ସୟଦ ମୋଦୀ
ସୟଦ ମୋଦୀ ( ୧୯୬୨ -୧୯୮୮ ) ଜଣେ ଭାରତୀୟ ପ୍ରାକ୍ତନ ବେଡମିଣ୍ଟନ ଖେଳାଳି , ଯିଏ ୧୯୮୦ ରୁ ୧୯୮୭ ମଧ୍ୟ ରେ ୮ ଥର ଭାରତୀୟ ଜାତୀୟ ଚମ୍ପିୟାନ ହେଇଥିଲେ । ସେ ଅନ୍ତର୍ଜାତିକ ଖେଳ ରେ ୧୯୮୨ କମନୱେଲଥ ଖେଳ ରେ ଶିଂଗଲ ଚମ୍ପିୟାନ ହେଇ ଭାରତ ପାଇଁ ସ୍ଵର୍ଣ ପଦକ ଆଣିଥିଲେ । ଏହା ବ୍ୟତୀତ ପୃଥିବୀ ର ବିଭିନ୍ନ ବଡ ପ୍ରତିଯୋଗୀତା ରେ ମଧ୍ୟ ପଦକ ହାସଲ କରିଥିଲେ । ୧୯୮୮ ମସିହା ରେ ସେ ମାତ୍ର ୨୬ ବର୍ଷ ବୟସ ହେଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଭାରତ ଏକ ପ୍ରତିଭାବାନ ଖେଳାଳି ଙ୍କୁ ଅସମୟ ରେ ହରେଇଥିଲା ।
ଶିକ୍ଷ୍ୟା ଓ ପ୍ରାକ ଜୀବନୀ
ସୟଦ ମୋଦୀ ଙ୍କ ପ୍ରକୃତ ନାମ ସୟଦ ମେହେଦି ଥିଲା , ପରେ ସେ ମୋଦୀ ଭାବରେ ପରିଚିତ ହେଲେ ।ସେ ସ୍କୁଲ ରେ ନାମ ଲେଖିବା ସମୟ ରେ ତାଙ୍କ ନାମ ଭୁଲ ରେ ମୋଦୀ ଲେଖାଯାଇଥିଲା । ସେଇ ମୋଦୀ ହିଁ ସବୁଦିନ ପାଇଁ ରହିଗଲା । ସେ ଉତ୍ତର ପ୍ରଦେଶ ର ଚଉରୀ ଚଉରି ପାଖରେ ଏକ ମଫସଲ ଗ୍ରାମ ରେ ଜନ୍ମ ହେଇଥିଲେ । ଛ ଭାଇ ଓ ଦୁଇ ଭଉଣୀ ଙ୍କ ସବୁଠୁ ସାନ ସୟଦ ପିଲା ଦିନରୁ ହିଁ ତାଙ୍କର ବେଡମିଣ୍ଟନ ଖେଳିବାର ପ୍ରତିଭା ପ୍ରଦର୍ଶନ କରିଥିଲେ । ପାଠ ପଢା ରେ ସାଧାରଣ ଥିବା ମୋଦୀ କିନ୍ତୁ ଖେଳ ରେ ଅସାଧାରଣ ପ୍ରତିଭା ଦେଖାଉଥିଲେ ଓ ତାଙ୍କର ସୁନ୍ଦର ଚେହେରା , ଭଦ୍ର ବ୍ୟବହାର ପାଇଁ ଖୁବ ଲୋକପ୍ରିୟ ହେଇଥିଲେ । ତାଙ୍କର ସ୍କୁଲ ବେଡମିଣ୍ଟନ କୋଚ ସେହି ସମୟ ରୁ ହିଁ ମୋଦୀ ଜଣେ ବିଖ୍ୟାତ ଖେଳାଳି ହେଇପାରିବେ ବୋଲି ଭବିଷ୍ୟ ବାଣୀ କରିଥିଲେ ।
ଉପଲବ୍ଧି ସମୂହ
