ମିଲନ (୧୯୬୭ର ହିନ୍ଦୀ କଥାଚିତ୍ର)
ମିଲନ , ଏକ ୧୯୬୭ ରେ ନିର୍ମିତ ହିନ୍ଦୀ ଫିଲ୍ମ ଯାହା ପ୍ରକୃତ ରେ ମୂଳ ତେଲୁଗୁ ଫିଲ୍ମ ' ମୁଗା ମନସୁଲୁ " ର ଭାଷାନ୍ତରିକରଣ ନିର୍ମାଣ ଥିଲା । ଏହି ଫିଲ୍ମ ସୁବା ରାଓ ଙ୍କ ନିର୍ଦେଶନା ଓ ଏଲ॰ ଭି ॰ ପ୍ରସାଦ ଙ୍କ ପ୍ରଯୋଜନା ରେ ହେଇଥ୍ଯିଲା । ଜନପ୍ରିୟ ଓ ପୁରସ୍କୃତ ସଙ୍ଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଳାଳ ଙ୍କ ଚମତ୍କାର ଭାବେ ଆକର୍ଷକ ସଙ୍ଗୀତ ଥିବା ଏହି ଫିଲ୍ମ ର ମୁଖ୍ୟ ଭୂମିକା ସବୁ ରେ ସୁନୀଲ ଦତ୍ତ , ନୂତନ , ପ୍ରାଣ ଓ ଦେବେନ ବର୍ମା ଅଭିନୟ କରିଥିଲେ । ଏହି ଫିଲ୍ମ ର ଔ ଏକ ନୂତନତ୍ଵ ହେଲା ଯେ ଏହା ହିନ୍ଦୁ ମାନଙ୍କ ଦ୍ଵାରା ବିଶ୍ବାସ କରାଯାଉଥିବା ପୁନର୍ଜନ୍ମ ତତ୍ଵ କୁ ନେଇ ଆଧାରିତ କାହାଣୀ ଉପରେ ନିର୍ମିତ ହେଇଥିଲା ।
କାହାଣୀ ର ସାରାଂଶ
ମୁଖ୍ୟ ଭୂମିକା ରେ
'ଗୋପୀ' ଭୂମିକା ରେ ସୁନୀଲ ଦତ୍ତ
'ରାଧା' ଭୂମିକିଆ ରେ ନୂତନ
'ଗୌଡ଼ିୟ ' ଭୂମିକା ରେ ଯମୁନା
'ରାଧା ଙ୍କ ମାମୁଁ' ଭୂମିକା ରେ ପ୍ରାଣ
'ରାଧା ଙ୍କ ସ୍ଵାମୀ' ଭୂମିକା ରେ ଦେବେନ ବର୍ମା
ଗୀତ ଓ ସଂଗୀତ
ମିଲନ ଫିଲ୍ମ ର ବହୁଳ ଜନପ୍ରିୟତା ର ଅନ୍ୟତମ ମୁଖ୍ୟ କାରଣ ତାହାର ବହୁତ ମଧୁର ସଂଗୀତା ଓ ଭାବମୟ ଭାଷା ରେ ଲିଖିତ ଗୀତ ସବୁ । ଆନନ୍ଦ ବକ୍ସି ଲେଖିଥିବା ଗୀତ ସବୁ ଏତେ ସୁନ୍ଦର ଥିଲା ଯେ ଆଜିଯାଏ ତାହା ଲୋକପ୍ରିୟ ରହିଛି ଓ ଏବେ ଭି ଲୋକେ ଶୁଣୁଛନ୍ତି ।ସଙ୍ଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ ପ୍ୟାରେଳାଲ ଙ୍କ ସଙ୍ଗୀତ ଅତି ଉତ୍ଛ କୋଠିର ଥିଲା । ମୁକେଶ ଓ ଲତା ମଙ୍ଗେସ୍ଜ୍କର ଙ୍କ କଣ୍ଠଦାନ ଭି ଏହି ଫିଲ୍ମ ରେ ଖୁବ ସୁନ୍ଦର ଥିଲା । ଫିଲ୍ମ ରେ ଥିବା ସମସ୍ତ ୧୧ ଟି ଜକ ଗୀତ ସେ ସମୟ ରେ ବହୁଳ ଆଦୃତ ହେଇଥିଲା ।
# | Title | Singer(s) |
---|---|---|
1 | "Sawan Ka Mahina" | Mukesh, Lata Mangeshkar |
2 | "Hum Tum Yug Yug Se (Part 1)" | Mukesh, Lata Mangeshkar |
3 | "Bol Gori Bol Tera Kaun Piya" | Mukesh, Lata Mangeshkar |
4 | "Aaj Dil Pe Koi" | Lata Mangeshkar |
5 | "Hum Tum Yug Yug Se (Part 2)" | Mukesh, Lata Mangeshkar |
6 | "Main To Diwana" | Mukesh |
7 | "Ram Kare Aisa Ho Jaye" | Mukesh |
8 | "Ye Geet Milan Ke" | Mukesh, Lata Mangeshkar |
9 | "Bol Gori Bol Tera Kaun Piya" | Mukesh, Lata Mangeshkar |
10 | "Aaj Dil Pe Koi Zor Chalta Nahin" | Lata Mangeshkar |
11 | "Tohe Sanwariya" | Lata Mangeshkar |
ପୁରସ୍କାର ସମୂହ
- ଫିଲ୍ମ ଟି ପାଇଁ ନୂତନ ଶ୍ରେଷ୍ଠ ଅଭିନେତ୍ରୀ , ଲକ୍ଷ୍ମୀକାନ୍ତ ପ୍ୟାରେଳାଳ ଶ୍ରେଷ୍ଠ ସଂଗୀତା ନିର୍ଦେଶକ , ଯମୁନା ଶ୍ରେଷ୍ଠ ସହ ଅଭିନେତ୍ରୀ ହିସାବ ରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।
ଆଧାର ସବୁ
ବାହ୍ୟ ସଂଯୋଗ
- ଇଣ୍ଟରନେଟ ମୁଭି ଡାଟାବେସରେ Milan Internet Movie Database