Jump to content

ଜୟଦ୍ରଥ

ଉଇକିପିଡ଼ିଆ‌ରୁ
୧୪:୩୯, ୧୩ ଅକ୍ଟୋବର ୨୦୧୬ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Jayadratha") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଫାଇଲ:Death of Jayadratha.jpg
ଅର୍ଜୁନ ଙ୍କ ପଶୁପତସ୍ତ୍ର ଦ୍ଵାରା  ଜୟଦ୍ରଥ ବଧ 

ଭାରତ ର କିମ୍ବଦନ୍ତୀ କଥା ' ମହାଭାରତ' ରେ ଜୟଦ୍ରଥ ଜଣେ ଚର୍ଚିତ ଚରିତ୍ର । କଥାନୁସାରେ ସେ ତତ୍କାଳୀନ ସିନ୍ଧୁ ସାମ୍ରାଜ୍ୟ ର ରାଜା ଥିଲେ । ୧୦୦ କୌରବ ଭାଇ ମାନଙ୍କ ଏକମାତ୍ର ଭଗିନୀ ଦୁଶାଳା ଙ୍କୁ ସେ ବିବାହ କରିଥିଲେ । 

ବ୍ୟୁପତ୍ତି ତତ୍ଵ 

' ଜୟଦ୍ରଥ' ଶବ୍ଦ ଟି ଦୁଇଟି ସଂସ୍କୃତ ଶବ୍ଦ ରୁ ଉପନ୍ନ । ' ଜୟ' ପ 'ରଥ ' ର ସମ୍ମିଳନ ରେ ଏହାର ଉପ୍ପତି । ଏହା ବିଜୟୀ ରଥ ର ଅଧିକାରୀ ଙ୍କୁ ବୁଝାଏ । 

  • ସିନ୍ଧୁରାଜ ବୋଲି ମଧ୍ୟ ତାଙ୍କୁ କୁହାଯାଇଥିବାର ଉଲ୍ଲେଖ 
  • ତାଙ୍କର ଅନ୍ୟ ନାମ ସୈନ୍ଧବ ( ସିନ୍ଧୁ ରାଜା ଙ୍କ ଉତ୍ତରାଧିକାରୀ )

