ପ୍ରକାଶ ପାଦୁକୋନ
ପ୍ରକାଶ ପାଦୁକୋନ ( ଜନ୍ମ ୧୦ ଜୁନ ୧୯୫୫) ଜଣେ ପ୍ରକ୍ତାନ ଭାରତୀୟ ବେଡମିଣ୍ଟନ ଖେଳାଳି । କର୍ଣାତକ ରେ ଜନ୍ମିତ ଏହି ଖେଳାଳି ଦେଶ ପାଇଁ ବହୁ ଅନ୍ତର୍ଜାତିକ ଟୁର୍ନାମେଣ୍ଟ ଜିତିବା ସହ ଦେଶ ଭିତରେ ବହୁତ ପ୍ରଶିଧ୍ହୀ ହାସଲ କରିଥିଲେ । ସେ ଖେଳ ଜଗତ ରେ ଶ୍ରେଷ୍ଠତା ପାଇଁ ଦିଅ ଯାଉଥିବା ଅର୍ଜୁନ ପୁରସ୍କାର ୧୯୭୨ ମସିହା ରେ ପାଇଥିଲେ । ପରେ ୧୯୮୨ ରେ ତାଙ୍କର ଅବଦାନ ପାଇଁ ସମ୍ମାନଜନକ ନାଗରିକ ପୁରସ୍କାର ପଦ୍ମଶ୍ରୀ ମଧ୍ୟ ପାଇଥିଲେ ।
References
କର୍ଣାଟକ ର ପାଦୁକୋନ ଗ୍ରାମ ରେ ଜନ୍ମ ଗ୍ରହଣ କରି ପ୍ରକାଶ ଉଜ୍ଜଳା ଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଦୀପିକା ଓ ଅନିଶା ଅଛନ୍ତି । ଦୀପିକା ହିନ୍ଦୀ ଫିଲ୍ମ ର ଜଣେ ଆଗଧାଡି ର ଅଭିନେତ୍ରୀ । କିନ୍ତୁ ଅନିଶା ଜଣେ ଗଲ୍ଫ ଖେଳାଳି । ବର୍ତମାନ ପ୍ରକାଶ ତାଙ୍କ ପତ୍ନୀ ଓ ସାନ ଝିଅ ଅନିଶା ଙ୍କ ସହ ବାଙ୍ଗାଲୋର ରେ ରହନ୍ତି ।
ଖେଳ ଜୀବନୀ
ପିତା ରମେଶ ପାଦୁକୋନ ଙ୍କ ଦ୍ଵାରା ଶିକ୍ଷିତ ଓ ଅନୁପ୍ରାଣିତ ହେଇ ପ୍ରକାଶ ବେଡମିଣ୍ଟନ ଦିଗରେ ଅଗ୍ରସର ହେଇଥିଲେ ।
ନିଜ ରାଜ୍ୟ କର୍ଣାଟକ ରେ ସେ ଜୁନିୟର ସ୍ତର ରେ ୧୯୬୨ ରେ ଖେଳିବା ପରେ ସେ ୧୯୭୨ ରେ ଜାତୀୟ ଜୁନିଅର ଚମ୍ପିୟାନ ହେଇଥିଲେ । ସେହି ବର୍ଷ ହିଁ ସେ ସିନିୟର ଚମ୍ପିୟାନ ମଧ୍ୟ ହେଇ ଚମକ ଖେଳାଇ ଦେଇଥିଲେ । ପରବର୍ତୀ ୭ ବର୍ଷ ପାଇଁ ସେ ଜାତୀୟ ଚମ୍ପିୟାନ ରହିଥିଲେ । ୧୯୭୮ କମନୱେଲଥ ଖେଳ ରେ ଭାରତ ପାଇଁ ସ୍ଵର୍ଣ ପଦକ ଆଣିଥିଲେ । ୧୯୮୦ ରେ ଡାନିସ ଓପନ , ସୁଇସ ଓପନ , ଓ ପରେ ସମ୍ମାନଜନକ " All England Open "ଜିତିଥିଲେ ।
ଅନ୍ୟ ଅବଦାନ
ସକ୍ରିୟ ଖେଳ ରୁ ୧୯୯୧ ରେ ଅବସର ନେବା ପରେ ପ୍ରକାଶ ଭାରତୀୟ ବେଦମିଣ୍ଟନ ଆସୋସିଏସନ ର ଚେୟାରମେନ ହିସାବ ରେ ଖେଳ ର ଉନ୍ନତି ପାଇଁ ଉଦ୍ୟମ ଜାରି ରଖିଲେ । ସେ ଭାରତୀୟ ବେଦମିଣ୍ଟନ ଜାତୀୟ ଦଳ ର କୋଚ ହିସାବ ରେ ୧୯୯୩ ରୁ ୧୯୯୬ ଯାଏ କାର୍ଯ୍ୟ କରିଥିଲେ ।
ଅଲିମ୍ପିକ ସ୍ବରନା ପାଇଁ ଉଦ୍ୟମ
ଅବସର ନେବା ପରେ ପ୍ରକାଶ ତରୁଣ ଖେଳାଳି ମାନଙ୍କୁ ଉତ୍ଶାହିତ କରି ସେମାନେ ଯେପରି ଭବିଷ୍ୟତ ରେ ଅଲିମ୍ପିକ ପରି ଟୁର୍ଣାମେଣ୍ଟ ରେ ସ୍ଵର୍ଣ ପଦକ ପାଇ ପାରିବେ ସେଥିପାଇଁ ନିରଳସ ଉଦ୍ୟମ ଜାରି ରଖିଲେ । ଏଥି ପାଇଁ ସେ ବିଲିଆର୍ଡ ଚମ୍ପିୟାନ ଗୀତ ଶେଠୀ ଙ୍କ ସହ ମିଶି " Olympic Gold Quest " ନାମକ ଏକ ଅନୁଷ୍ଠାନ ଗଢିଛନ୍ତି ।
Major achievements
Rank | Event | Date | Venue |
---|---|---|---|
World Championships | |||
3 | Singles | 1983 | Copenhagen, DEN |
Commonwealth Games | |||
1 | Singles | 1978 | Edmonton, CAN |
Asian Games | |||
3 | Team | 1974 | Tehran, IRAN |
3 | Team | 1986 | Seoul, SOUTH KOREA |
World Cup | |||
1 | Singles | 1981 | |
World Grand Prix | |||
1 | Singles | 1979 | Denmark Open |
1 | Singles | 1980 | All England Open |