ଲଡୁ
ଲଡୁ ଏକ ଗୋଲାକାର ମିଷ୍ଠାନ୍ନ ଯାହା ଭାରତୀୟ ଉପମହାଦେଶ ରେ ବହୁଳ ଭାବରେ ପ୍ରଚଳିତ । ଲଡୁ କୁ ମଇଦା , ବେସନ ଓ ଚିନି ପରି ଉପାଦାନ ସାହାଯ୍ୟ ରେ ବିଭିନ୍ନ ପ୍ରକାର ତିଆରି କରାଯାଏ । ଉତ୍ଶବ ତଥା ଧାର୍ମିକ ଅନୁଷ୍ଠାନ ରେ ଲଡୁ ବଣ୍ଟନ କରାଯାଇଥାଏ ।
ପ୍ରସ୍ତୁତି ବିଧି
ଲଡୁ ର ଅରସ୍ତୁତି ବିଧି ବିଭିନ୍ନ ପ୍ରକାର ଲଡୁ ପାଇଁ ବିଭିନ୍ନ । ତେବେ ବହୁଳ ଭାବରେ ଲଡୁ ବେସନ , ଗହମ ଗୁଣ୍ଡ , ବଟା ଯାଇଥିବା ନଡିଆ , ଚିନି ଦେଇ ପ୍ରସ୍ତୁତ ହୁଏ । ଲଡୁ କୁ ଆକର୍ଷଣୀୟ ଦେଖାଯିବା ପାଇଁ ଏଥିରେ ରଙ୍ଗ ର ମଧ୍ୟ ପ୍ରୟୋଗ କରା ଯାଏ । ସମସ୍ତ ଦ୍ରବ୍ଯ କୁ ଘିଅ ରେ ରନ୍ଧା ଯାଇ ତାକୁ ଶୀତଳ ହେଲା ପରେ ବଲ ଆକାର ରେ ସଜା ଯାଏ । କେତେକ ସ୍ଥଳ ରେ ଆୟୁର୍ବେଦିକ ଜୈବିକ ପଦାର୍ଥ ର ମିଶ୍ରଣ ରେ ସ୍ଵତନ୍ତ୍ର ଲଡୁ ମଧ୍ୟ ପ୍ରସ୍ତୁତ ହୁଏ । ଲଡୁ ରେ ବାଦାମ ବା କାଜୁ ଖଣ୍ଡ, ପିସ୍ତାବାଦାମ ଦେଇ ତାହାକୁ ଆହୁରି ସ୍ଵାଦିଷ୍ଟ କରାଯାଇଥାଏ ।
ବୁନ୍ଦି ଲଡୁ
ସବୁଠୁ ବେସୀ ପ୍ରଚଳିତ ଲଡୁ ହେଲା ବୁନ୍ଦି ଲଡୁ । ବେସନ କୁ ଗୋଳି ତାକୁ ତେଲ ରେ ଛୋଟ ବୁନ୍ଦି ଆକାର ରେ ଛଣା ଯାଇ ତାହାକୁ ଚିନି ସିରା ରେ ପକାଇ ରଖା ଯାଏ । ତାହା ଶୀତଳ ହେଲା ପରେ ତାକୁ ଛୋଟ ବଲ ଆକାର ରେ ଗଢା ଯାଏ । ଉତ୍ତର ଭାରତ ସମେତ ଓଡିଶା , ବଙ୍ଗ ରେ ଏହାର ପ୍ରଚାଳନ ଖୁବ ବେଶୀ । ବିବାହ , ରକ୍ଷ୍ୟା ବନ୍ଧନ , ଦୀପାବଳି ପରି ପାର୍ବଣ ରେ ଏହି ଲଡୁ ବହୁ ପରିମାଣ ରେ ବ୍ଯବହ୍ରୁତ ହୁଏ ।
ବେସନ ଲଡୁ
ବେସନ ଲଡୁ ଏହା ଏକ ଲୋକପ୍ରିୟ ମିଷ୍ଠାନ୍ନ । ଏହାର ପ୍ରସ୍ତୁତି ବିଧି ମଧ୍ୟ ସରଲ । ବେସନ କୁ ଚିନି ସହିତ ମିଶେଇ ବହଳ ଘୋଳ କଳା ପରେ ତାକୁ ବଲ ଆକାର ର କରି ଗରମ ଘିଅ ରେ ଛଣା ଯାଇଥାଏ । ତାକୁ ଭଲ ଭାବରେ ଘାନ ସ୍ଵରନିମ ରଙ୍ଗ ହେବା ଯାଏ ଛାଣି ତାକୁ ଚିନି ସିରା ରେ ପକା ଯାଏ । ତାହା ଉପରେ ସିଲଭର ଫଏଲ, ଓ ପିଷ୍ଟ ବାଦାମ ଖଣ୍ଡ ଦେଇ ସଜାଇ ଦିଅ ଯାଏ । ଏହି ଲଡୁ କୁ ବେଶ କିଛି ଦିନ ରଖା ଯାଇପାରେ ।