ଦ୍ରୌପଦୀ ହରଣ 

' ମହାଭାରତ ' ରେ ଜୟଦ୍ରଥ ଚରିତ୍ର ପ୍ରାଧାନ୍ୟତା କୁ ଆସନ୍ତି ଯେତେବେଳେ ପାଣ୍ଡବ ମାନଙ୍କ ବନବାସ ପର୍ବ ଚାଲେ । ଶକୁନି ଙ୍କ ଚକ୍ରାନ୍ତ ଫଳ ସ୍ୱରୂପ ଧର୍ମରାଜ ଯୁଧିଷ୍ଠିର ଙ୍କ ସହ ତାଙ୍କର ଭାଇ ମାନେ ପତ୍ନୀ ଦ୍ରୌପଦୀ ଙ୍କୁ ନେଇ ବନବାସ ରେ ରହନ୍ତି । ଦିନେ ପାଣ୍ଡବ ମାନେ ଫୁଲ , ଡୁବ ଘାସ, ହୋମ କାଷ୍ଠ  ଓ ଅନ୍ୟ ପୂଜା ସାମଗ୍ରୀ ସଂଗ୍ରହ ପାଇଁ ପାଣ୍ଡବ ମାନେ ଦ୍ରୌପଦୀ ଙ୍କୁ ଆଶ୍ରମ ରେ ଏକ ଛାଡି ଅରଣ୍ୟ କୁ ଗଲେ । ଗଲା ବେଳେ ନିକଟ ରେ ଥିବା ମୁନି ତୃଣବିନ୍ଦୁ ଙ୍କୁ ଦ୍ରୌପଦୀଙ୍କ ନିରାପତ୍ତା ଉପରେ ଧ୍ୟାନ ଦେବାକୁ କହି ଯାଇଥିଲେ । ସେହି ଦିନ ଶିକାର ରେ ଯାଇଥିବା ଜୟଦ୍ରଥ ଦ୍ରୌପଦୀ ଙ୍କୁ ଅରଣ୍ୟ ରେ ଦେଖିଲେ । ତାଙ୍କ ମନ୍ତ୍ରୀ କୋଟିକାଶ୍ୟ ଙ୍କ ଠାରୁ ଦ୍ରୌପଦୀ ଙ୍କ ପରିଚୟ ବିଷୟ ରେ ଜାଣିବା ପରେ ତାଙ୍କ ପାଖକୁ ଯାଇ ତାଙ୍କ ରୂପ ରେ ମୁଗ୍ଧ ହେଇ ତାଙ୍କୁ ବିବାହ ର ପ୍ରସ୍ତାବ ଦେଲେ । ଦ୍ରୌପଦୀ ଏଥିରେ ମନା କରିବାରେ ଜୟଦ୍ରଥ କ୍ରୋଧିତ ହେଇ ଜୋର ଜବରଦସ୍ତି ତାଙ୍କୁ ରଥ ରେ ବସେଇ ଅପହରଣ କରି ନିଜ ରାଜଧାନୀ ଦିଗରେ ଗମନ କଲେ । ଏଣେ ପାଣ୍ଡବ ମାନେ ତାଙ୍କ ଆଶ୍ରମ କୁ ଫେରି କୁଟୀର ରେ ଦ୍ରୌପଦୀ ନଥିବା ଦେଖି ତାଙ୍କୁ ଅପହରଣ କରା ହେଇଥିବା ବିଷୟ ରେ ଅବଗତ ହେଲେ । ଯୁଧିଷ୍ଠିର ଦ୍ରୌପଦୀ ଙ୍କୁ ଉଦ୍ଧାର କରିବାକୁ ଅର୍ଜୁନ ଓ ଭୀମା ଙ୍କୁ ଆଦେଶ ଦେଲେ ।ଉଭୟ ଯାଇ ଜୟଦ୍ରଥ ଙ୍କ ସହ ଯୁଦ୍ଧ କରି ତାଙ୍କୁ ପରାସ୍ତ କାଲେ ଓ ତାଙ୍କୁ ଯୁଧିଷ୍ଠିର ଙ୍କ ସମିପ କୁ ଆଣିଲେ । ଦ୍ରୌପଦୀ ଦୟା ପରବଶ ହେଇ ଜୟଦ୍ରଥ ଙ୍କୁ ହତ୍ୟା ନ କରି ଛାଡି ଦେବାକୁ ଅନୁରୋଧ କଲେ । ତାଙ୍କୁ ହତ୍ୟା କଲେ ଦୁଶାଳା ବିଧବା ହେଇଥାନ୍ତେ । ଧର୍ମରାଜ ଯୁଧିଷ୍ଠିର ଙ୍କ ଆଦେଶ କ୍ରମେ ଭୀମ ଦୃଷ୍ଟାନ୍ତମୂଳକ ଦଣ୍ଡ ସ୍ୱରୂପ ଜୟଦ୍ରଥ ଙ୍କ ମୁଣ୍ଡନ କରି ତାଙ୍କୁ ଛାଡି ଦେଇଥିଲେ ।   

ଭଗବାନ ଶିବ ଙ୍କ ପ୍ରଥମ ଆଶୀର୍ବାଦ 

ପାଣ୍ଡବ ମାନଙ୍କ ଠାରୁ ପାଇଥିବା ଏହି ଅପମାନ ର ପ୍ରତିଶୋଧ ନେବା ପାଇଁ ଜୟଦ୍ରଥ ସର୍ବଦା ଉଦ୍ୟମ ରତ ଥିଲେ । ସେ ଭଗବାନ ଶିବ ଙ୍କୁ କଠୋର ତପସ୍ୟା ମାଧ୍ୟମ ରେ ସନ୍ତୁଷ୍ଟ କରି ତାଙ୍କ ପକ୍ଷରୁ ପାଣ୍ଡବ ମାନଙ୍କୁ ପରାସ୍ତ କରିବାର ବର ମାଗିଲେ । କିନ୍ତୁ ଶିବ ତାଙ୍କୁ ସେ ବାର ନ ଦେଇ ତାଙ୍କୁ ପାଣ୍ଡବ ଶକ୍ତି ଦ୍ଵାରା ପରାଜିତ ନ ହେବାର ବର ପ୍ରଦାନ କଲେ । କିନ୍ତୁ ସେ ଜୟଦ୍ରଥ ଙ୍କୁ କହିଲେ କେବଳ ଅର୍ଜୁନ  ଙ୍କ ହିଁ ତାଙ୍କୁ ମାରି ପାରିବାର ଶକ୍ତି ରହିବ । 