ସୟଦ ପ୍ରକୃତ ରେ 14 ବର୍ଷ ବୟସ ରେ ଜାତୀୟ ଜୁନିୟର ବେଡମିଣ୍ଟନ ଚମ୍ପିୟାନ ହେଇ ନିଜ ପରିବାର କୁ ଗର୍ବିତ କରେଇଥିଲେ । ତତ୍ ପରେ ସୟଦ ଜାତୀୟ ବେଡମିଣ୍ଟନ ତାଲିମ ଶିବିର ରେ ଜାତୀୟ କୋଚ ଦିପୁ ଘୋଷ ଙ୍କ ଠାରୁ ପ୍ରଶିକ୍ଷଣ ପ୍ରାପ୍ତ ହେଲେ । 1980 ରେ ମୋଦୀ ମାତ୍ର 18 ବର୍ଷ ବୟସ ରେ ଭାରତୀୟ ଜାତୀୟ ବେଡମିଣ୍ଟନ ଚମ୍ପିୟାନ ହେବାର ଗୌରବ ଲାଭ କଲେ ।ଏହି କ୍ରମ ରେ ସେ ଦେଶ ର ସର୍ବ କନିଷ୍ଠ ଜାତୀୟ ଚମ୍ପିୟାନ । ଏହି ସଫଳତା ପରେ ସେ ଭାରତୀୟ ରେଳ ବିଭାଗ ରେ ବିକାଶ ଅଧିକାରୀ ହିସାବ ରେ କର୍ମନିଯୁକ୍ତି ପାଇଲେ ।
ଏହା ପରଠୁ ସୟଦ ଲଗାତାର 8 ବର୍ଷ ପାଇଁ ସେ ଜାତୀୟ ଚମ୍ପିୟାନ ହେବାର ବିରଳ କୃତି ଅର୍ଜନ କଲେ ।ଭାରତ ସରକାର ତାଙ୍କୁ ୧୯୮୧ ରେ ଖେଳ ପାଇଁ ଦିଆଯାଉଥିବା ସେ ସମୟ ର ସର୍ବୋଛ ସମ୍ମାନଜନକ ଅର୍ଜୁନ ପୁରସ୍କାର ଦେଇଥିଲେ । ୧୯୮୨ ଏସିୟ କ୍ରିଡା ରେ ସେ କାଂଷ୍ୟ ପଦକ ପାଇଥିଲେ ମଧ୍ୟ ସେହି ବର୍ଷ କମନୱେଲଥ ଖେଳ ରେ ବେଡମିଣ୍ଟନ ରେ ଭାରତ ପାଇଁ ସ୍ଵର୍ଣ ପଦକ ଜିତିଥିଲେ । ୧୯୮୨ରୁ ୧୯୮୭ ମଧ୍ୟ ରେ ସେ ଅଷ୍ଟ୍ରେଲିଆ , ଇଂଲଣ୍ଡ ସମେତ ବିଭିନ୍ନ ଜାଗାରେ ବହୁତ ଟୁର୍ଣାମେଣ୍ଟ ରେ ବିଜୟୀ ହେଇଥିଲେ ।
ବ୍ୟକ୍ତିଗତ ଜୀବନ
ସୟଦ ତାଙ୍କ ବେଜିଂ ଗସ୍ତ ସମୟ ରେ ଯାଇଥିବା ଭାରତୀୟ ଦଳ ର ମହିଳା ସହଖେଳାଳି ଅମିତା କୁଲକର୍ଣୀ ଙ୍କ ସହ ପରିଚିତ ହେଇଥିଲେ । ଅମିତା ସମ୍ଭ୍ରାନ୍ତ ହିନ୍ଦୁ ପରିବାର ର ଝିଅ ଥିଲେ ଓ ସୟଦ ସାଧାରଣ ମୁସୁଲିମ ଗ୍ରାମୀଣ ପରିବାର ର ପୁଅ ଥିଲେ । ତଥାପି ସେମାନଙ୍କ ଭିତରେ ପ୍ରେମ ଗଢି ଉଠିଥିଲା ଓ ଉଭୟ ପରିବାର ର ଆପତ୍ତି ସତ୍ବେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେଇଥିଲେ । କିନ୍ତୁ ଏହି ବିବାହ ସଫଳ ହେଇ ନଥିଲା ଓ ଅମିତା ଜଣେ ସମ୍ଭ୍ରାନ୍ତ ରାଜ ବଂଶୀୟ ବ୍ୟକ୍ତି ସଞ୍ଜୟ ସିଂହ ଙ୍କ ସହ ପ୍ରେମ ରେ ପଡିଲେ ।