ନଡିଆ ଲଡୁ
ଭାରତ ରେ ଏଇତିହାସିକ କାଳ ରୁ ନଡିଆ ଲଡୁ ପ୍ରଚଳିତ ଥିବାର ଜଣା ଯାଏ । ଚୋଳ ସମ୍ଭ୍ରାଜ୍ୟ ଥିବା ସମୟ ରେ ଏହି ଲଡୁ କୁ ଯୁଦ୍ଧହ ସମୟ ରେ ମଧ୍ୟ ବ୍ୟବହାର ହାଉଥିବାର ଇତିହାସ ରେ ଉଲ୍ଲେଖ ରହିଛି । ଦକ୍ଷିଣ ଭାରତ ରେ ନଡିଆ ବହୁ ପରିମାଣ ରେ ମିଳୁଥିବାରୁ ଏହାକୁ ଖାଦ୍ଯ ହିସାବ ରେ ସଂରକ୍ଷ୍ୟନ କରିବାକୁ ତାକୁ ଲଡୁ ହିସାବ ରେ ରଖା ଯାଉଥିଲା .
ମଲାଇ ଲଡୁ
ଭାରତ ଓ ପାକିସ୍ଥାନ ର ମରୁଭୁମି ଅଞ୍ଚଳ ରେ ଏହି ମଲାଇ ଲଡୁ ର ପ୍ରଚାଳନ ଥାଏ । ଦୁଧ କୁ ଫୁଟେଇ ଦେଲେ ସେଥିରୁ ଖୁଆ ବାହାରେ ଯାହା ଶୁଷ୍କ ଆକାର ରେ ଥାଏ । ଏହି ଖୁଆ ସହିତ ଚିନି , ମଇଦା ଆଦି ଉପାଦାନ ଦେଇ ସେଥିରେ ଲଡୁ ତିଆରି କରାଯାଇଥାଏ , ଯାହା ବହୁଦିନ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ଥାଏ ।
ବ୍ୟବହାର
ଲଡୁ ଧାର୍ମିକ ଅନୁଷ୍ଠାନ , ମନ୍ଦିର ଆଦି ରେ ଭୋଗ ହିସାବ ରେ ବ୍ୟବହାର ହେଇଥାଏ । ଭେଙ୍କଟେଶ୍ଵର ମନ୍ଦିର , ପୁରୀ ଜଗନ୍ନାଥ ମନ୍ଦିର ଆଦି ରେ ଲଡୁ ଭୋଗ ନିୟମିତ ଲାଗିବାର ପରମ୍ପରା ରହିଛି । ଏପରିକି ମୁସଲମାନ ସଂପ୍ରଦାଯ ଙ୍କ ଈଦ ଉତ୍ଶାବ ରେ ଲଡୁ ର ବହୁତ ବ୍ୟବହାର ହୁଏ ।
ସଂସୃତି ସହ ଲଡୁ ର ସଂଯୋଗ
ଭାରତୀୟ ସଂସୃତି ସହ ଲଡୁ ର ଗଭୀର ସମ୍ବନ୍ଧ ରହିଥିବା ଜଣା ଯାଏ । ମହାରାଷ୍ଟ୍ର ରେ ଗଣେଶ ପୂଜା ସମୟ ରେ ଲଡୁ ପ୍ରସ୍ତୁତ ହେଇ ଭକ୍ତ ମାନଙ୍କୁ ପ୍ରସାଦ ହିସାବ ରେ ବଣ୍ଟନ ହୁଏ । ଆନ୍ଧ୍ର ପ୍ରଦେଶ ରେ ୨୦୧୨ ମସିହା ରେ ଗଣେଶ ପୂଜା ସମୟ ରେ ୬,୩୦୦ କିଲୋଗ୍ରା ଓଜନ ର ଲଡୁ ତିଆରି ହେଇ ଥିଲା , ଯାହାକୁ ବିଶ୍ଵ ର ସର୍ବବୃହତ ଲଡୁ ବୋଲି କୁହାଯାଏ ।
ପୁନଶ୍ଚ ପଠନ
- Indian sweets