ତାଙ୍କ ପିତା ଙ୍କ ଠୁ ଆଶୀର୍ବାଦ  

ଜୟଦ୍ରଥ ସିଂହାସନ ଆରୋହଣ କରିବା ପୂର୍ବ ରୁ ତାଙ୍କ ପିତା ବୃଦ୍ଧକ୍ଷତ୍ର ରାଜା ଥିବା ବେଳେ ଏକ ଦୈବବାଣୀ ଶୁଣିଥିଲେ ଯେ ଜୟଦ୍ରଥ ଙ୍କ ବଧ ହେବ । ସେ ହତୋଶହ ହେଇ ତାଙ୍କ ବଂଶ ନାଶ ହେଇଯିବା ଭୟ ରେ ଅରଣ୍ୟ କୁ ଯାଇ ତପସ୍ୟା ରେ ମଗ୍ନ ହେଲେ । କଠୋର ତପସ୍ୟା ପରେ ଦିବ୍ୟତା ଲାଭ କରି ତାଙ୍କ ପୁତ୍ର ଜୟଦ୍ରଥ ଙ୍କୁ ' ଅମରତ୍ଵ ' ର ବର ପ୍ରଦାନ କରିବାକୁ ଚାହିଲେ । ହେଲେ ତାଙ୍କର ଦିବ୍ୟ ଶକ୍ତି ଏଥିପାଇଁ ଯଥେଷ୍ଟ ନ ହେବାରୁ କେବଳ ଜୟଦ୍ରଥ ଛିନ୍ନ ମଶ୍ସିସ୍କ ଭୂମି ରେ ପଡିଲେ ସହସ୍ର ଖଣ୍ଡ ହେଇ ମୃତ୍ୟୁ ହେବ ଅନ୍ୟଥା ସେ ଆମର ରହିବେ ବୋଲି ବର ଦେଇ ପାରିଲେ । 

କୁରୁଷେତ୍ର ଯୁଦ୍ଧ ରେ 

କୁରୁକ୍ଷେତ୍ର ଯୁଦ୍ଧ ସମୟ ରେ ଜୟଦ୍ରଥ ସ୍ଵାଭାବିକ ଭାବରେ କୌରବ ମାନଙ୍କ ସହ ଯୋଗ ଦେଇ ପାଣ୍ଡବ ସେନା ଙ୍କ ବିରୁଦ୍ଧ ରେ ଯୁଦ୍ଧ କଲେ । ଦ୍ରୋଣଚାର୍ଜ୍ୟ ଙ୍କ ଦ୍ଵାରା ପ୍ରଣିତ ଚକ୍ରବୁହ୍ୟ ରଚନା ରେ ଜୟଦ୍ରଥ ନେତୃତ୍ଵ ନେଇ ପାଣ୍ଡବ ମାନଙ୍କୁ ଅସୁବିଧା ରେ ପକେଇଲେ । କେହି ପାଣ୍ଡବ ସେ ଚକ୍ରବୁହ୍ୟ ଭେଦ କରିବାରେ ସମର୍ଥ ନ ହେବାରୁ ଅର୍ଜୁନ ଙ୍କ ପୁତ୍ର ବାଳକ ଅଭିମନ୍ୟୁ ଅଲୌକିକ ଶକ୍ତି ବଳରେ ସେହି ଚକ୍ରବୁହ୍ୟ ଭେଦ କରିବାକୁ ସମର୍ଥ ହେଲେ । କିନ୍ତୁ ସେ ଚକ୍ରବୁହ୍ୟ ଭିତରେ କୌରବ ମାନଙ୍କୁ ପରାସ୍ତ କଳା ପରେ ବାହାର କୁ ଆସିବାର କୌଶଳ ଶିଖିପାରିନଥିଲେ । ତେଣୁ ସେ ଅନ୍ୟତ୍ର ଯୁଦ୍ଧ ରେ ମ୍ଯାଗନା ଥିବା ଅନ୍ୟ ପାଣ୍ଡବ ମାନଙ୍କ ଠାରୁ ଅଲଗା ହେଇଗଲେ । ଏକାକୀ ଅଭିମନ୍ୟୁ କୌରବ ମାନଙ୍କ ସମ୍ମିଳିତ ଆକ୍ରମଣ ରେ ବର୍ବର ଭାବେ ନିହତ ହେଲେ । 