ସେହି ୧୯୮୭ ରୁ ସୟଦ ତାଙ୍କର ମାନସିକ ଅବସ୍ଥା ଯୋଗୁଁ ଆଉ ବେଡମିଣ୍ଟନ ରେ ଭଲ ପ୍ରଦର୍ଶନ ଦେଇ ପାରିଲେ ନାହି ।
ଶୟଦ ମୋଦୀ ଙ୍କ ହତ୍ୟା
ଏହା ପରେ ପତି ପତ୍ନୀ ଙ୍କ ମଧ୍ୟ ରେ ବିବାଦ ସର୍ବଦା ଲାଗି ରହିଲା । ୧୯୮୮ ରେ ସନ୍ଦେହଜନକ ପରିସ୍ଥିତି ରେ ସୟଦ ଙ୍କୁ ଆତତାୟୀ ମାନେ ଗୁଳି କରି ମାରିଦେଇଥିଲେ । ଭାରତ ଜଣେ ଚମ୍ପିୟାନ ଖେଳାଳି ଙ୍କୁ ଅସମୟ ରେ ହରେଇଲା ।
ପରବର୍ତୀ ଘଟଣାବଳୀ
ସ୍ମାରକୀ
ସୟଦ ମୋଦୀ ଙ୍କ ପ୍ରତିଭା କୁ ସମ୍ମାନ ଦେଇ ପ୍ରତିବର୍ଷ ଲକ୍ଷ୍ନୋ ଠାରେ ' ସୟଦ ମୋଦୀ ଅନ୍ତର୍ଜାତିକ ବେଡମିଣ୍ଟନ ଚେଲେଞ୍ଜ' ନାମ ରେ ପ୍ରତିଯୋଗୀତା ହୁଏ । ଏହି ଟୁର୍ଣାମେଣ୍ଟ ୨୦୦୯ ରେ' ଗ୍ରାଣ୍ଡ ପ୍ରିକ୍ସ' ର ମାନ୍ୟତା ପାଇଲା ଓ ଭାରତ ସରକାର ଙ୍କ ବେଡମିଣ୍ଟନ ଏସୋସିଏସନ ଦ୍ଵାରା ପରିଚାଳିତ ହେଇ ଆସୁଛି । ଭାରତୀୟ ରେଳ ବିଭାଗ ମଧ୍ୟ ତାଙ୍କ ସମ୍ମାନ ରେ ଗୋରଖପୁର ଠାରେ ସୟଦ ମୋଦୀ ରେଳବାଇ ଷ୍ଟାଡିଅମ ପ୍ରତିଷ୍ଠା କରିଛନ୍ତି ।
ଚଳଚିତ୍ର
ଅନୁଭବି ନିର୍ମାତା , ନିର୍ଦେଶକ ସ୍ଵର୍ଗତ ଦେବ ଆନନ୍ଦ ସୟଦ ମୋଦୀ ଙ୍କ ଜୀବନୀ କୁ ଆଧାର କରି 'Sou Karod 'ନାମକ ଫିଲ୍ମ ୧୯୯୧ ରେ ନିର୍ମାଣ କରିଥିଲେ । ଏଥିରେ ମୁଖ୍ୟ ଭୂମିକା ରେ ରମନ କପୁର ରହିଥିବା ବେଳେ ନାସିରୁଧ୍ହୀନ ସହ ରାଜନେତା ଭୂମିକା କରିଥିଲେ । ଚିତ୍ର ଟି କିନ୍ତୁ ବ୍ୟବସାୟିକ ଦ୍ରୁଷ୍ଟି ରୁ ଅସଫଳ ହେଇଥିଲା ।