳନ ରହିଛି ।
ପୁନଶ୍ଚ ଦେଖନ୍ତୁ
ସଂଯୋଗ ସବୁ
- ↑ Lovely triangles "Hindustan Times", 23 August 2008.
- ↑ Rodinson, Maxime, Arthur Arberry, and Charles Perry.