ପାଣ୍ଡବ ମାନେ ଅଭିମନ୍ୟୁ ଙ୍କୁ ଉଦ୍ଧାର କରିବାକୁ   ଭିତର କୁ ଯିବାର ଯେତେ ଉଦ୍ୟମ କାଲେ ମଧ୍ୟ ଜୟଦ୍ରଥ ଶିବ ଙ୍କ ଠାରୁ ପାଇଥିବା ବର ବଳ ରେ ସମସ୍ତ ପାଣ୍ଡବ ଶକ୍ତି ଙ୍କୁ ଅଟକେଇ ରଖିବାରେ ସମର୍ଥ ହେଇଥିଲେ । ଅର୍ଜୁନ ଅଭିମନ୍ୟୁ ଙ୍କ ମୃତ୍ୟୁ ର କାରଣ ଜୟଦ୍ରଥ ବୋଲି ଜାଣି ତାଙ୍କୁ ନିହତ କରିବାର ଶପଥ ନେଲେ । ଆର ଦିନ ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ଜୟଦ୍ରଥ ଙ୍କୁ ନିହତ କରିବାକୁ ଅର୍ଜୁନ ତାଙ୍କର ପ୍ରତିଙ୍ଗ୍ୟା କଲେ , ନ ପାରିଲେ ନିଜେ ମଶାଣି ଶିକ୍ଷା ରେ ଆତ୍ମାହୁତି ଦେବୀ ବୋଲି କହିଲେ । ୧୪ ଶ ଦିନ ର ଯୁଦ୍ଧ ଏହା ଉପରେ ପର୍ଜ୍ୟବେଶିତ ହେଲା । 

ଅର୍ଜୁନ ଙ୍କ ପ୍ରତିଶୋଧ 

ଫାଇଲ:Jayadratha's head falls in his father's lap.jpg
ଜୟଦ୍ରଥଙ୍କ କଟା ମୁଣ୍ଡ ତାଙ୍କ ପିତା ଙ୍କ କୋଳ ରେ 

ପରଦିନ ଭୀମ, ସାତ୍ୟକି ଓ ଅର୍ଜୁନ କୌରବ ସେନା କୁ ଭେଦ କରି ଭୀଷଣ ଯୁଦ୍ଧ ରେ ବ୍ୟସ୍ତ ରହିଲେ ଭି ସୂର୍ଯ୍ୟ ଅସ୍ତ ହେବାର କିଛି ସମୟ ଆଗ ଯାଏ ଅର୍ଜୁନ ଜୟଦ୍ରଥ ଙ୍କ ନିକଟ କୁ ପହଞ୍ଚି ପାରିନଥିଲେ । ସାରା କୌରବ ସେନା ଜୟଦ୍ରଥଙ୍କୁ କବଚ ପରି ଘେରି ସୁରକ୍ଷ୍ୟା ଦଉଥିଲେ । ଏହି ସମୟ ରେ ଶ୍ରୀକୃଷ୍ଣ ତାଙ୍କର କୂଟନୀତି ଆରମ୍ଭ କରିଥିଲେ । ସେ ତାଙ୍କର ସୁଦର୍ଶନ ଚକ୍ର କୁ ସୂର୍ଯ୍ୟ ଙ୍କୁ ଘୋଡେଇ ସନ୍ଧ୍ୟା ହେଇଯାଇଥିବାର ଭ୍ରମ ସୃଷ୍ଟି କରିବାକୁ ଆଦେଶ ଦେଲେ । ସନ୍ଧ୍ୟା ପରେ ଯୁଦ୍ଧ ନ କରିବାର ପରମ୍ପରା ଥିବା ଯୋଗୁ କୌରବ ସେନା ଜୟଦ୍ରଥ ଙ୍କୁ ରଷ୍ୟା କରିପାରିଛୁ ଭାବି ଆନନ୍ଦା ରେ କୋଳାହଳ କଲେ ଓ ଅର୍ଜୁନ ଆତ୍ମଦାହ କରିବେ ବୋଲି ଭାବିଲେ । ଏହି ସମୟ ରେ ହଠାତ ସୁଦର୍ଶନ ଚକ୍ର ସୂର୍ଯ୍ୟ ଙ୍କୁ ଅନାବରଣ କାଲେ ଓ ସେହି ସୁଯୋଗ ରେ ଅର୍ଜୁନ ଜୟଦ୍ରଥ ଙ୍କୁ ବଧ କଲେ । ଅର୍ଜୁନ ଙ୍କ ଅସ୍ତ୍ର ଆନ୍ଧାସ୍ତ୍ର ଜୟଦ୍ରଥ ଙ୍କ ସିର ଛେଦନ କରି ତାକୁ ଅରଣ୍ୟ ରେ ଥିବା ଜୟଦ୍ରଥ ଙ୍କ ପିତା ଙ୍କ କୋଳ ରେ ପକେଇ ଦେଲା । ତପସ୍ୟା ରତ  ବୃଦ୍ଧକ୍ଷତ୍ର ହଠତ୍ ଉଠିପଡିବାରୁ ଜୟଦ୍ରଥଙ୍କ ସିର ଭୂମି ରେ ପଟାଁ ହେଇ ତାହା ପିତା ଙ୍କ ବର  ଅନୁସାରେ ସହସ୍ର ଖଣ୍ଡ ରେ ପରିଣତ ହେଲା । 

ଉପର ଲିଖିତ କାହାଣୀ ର କିଛି ଅନନ୍ୟ ପ୍ରକାର ବର୍ଣନା ମଧ୍ୟ ରହିଛି । କେତେକ ଙ୍କ ମତ ରେ ଅର୍ଜୁନ ତାଙ୍କର ଧନୁ ଦ୍ଵାରା ହିଁ ଜୟଦ୍ରଥ ଙ୍କୁ ବଧ କରିଥିଲେ । 

ପରବର୍ତୀ ଘଟଣା 

କୁରୁକ୍ଷେତ୍ର ମହାସମର ପରେ ଅର୍ଜୁନ ସିନ୍ଧୁ ସାମ୍ରାଜ୍ୟ ବିଜଯ କରି ଜୟଦ୍ରଥଙ୍କ ବିଧବା ପତ୍ନୀ ଦୁଶଳା ଙ୍କ ଅନୁରୋଧ ରକ୍ଷା କରି ଜୟଦ୍ରଥ ଙ୍କ ପୁତ୍ର ସୂରଥ ଙ୍କୁ ପ୍ରାଣଦାନ ପୂର୍ବକ ରାଜ୍ୟ ପ୍ରଦାନ ମଧ୍ୟ କରିଥିଲେ ।  

ଟିପ୍ପଣୀ ଓ ଆଧାର 

  1. Mahabharata by C Rajagopalachari. 2008 (52nd) Edition by Bhavan's Book University. ISBN 81-7276-368-9

The reference from the:

  • Mahabharata book is prefixed by ''Mahabharata''


ପୁନଶ୍ଚ ଦେଖନ୍ତୁ 

  • Mahabharata (1999) by Krishna Dharma
  • Hindu mythology, Wars of Hindu mythology